Rohit Sharma: ବାହାରର କୋଳାହଳ ଉପରେ ଧ୍ୟାନ ଦିଏନି: ରୋହିତ...

Jul 20, 2026 - 16:59
Rohit Sharma: ବାହାରର କୋଳାହଳ ଉପରେ ଧ୍ୟାନ ଦିଏନି: ରୋହିତ...

"ଲର୍ଡସ୍‌, ୨୦/୭: ହିଟ୍‌ମ୍ୟାନ୍‌ ଭାବେ ପରିଚିତ ରୋହିତ ଶର୍ମା ଲର୍ଡସ୍‌ ଦିନିକିଆରେ ବିସ୍ଫୋରକ ଶତକ ଅର୍ଜନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ଏହା ସହିତ ସେ ତାଙ୍କର ଅବସରକୁ ନେଇ ଚାଲିଥିବା ଚର୍ଚ୍ଚାରେ ବି ଯବନିକା ପକାଇଛନ୍ତି।

ମ୍ୟାଚ୍‌ ପରେ ସମାଲୋଚକଙ୍କୁ କଡ଼ା ଜବାବ ଦେଇ ରୋହିତ କହିଛନ୍ତି ଯେ ବାହାରର "କୋଳାହଳ" (ସମାଲୋଚନା) ତାଙ୍କୁ ଆଦୌ ବିଚଳିତ କରେ ନାହିଁ, କାରଣ ନିଜ କ୍ୟାରିୟରର ଆରମ୍ଭରୁ ହିଁ ସେ ଏଥିରେ ଅଭ୍ୟସ୍ତ ହୋଇସାରିଛନ୍ତି।Advertisment ଆହୁରି ପଢ଼ନ୍ତୁ- Centre Warns Restaurants: ରେଷ୍ଟୁରାଣ୍ଟଗୁଡ଼ିକର ମନମୁଖୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ!: ସେବା ଶୁଳ୍କ ଆଦାୟ ଉପରେ ସରକାରଙ୍କ କଠୋର ଆଭିମୁଖ୍ୟ, ନିୟମ ଭଙ୍ଗ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ସମାଲୋଚନା ତାଙ୍କୁ ବିଚଳିତ କରେନାହିଁ ରୋହିତ କହିଛନ୍ତି, “ମୋର କାମ ହେଉଛି ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇବା, ଖେଳିବା ଏବଂ ମୋ ଦେଶର ପ୍ରତିନିଧିତ୍ୱ କରିବା।

ମୁଁ ପଦାର୍ପଣ କରିବା ଦିନଠାରୁ ମୋତେ ଏହା ହିଁ କରିବାକୁ କୁହାଯାଇଛି ଏବଂ ମୁଁ ଏହା ହିଁ କରିଚାଲିଛି।

ମୋ କ୍ୟାରିୟରର ପ୍ରଥମ ଦିନରୁ ହିଁ ଏଭଳି ବାହ୍ୟ "କୋଳାହଳ" ଲାଗି ରହିଛି ଏବଂ ମୁଁ ଯେ ପର୍ଯ୍ୟନ୍ତ କ୍ରିକେଟ୍ ଖେଳୁଥିବି, ତାହା ଚାଲୁଥିବ।

ଏହା ମୋ ପାଇଁ କୌଣସି ଗୁରୁତ୍ୱ ରଖେ ନାହିଁ।

ମୁଁ ପଡ଼ିଆ ଭିତରେ କଣ କରୁଛି, କେବଳ ସେତିକି ହିଁ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ।

ମୁଁ କେବଳ ଦଳର ସଫଳତାରେ ନିଜର ଯୋଗଦାନ ଦେବାକୁ ଚେଷ୍ଟା କରିବାକୁ ଚାହେଁ।

ମୋର ସମଗ୍ର ଧ୍ୟାନ କେବଳ ଏହା ଉପରେ ହିଁ କେନ୍ଦ୍ରୀଭୂତ ରହିଛି""।

ଆହୁରି ପଢ଼ନ୍ତୁ- India"s first dengue vaccine approved: ଜାପାନୀ ଟିକା କ୍ବୁଡେଙ୍ଗାକୁ ଭାରତ ସରକାରଙ୍କ ମଞ୍ଜୁରୀ ରୋହିତ ପୂର୍ବରୁ ହିଁ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ବର୍ତ୍ତମାନ ସେ କେବଳ ଦିନିକିଆ ଫର୍ମାଟ୍‌ରେ ହିଁ ସକ୍ରିୟ ଅଛନ୍ତି।

ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ବିଫଳତା ପରେ ଚର୍ଚ୍ଚା ହେଉଥିଲା ଯେ ସେ ଲର୍ଡସ୍‌ ଦିନିକିଆ ପରେ ଅବସର ଘୋଷଣା କରିବେ।

କିନ୍ତୁ ବିସିସିଆଇ ଏହାକୁ ଖଣ୍ଡନ କରିଥିଲା।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।