Rourkela:ଚାକିରି ଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଠକିନେଲେ
"ରାଉରକେଲା: ଭୁବନେଶ୍ବର ନୟାପଲିରୁ ଆସିଲେ।
ଛେଣ୍ଡ କଲୋନି ଟ୍ରେନ୍ଲାଇନ ପାର୍ଶ୍ବରେ ଭଡ଼ାରେ ଘରନେଇ ଖୋଲିଲେ ନିଯୁକ୍ତି କାର୍ଯ୍ୟାଳୟ।
ବେକାରୀଙ୍କୁ ଲୁଟିବାକୁ ବାହାର କଲେ ବିଜ୍ଞାପନ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଓ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ନିଯୁକ୍ତି ଦେବାକୁ ଲୋଭ ଦେଖାଇଲେ।
ତା"ପୁଣି କନିଷ୍ଠ ଯନ୍ତ୍ରୀ, ଫାଇନାନ୍ସ ମ୍ୟାନେଜର, ସଫ୍ଟୱେୟର ଇଞ୍ଜିନିୟର, ପାଠାଗାର ଅଧିକାରୀ, ଡାଟା ଏଣ୍ଟ୍ରି ଅପରେଟରରୁ ଆରମ୍ଭ କରି ସୁପରଭାଇଜର, ଆଟେଣ୍ଡାଣ୍ଟ, ହାଉସ୍କିପିଂ, ଲ୍ୟାବ୍ ଆସିଷ୍ଟାଣ୍ଟ, ଗେଷ୍ଟହାଉସ୍ ମ୍ୟାନେଜର ଏମିତି ଅନେକ।Advertisment ଆହୁରି ପଢନ୍ତୁ:US Attack: ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଇରାନରେ ୩ ମୃତ ପଦବି ଅନୁଯାୟୀ ବେକାରୀଙ୍କଠୁ ନେଉଥିଲେ ୧ ଲକ୍ଷ ୧୦ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା।
ଏହିପରି ୩୦ରୁ ଅଧିକ ଚାକିରି ଆଶାୟୀଙ୍କଠୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଠକି ନେଇ ନିଯୁକ୍ତି କାର୍ଯ୍ୟାଳୟରେ ତାଲା ମାରି ଚମ୍ପଟ ମାରିଛନ୍ତି।
ଏଭଳି ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ କାଳୀଚରଣ ଦାଶଙ୍କ ପୁଅ ଶ୍ୟାମସୁନ୍ଦର ଦାଶ।
ବିପିୟୁଟିରେ ଡାଟା ଏଣ୍ଟ୍ରି ଚାକିରି ଦେବାକୁ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୫ ହଜାର ଟଙ୍କା ନେଇଥିଲେ।
ଚାକିରି ନ ଦେବାରୁ ବାରମ୍ବାର ଦୌଡ଼ିବା ପରେ ୫୦ ହଜାର ଟଙ୍କା ଫେରସ୍ତ କରିଛନ୍ତି।
ଅବଶିଷ୍ଟ ୫୫ ହଜାର ଟଙ୍କା ଦେବାକୁ ମନା କରୁଛନ୍ତି।
କଲ୍ କଲେ ଓଲଟା ଧମକଚମକ ଦେଉଛନ୍ତି।
କାଳୀଚରଣ ଛେଣ୍ଡଥାନାରେ ଏ ସଂକ୍ରାନ୍ତରେ ଠିକାସଂସ୍ଥାର ମାଲିକ ଓ ତାଙ୍କ ନିକଟରେ କାମ କରୁଥିବା ଦୁଇଜଣ ନାଁରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଇଯାଇଛି ଯେ, ତିନିଜଣ ବ୍ୟକ୍ତି ଛେଣ୍ଡକଲୋନି କଳିଙ୍ଗବିହାର କୌଶଲ୍ୟାନଗରରେ ଏକ ଭଡ଼ାଘରେ କାର୍ଯ୍ୟାଳୟ ଖୋଲିଥିଲେ।
ଆହୁରି ପଢନ୍ତୁ:Green Energy: ଭାରତ ହେବ ସବୁଜ ଶକ୍ତିର ବିଶ୍ୱ କେନ୍ଦ୍ର: ୨୦୭୦ ସୁଦ୍ଧା ନେଟ୍ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ଚାକିରି ପାଇବା ଆଶାୟୀ ଥିବାପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳଙ୍କୁ ବହୁ ସଂଖ୍ୟକ ଯୁବକଯୁବତୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି।
ଗତ ୨୦୨୫ ଡିସେମ୍ବରରୁ ୨୦୨୬ ଫେବ୍ରୁଆରି ମଧ୍ୟରେ ସେମାନଙ୍କଠୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି।
ଗତ ମାର୍ଚ୍ଚ ମାସରୁ ଅଫିସ୍ରେ ତାଲାମାରି ଫେରାର ହୋଇଯାଇଛନ୍ତି।
ଠକସଂସ୍ଥାର ତିନିଜଣଙ୍କୁ ଗିରଫ କରି ସେମାନେ ନେଇଥିବା ଟଙ୍କା ଆଦାୟ କରିବାକୁ ଅନୁରୋଧ କରିଛନ୍ତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।