Saif Ali Khan: ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ସୈଫ୍‌ ଅଲ୍ଲୀ ଖାନ୍‌

Oct 13, 2026 - 22:09
Saif Ali Khan: ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ସୈଫ୍‌ ଅଲ୍ଲୀ ଖାନ୍‌

"ମୁମ୍ବାଇ: ବଲିଉଡ୍‌ ଅଭିନେତାସୈଫ୍‌ ଅଲ୍ଲୀ ଖାନ୍‌ଆନୁଷ୍ଠାନିକ ଭାବେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଛନ୍ତି।

ଏହା ସହ ସୋସିଆଲ୍‌ ମିଡିଆଠାରୁ ଦୀର୍ଘ ବର୍ଷ ଧରି ଦୂରେଇ ରହିବାର ଅଭ୍ୟାସରେ ଏବେ ପରିବର୍ତ୍ତନ ଆସିଛି।

ଆକାଉଣ୍ଟ ଖୋଲିବା ପରେ ଅଭିନେତା ନିଜର ପ୍ରଥମ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

ଏଥିରେ ସେ ପଟୌଦୀ ଲାଇବ୍ରେରିର ଝଲକ ଦେଖାଇଛନ୍ତି।Advertisment ସୈଫ୍‌ ଅଲ୍ଲୀ ଖାନ୍‌ ସୋସିଆଲ୍‌ ମିଡିଆ ଠାରୁ ଦୂରେଇ ରହିବା ଏବଂ ନିଜ ବ୍ୟକ୍ତିଗତ ଜୀବନକୁ ଅନ୍‌ଲାଇନ୍‌ ଦୁନିଆଠାରୁ ଅଲଗା ରଖିବା ପାଇଁ ପରିଚିତ।

ତାଙ୍କର ବ୍ୟକ୍ତିଗତ ଜୀବନ ସାଧାରଣତଃ ଗୋପନୀୟ ରହିଆସିଛି।

କିନ୍ତୁ ଏବେ ଅଧିକାରିକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ସେ ଏହି ଦୂରତାକୁ ଶେଷ କରିଛନ୍ତି।

ପ୍ରଥମ ପୋଷ୍ଟରେ ଦେଖାଇଲେ ପଟୌଦୀ ଲାଇବ୍ରେରି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମ ପୋଷ୍ଟ ସେୟାର କରି ସୈଫ୍‌ ଅଲ୍ଲୀ ଖାନ୍‌ ପଟୌଦୀ ଲାଇବ୍ରେରିର ଝଲକ ଦେଖାଇଛନ୍ତି।

ଏଥିରେ ଅଭିନେତାଙ୍କୁ ଷ୍ଟାଇଲିସ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି।

ସେ ଲାଇବ୍ରେରିରେ ବହିଗୁଡ଼ିକ ସହ ସମୟ ବିତାଉଥିବା ନଜର ଆସିଛନ୍ତି।

ପଟୌଦୀ ଲାଇବ୍ରେରି ଏକ ଆକର୍ଷଣୀୟ ଓ ବିଳାସପୂର୍ଣ୍ଣ ସ୍ଥାନ।

ପୋଷ୍ଟ ସେୟାର କରି ସୈଫ୍‌ ଲେଖିଛନ୍ତି, “ପଟୌଦୀ ଲାଇବ୍ରେରି… ବହିର ମଲାଟ ଦେଖି ତାହାକୁ ବିଚାର କରୁଛି।” ସୈଫ୍‌ଙ୍କ ଫଲୋଅର୍ସ କେତେ?

ଖବର ଲେଖାଯିବା ସମୟରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୪,୩୦୬ ଜଣ ଫଲୋଅର୍ସ ଥିଲେ।

ସେ ଏବେ କେବଳ ଗୋଟିଏ ଆକାଉଣ୍ଟକୁ ଫଲୋ କରୁଛନ୍ତି।

ସେହି ଆକାଉଣ୍ଟଟି ହେଉଛି ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କର।

ପୂର୍ବରୁ ଥିଲା ଗୋପନୀୟ ଆକାଉଣ୍ଟ ୨୦୨୪ରେ "ଏଚ୍‌ଟି ସିଟି"କୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ୍‌ କହିଥିଲେ ଯେ ସେ ଏକ ବ୍ୟକ୍ତିଗତ ଆକାଉଣ୍ଟ ବ୍ୟବହାର କରୁଥିଲେ।

କେବେ କେବେ ସେଥିରେ ବିଭିନ୍ନ ବିଷୟବସ୍ତୁ ଦେଖୁଥିଲେ।

ତେବେ ସୋସିଆଲ୍‌ ମିଡିଆର ଅଭ୍ୟାସ ନିଶାରେ ପରିଣତ ହୋଇପାରେ ବୋଲି ସେ ସ୍ୱୀକାର କରିଥିଲେ।

ଏହି କାରଣରୁ ସେ ସୋସିଆଲ୍‌ ମିଡିଆ ଠାରୁ ଦୂରେଇ ରହୁଥିଲେ।

ସେହି ସାକ୍ଷାତକାରରେ ନିଜର ଗୋପନୀୟ ଆକାଉଣ୍ଟ ଥିବା କଥା ମଧ୍ୟ ସେ ସ୍ୱୀକାର କରିଥିଲେ।

ଶେଷ ଥର "ହୈୱାନ୍‌"ରେ ଆସିଥିଲେ ନଜର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପ୍ରିୟଦର୍ଶନଙ୍କ ଚଳଚ୍ଚିତ୍ର "ହୈୱାନ୍‌"ରେ ନଜର ଆସିଥିଲେ।

ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତା ଅକ୍ଷୟ କୁମାର ମଧ୍ୟ ଅଭିନୟ କରିଥିଲେ।

ପ୍ରାୟ ୧୭ ବର୍ଷ ପରେ ଉଭୟ ଅଭିନେତା ପୁଣି ଥରେ ବଡ଼ ପରଦାରେ ଏକାଠି ନଜର ଆସିଥିଲେ।

ଓଡ଼ିଶାର ୧୦ଜିଲ୍ଲାରୁ ଫେରିଗଲା ମୌସୁମୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)