Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍ରୁ ଧରାପଡ଼ିଥିଲେ ଅଭିଯୁକ୍ତ
"ରାଉରକେଲା: ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଗୁଳି ସହ ପେସାଦାର ଅପରାଧୀ ଗିରଫ ଘଟଣାରେ ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି।
ୱାଣ୍ଟେଟ୍ ଥିବା ନିଲମ୍ବିତ ବିଜେପି ଯୁବନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ଗିରଫ କରି ରାଉରକେଲା ଅଣାଯାଇଛି।
ଗୁରୁବାର ରାତି ପ୍ରାୟ ସାଢେ ୯ଟାବେଳେ ତାଙ୍କୁ ରାଉରକେଲା ରଘୁନାଥପାଲି ଥାନାକୁ ଅଣାଯାଇଛି।
ରାଉରକେଲା ସରକାରୀ ଡାକ୍ତରଖାନାରେ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କହିଲେ, ମୋ" ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।
ସତ୍ୟତା ନିଶ୍ଚିଭବାବେ ପଦାକୁ ଆସିବ।Advertisment ପ୍ରକାଶଙ୍କୁ ବୁଧବାର ରାତିରେ ବିହାର ବେଗୁସରାଇ ଜିଲ୍ଲାର ବରୌନି ଷ୍ଟେସନ୍ରୁ ଗିରଫ କରାଯାଇଥିଲା।
ବିହାର ଛାଡ଼ି ଚମ୍ପଟ୍ ମାରୁଥିବାବେଳେ ଆର୍ପିଏଫ୍, ରେଳବାଇ ପୁଲିସ ଓ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ ଷ୍ଟେସନ୍ରେ ତାଙ୍କୁ କାବୁ କରିନେଇଥିଲେ।
ଜିମା ଦେବାପରେ ରାଉରକେଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଉରକେଲା ଆଣିଛନ୍ତି।
Delhi: ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା ରାଉରକେଲାରୁ ପ୍ରାୟ ୮ ଦିନ ପୂର୍ବରୁ ଫେରାର୍ ମାରିଥିବା ପ୍ରକାଶ ଗିରଫ ହେବା ପୂର୍ବରୁ ପ୍ରାୟ ୪ରୁ ଅଧିକ ରାଜ୍ୟରେ ଆତ୍ମଗୋପନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅପରାଧୀ ଗିରଫ ଘଟଣାରେ ପ୍ରକାଶର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଧରିବାକୁ ତନାଘନା କରୁଥିଲା।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରକାଶ ପେସାଦାର ଅପରାଧୀମାନଙ୍କୁ ନେଇ ଏକ ଗ୍ୟାଙ୍ଗ ଗଠନ କରି ବାଲିମାଫିଆଙ୍କ ଠାରୁ ବେଆଇନ ବଟି ଆଦାୟ କରିବା ସହ ରାଉରକେଲା ସହରରେ ଟେଣ୍ଡର ଫିକ୍ସିଂ କାରବାରରେ ଜଡ଼ିତ ଥିଲେ।
ଏଭଳି କାଣ୍ଡ ସେ ବର୍ଷବର୍ଷ ଧରି କରିଆସୁଥିବାବେଳେ ଅପରାଧୀଙ୍କୁ ଗୁଳିବନ୍ଧୁକ ଦେଇ ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ ଥିଲା ମୁଖ୍ୟ ଉଦ୍ଦେଶ୍ୟ।
ଏମିତି କି ଗୋଚାଲାଣକାରୀଙ୍କୁ ସୁରକ୍ଷା ଦେଉଥିବା କଥା ମଧ୍ୟ ସହରବ୍ୟାପୀ ଚର୍ଚ୍ଚା ହେଉଛି।
ପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ ପରେ ପୁଲିସ ଘଟଣାର ଯାଞ୍ଚ ଆହୁରି ଜୋରଦାର କରିବ ବୋଲି ଜଣାପଡ଼ିଛି।
ପ୍ରକାଶଙ୍କୁ କିଏ ଦେଉଥିଲା ସୁରକ୍ଷା, ରାଜନୈତିକ ଓ ପ୍ରଶାସନିକସ୍ତରରେ କେଉଁମାନେ କରୁଥିଲେ ସହଯୋଗ ସେ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।
ପୁଲିସ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
