Sachin Ahir: ମହାୟୁତିରେ ଯୋଗ ଦେଲେ ସେନା ୟୁବିଟି ନେତା ସଚୀନ ଆହିର
ମୁମ୍ବାଇ: ଉଦ୍ଧବ ଠାକ୍ରେଙ୍କୁ ଶକ୍ତ ଝଟ୍କା ଦେଇ ଶିବସେନା (ୟୁବିଟି) ନେତା ସଚୀନ ଆହିର ଆଜି ମହାରାଷ୍ଟ୍ର ବିଧାନ ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେନା ୟୁବିଟି ନେତା ଆଦିତ୍ୟ ଠାକ୍ରେଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ। ନିକଟରେ ୬ ଜଣ ସାଂସଦ ଶିବସେନା ୟୁବିଟି ଛାଡ଼ି ଶାସକ ଶିବସେନାରେ ଯୋଗ ଦେବାର ୮ ଦିନ ପରେ ଆଜି ସଚୀନ ଆହିର ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଏହି ନିଷ୍ପତ୍ତି ଉଦ୍ଧବ ଠାକ୍ରେଙ୍କୁ ଆଉ ଏକ ଶକ୍ତ ଝଟ୍କା ଦେଇଛି। ଆହିର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସୁନେତ୍ରା ପାୱାରଙ୍କ ଉପସ୍ଥିତିରେ ଆଜି ମହାୟୁତି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନପେକ୍ଷେ ସେନା (ୟୁବିଟି) ନେତା ଅମ୍ବାଦାସ ଡାନଭେ ସ୍ପଷ୍ଟ କରିଛନ୍ତି ଯେ ଏମ୍ଏଲସି ଜଗନ୍ନାଥ ଅଭ୍ୟଙ୍କର ହେଉଛନ୍ତି ମହା ବକିାଶ ଅଘାଡ଼ି ପ୍ରାର୍ଥୀ। ବିଧାନ ଭବନରେ ସାମ୍ବାଦିକ ମାନଙ୍କୁ ଟିପ୍ପଣୀ ଦେଇ ଶିବସେନା ନେତା ଉଦୟ ସାମନ୍ତ କହିଛନ୍ତି, ସଚୀନ ଆହିର ଜଣେ ବରିଷ୍ଠ ଏମଏଲ୍ସି ଏବଂ ସେ ମୁମ୍ବାଇର ଲୋକଙ୍କ ପାଇଁ ତାଙ୍କ ସ୍ବର ଉତ୍ତୋଳନ କରିଛନ୍ତି। ଏଭଳି ଜଣେ ଅଭିଜ୍ଞ ନେତା ଶିବସେନାକୁ ଆସିଥିବାରୁ ମୁଁ ଖୁବ୍ ଖୁସି।
Monsoon active: ଦେଶବ୍ୟାପୀ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା: ୧,୫୦୦ କିମି ଲମ୍ବର ମେଘମାଳା
ସଚୀନ ଆହିର ହେଉଛନ୍ତି ଆଦିତ୍ୟ ଠାକ୍ରେଙ୍କର ଜଣେ ଘନିଷ୍ଠ ସହଯୋଗୀ। ମୁମ୍ବାଇରେ ସେ ହେଉଛନ୍ତି ଆଦିତ୍ୟ ଠାକ୍ରେଙ୍କ ଡାହାଣ ହାତ। ତେବେ ଦଳର ଏଭଳି ସଙ୍କଟ ସମୟରେ ସେ ଦଳ ଛାଡ଼ିଦେବା ଘଟଣାରେ ପ୍ରତିକ୍ରିୟା ରଖି ଆଦିତ୍ୟ କହିଛନ୍ତି, ଜଣଙ୍କର ଜୀବନରେ କିଛି ନୀତି ରହିବା ଉଚିତ। ଯଦି ଦଳ ତୁମକୁ କିଛି ଦେଇଛି ତେବେ ଦଳର ସଙ୍କଟ ସମୟରେ ତୁମେ ଦଳ ସହ ରହିବା ଉଚିତ। ଠାକ୍ରେ କହିଛନ୍ତି, ତାଙ୍କୁ ମୋ ପାଖକୁ ନେଇକି ଆସ। ଦଳ ତାଙ୍କୁ କ’ଣ ଦେଇନାହିଁ ବୋଲି ମୁଁ ପ୍ରଶ୍ନ କରିବି। ଅନ୍ୟପକ୍ଷେ ସଚୀନ ଆହିରଙ୍କୁ ଦଳକୁ ସ୍ବାଗତ କରି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ରାଜନୀତିର ‘ତେନ୍ଦୁଲକର’ ଯିଏ ୬ ମାରି ଦେଇଛନ୍ତି ବୋଲି କହିଛନ୍ତି। ସିନ୍ଦେ କହିଛନ୍ତି, ଆହିର ହେଉଛନ୍ତି ଜଣେ ତୃଣମୂଳ କର୍ମୀ ଏବଂ ଲୋକମାନେ ତାଙ୍କ ରାଜନୀତିର ଶୈଳୀକୁ ଭଲପାଆନ୍ତି।
10,000 fruit trees: ଉଜାଡ଼ି ଦେଲେ ୧୦ ହଜାର ଫଳଗଛ: ୧୦ ବର୍ଷ ପରେ ନଗଡ଼ା, ପାଣିରେ ପଡ଼ିଲା ୩ କୋଟି