Rohit Sharma's Parents Reach London: ଶେଷ ଦିନିକିଆ ପୂର୍ବରୁ ରୋହିତଙ୍କ ଅବସର ନେଇ ବଢ଼ିଲା ଚର୍ଚ୍ଚା

Jul 17, 2026 - 19:06
Rohit Sharma's Parents Reach London: ଶେଷ ଦିନିକିଆ ପୂର୍ବରୁ ରୋହିତଙ୍କ ଅବସର ନେଇ ବଢ଼ିଲା ଚର୍ଚ୍ଚା

ରୋହିତ ଶର୍ମାଙ୍କ ଅବସର ଚର୍ଚ୍ଚା ଭିତରେ ବଡ଼ ଖବର। ରୋହିତଙ୍କ ବାପା-ମାଆ ଲଣ୍ଡନରେ ପହଞ୍ଚିଛନ୍ତି। ରବିବାର ଲର୍ଡସରେ ଭାରତ-ଇଂଲଣ୍ଡ ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ରୋହିତଙ୍କ ଶେଷ ଦିନିକିଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ରୋହିତଙ୍କ ବାପା ଏବଂ ମାଆ ଲର୍ଡସ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍ ଦେଖିବେ। ଚଳିତ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ରୋହିତ ୧୧ ଓ ୨୬ ରନ୍ କରିଛନ୍ତି। ୨୦୨୭ ବିଶ୍ୱକପ୍‌ ପାଇଁ ଚୟନ କମିଟି ନୂଆ ଯୋଜନା କରୁଛି। ରୋହିତଙ୍କ ସ୍ଥାନରେ ଯଶସ୍ୱୀ ଜସୱାଲଙ୍କୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟେ କାର୍ଡିଫ୍ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୩୩ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୫୫ ଓ ଶ୍ରେୟସ ଆୟର ୫୬ ରନ୍ କରିଥିଲେ। ଜବାବରେ ଜୋ ରୁଟ୍‌ଙ୍କ ଅପରାଜିତ ୯୯ ରନ୍ ବଳରେ ଇଂଲଣ୍ଡ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।