Sachin Ahir: ମହାରାଷ୍ଟ୍ର ବିଧାନ ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ ହେଲେ ସଚିନ ଅହିର୍‌

Jul 01, 2026 - 17:00
Sachin Ahir: ମହାରାଷ୍ଟ୍ର ବିଧାନ ପରିଷଦ ଉପାଧ୍ୟକ୍ଷ ନିର୍ବାଚିତ ହେଲେ ସଚିନ ଅହିର୍‌

"ମୁମ୍ବାଇ: ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଛାଡି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିବା ଶିବସେନା (ୟୁବିଟି) ବିଧାନ ପରିଷଦ ସଦସ୍ୟ ସଚିନ ଅହିର ବୁଧବାର ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପ୍ରାର୍ଥୀ ଜେଏମ୍‌ ଅଭୟଙ୍କର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବା ପରେ ଅହିର୍‌ ସର୍ବସମ୍ମତିକ୍ରମେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ତେବେ ଏମ୍‌ଭିଏ ପ୍ରାର୍ଥୀ କାହିଁକି ନାମାଙ୍କନ ପ୍ରତ୍ୟାହାର କଲେ ତାହା ଜଣାପଡ଼ିନାହିଁ।

ଉଦ୍ଧବ ଠାକ୍‌ରେ ନେତୃତ୍ବାଧୀନ ଶିବସେନାର ୬ ଜଣ ସାଂସଦ ଦଳ ଛାଡ଼ି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବା ପରେ ସଙ୍କଟ ଦେଇ ଗତି କରୁଛି।Advertisment ଗୋଟିଏ ସେକେଣ୍ଡରେ ପାଉଁଶ ହେଲା ୩୨ବର୍ଷର ପରିଶ୍ରମ, ଜଳିଗଲା ୧୦ଲକ୍ଷର ଜିନିଷ  ଏପଟେ ଦଳର ଜଣେ ପ୍ରମୁଖ ନେତା ସଚିନ ଶିବସେନା (ୟୁବିଟି) ଛାଡ଼ି ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ମିଶିବା ଓ ବିଧାନ ପରିଷଦର ଉପାଧ୍ୟକ୍ଷ ନିର୍ବାଚିତ ହେବା ଉଦ୍ଧବଙ୍କ ପାଇଁ ଡବଲ ଝଟ୍‌କା ହୋଇଛି।

ସଚିନ ଅହିର ୱର୍ଲିର ପୂର୍ବତନ ବିଧାୟକ ଓ ଆଦିତ୍ୟ ଠାକରେଙ୍କ ଜଣେ ଘନିଷ୍ଠ ଭାବେ ବିବେଚନା କରାଯାଉଥିଲେ।

ତେଣୁ ତାଙ୍କର ଦଳ ଛାଡିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

କଂଗ୍ରେସରେ ପ୍ରଥମ ଥର ପାଇଁ କାର୍ଯ୍ୟ କରିବା ପରେ ଅହିର ତା"ପରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)କୁ ଚାଲି ଯାଇଥିଲେ ଓ ପରେ ଅବିଭକ୍ତ ଶିବସେନାରେ ଯୋଗଦେଇଥିଲେ।

"