Sakhi: ୧୦ ମହିଳା ଉଦ୍ୟୋଗୀଙ୍କୁ ୫ ଲକ୍ଷ ଲେଖାଏଁ ଅନୁଦାନ ମିଳିବ
ଭୁବନେଶ୍ବର: ଇଣ୍ଡିଆନ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ (ଇମ୍ଫା)ର ସିଏସ୍ଆର୍ ଶାଖା ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ପକ୍ଷରୁ ଲୁକ୍କାୟିତ ପ୍ରତିଭାବାନ ମହିଳା ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଖୀ ସିଡ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୧୦ ଜଣ ମହିଳା ଉଦ୍ୟୋଗୀଙ୍କୁ ଙ୍ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଭୁବନେଶ୍ବର ପକ୍ଷରୁ ସେମାନଙ୍କୁ ବ୍ୟବସାୟିକ ପରାମର୍ଶ ଦିଆଯିବ।
ଏ ସମ୍ପର୍କରେ ବିଆଇପିଏଫ୍ର ପ୍ରତିଷ୍ଠାତା ଓ ସିଇଓ ଶୈଫାଳିକା ପଣ୍ଡା କହଛନ୍ତି ଯେ ଯେଉଁ ମହିଳାମାନଙ୍କୁ ଆନୁଷ୍ଠାନିକ ଋଣ ମିଳୁନାହିଁ, ସେମାନଙ୍କୁ ସଠିକ୍ ପୁଞ୍ଜି, ପରାମର୍ଶ ଓ ଆନୁଷଙ୍ଗିକ ସହାୟତା ଦେଲେ ସେମାନଙ୍କ ମଧ୍ୟ ଏକ ସ୍ଥାୟୀ ଓ ପ୍ରଗତିଶୀଳ ବ୍ୟବସାୟ ପ୍ରତିଷ୍ଠା କରିପାରିବେ। ସଖୀ ସିଡ୍ର ଲକ୍ଷ୍ୟ ହେଉଛି ଭାରତର ଉଦ୍ୟୋଗୀମାନେ ଆର୍ଥିକ ବ୍ୟବସ୍ଥାକୁ ବନ୍ଧକ ଓ ଋଣ ଇତିହାସ ସୀମା ବାହାରକୁ ଦେଖିବା ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବା।
IMFA buys Tata Ferrochrome plant: ଇମ୍ଫା କିଣିଲା ଟାଟା ଫେରୋକ୍ରୋମ୍ ପ୍ଲାଣ୍ଟ୍, ୬୧୦ କୋଟିର ଡିଲ୍
ଫ୍ରଣ୍ଟିୟର ମାର୍କେଟ୍ସର ପ୍ରତିଷ୍ଠାତା ଅଜାଇତା ଶାହ, ମାନ ଦେଶୀ ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନା ଗାଲା ସିହ୍ନା, ବିଆଇପିଏଫ୍ର ଶ୍ରୀମତୀ ପଣ୍ଡା, ଇଣ୍ଡିଆ ପି୨ପିର ସିଇଓ ନେହା ଜୁନେଜା ଓ ସିଏନ୍ବିସି ଟିଭି୧୮ର ମ୍ୟାନେଜିଂ ଏଡିଟର ଶିରିନ ଭାନଙ୍କୁ ନେଇ ଗଠିତ ପରାମର୍ଶଦାତା ବୋର୍ଡ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଯାହା ଜୁଲାଇ ୨୦ ପର୍ଯ୍ୟନ୍ତ ଚାଲିବ। ସିଏନ୍ବିସି ଟିଭି୧୮ର ଫ୍ୟୁଚର. ଫିମେଲ. ଫରୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭାବାନ ମହିଳା ଉଦ୍ୟୋଗୀଙ୍କ କାହାଣୀ ଜାତୀୟ ସ୍ତରରେ ଉପସ୍ଥାପନ କରାଯିବ।