Kangaroo Court Punishment Shocks Cuttack: କଟକରେ ନାବାଳକଙ୍କୁ କଙ୍ଗାରୁ କୋର୍ଟର ଦଣ୍ଡ, କାଠ ଫାଳିଆରେ ନିର୍ଦ୍ଧୁମ ମାଡ଼
କଟକରେ ନାବାଳକଙ୍କୁ କଙ୍ଗାରୁ କୋର୍ଟର ଦଣ୍ଡ। ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଘଟିଛି ଏଭଳି ବର୍ବର କାଣ୍ଡ। ମାଡମାରି ଉଲଗ୍ନ କରି ରାସ୍ତାରେ ଚଲାଇଲେ ଜଣେ ନାବାଳକଙ୍କୁ। କଥା ଏତିକିରେ ସରିନି, ଆଉ ଏକ ଯୁବକଙ୍କୁ କାଠ ଫାଳିଆରେ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଲୋକେ। ଏକାଧିକ ଯୁବକ ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି।
ନାବାଳକଙ୍କ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦେବା ପରେ ଜଣଙ୍କୁ ଗିରଫ କରାଯାଇଛି। ପୀଡ଼ିତ ନାବାଳକଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅକୁ ଚୋରି ସନ୍ଦେହରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉଲଗ୍ନ କରି ମାଡ ମାରିଛନ୍ତି। ତେବେ ପୋଲିସ କହିଛି, କିଛି ଯୁବକ ନାବାଳକଙ୍କୁ ମାଡ ମାରିଥିବା ନେଇ ଏତଲା ହୋଇଛି। ଘଟଣାରେ ପୋଲିସ ଜଣକୁ ଗିରଫ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।