Rourkela: ସମ୍ବାଦ ପକ୍ଷରୁ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା : ଆଜି ସମ୍ବାଦ ପକ୍ଷରୁ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମ ରଘୁନାଥପାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ମୁଖ୍ୟ ବକ୍ତା ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନା, ସମ୍ମାନିତ ଅତିଥି ଭାବେ ରାଉରକେଲା ଅର୍ବାନ ବ୍ୟାଙ୍କର ନିର୍ଦେଶକ ଶ୍ରୀଧର ମଲିକ, ପାନପୋଷ ରେଞ୍ଜର ସୁଚିସ୍ମିତା ଦାସ, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ସମ୍ପାଦକ ସମ୍ବିଦ ଷଡ଼ଙ୍ଗୀ, ଅଧ୍ୟକ୍ଷ ଜଳଧର ମହାପାତ୍ର ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l 'ସମ୍ବାଦ' ଏହି ଅଭିଯାନରେ ସାମିଲ ହେବାକୁ ଆଜି ଦିନରେ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ l
ଆହୁରି ପଢନ୍ତୁ: Keonjhar: ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ
'ସମ୍ବାଦ'ରାଉରକେଲା ସଂସ୍କରଣର ମୁଖ୍ୟ ଲଷ୍ମୀନାରାୟଣ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରମାନେ ପରିବେଶ ସୁରକ୍ଷା ଉପରେ ସଚେତନତାମୂଳକ ନାଟକ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମରେ ସହର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ l ଶେଷରେ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା l ଅତିଥିମାନେ ଓ ଛାତ୍ରଛାତ୍ରୀ ଚାରାରୋପଣ କରିଥିଲେ l ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଫଳନ୍ତି ଚାରା ବଣ୍ଟନ କରାଯାଇଥିଲା l ସମ୍ବାଦ ରାଉରକେଲା ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l