Road: ୪ ମାସରେ ଆଁ କଲା ନୂଆ ମୁଖ୍ୟମନ୍ତ୍ରୀ ସଡ଼କ: ବ୍ୟୟ ହୋଇଛି ୪.୨୦ କୋଟି

Jul 28, 2026 - 06:15
Road: ୪ ମାସରେ ଆଁ କଲା ନୂଆ ମୁଖ୍ୟମନ୍ତ୍ରୀ ସଡ଼କ: ବ୍ୟୟ ହୋଇଛି ୪.୨୦ କୋଟି

"ବାଲିପାଟଣା: ୨ଟି ବ୍ଲକ୍‌ର ୩୦ ଗାଁର ଲୋକଙ୍କ ଯାତାୟାତ ପାଇଁ ବନମାଳୀପୁର-ଅପୂଜା ଭାୟା ଭାକରସାହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନବୀକରଣ କରାଗଲା।

ଗ୍ରାମ୍ୟ ଉନ୍ନୟନ ବିଭାଗ ୪କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।

କିନ୍ତୁ କାମ ସରିବାର ମାତ୍ର ୪ମାସ ବିତିନି, ରାସ୍ତା ଫାଟି ଆଁ କରିଛି।

ଠାଏ ଠାଏ ଦବିଯିବାରୁ ରାସ୍ତା ଦୁଇ ଫାଳ ହୋଇଯାଇଥିବା ଭଳି ଦେଖାଯାଉଛି।

ସେହିଭଳି କିଛି ଜାଗାରେ ରାସ୍ତା କଡ଼ ଏମିତି ଦବିଛି ଯେ ସୁରକ୍ଷାବାଡ଼ ଉପୁଡ଼ି ମାଟି କାମୁଡ଼ି ପଡ଼ିଛି।

ନୂଆ ରାସ୍ତାର ଏଭଳି କଦର୍ଯ୍ୟ ଅବସ୍ଥା ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଠିକାସଂସ୍ଥା ନିମ୍ନମାନର କାମ କରିଥିବାରୁ ରାସ୍ତା ଦବିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ବିଭାଗୀୟ ଯନ୍ତ୍ରୀମାନଙ୍କର କାମ ତଦାରଖ‌ରେ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଛି।

ନୂଆ ରାସ୍ତାରେ ଏହି ବିଶାଳ ଫାଟଗୁଡ଼ିକ, ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ମଧୁଚନ୍ଦ୍ରିକାର ପ୍ରତିଫଳନ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ଠିକ୍‌ ଏତିକିବେଳେ ରାସ୍ତାରେ ଲଗାଯାଇଥିବା ନିର୍ମାଣ ସୂଚନା ଫଳକକୁ ରାତିରେ ଲୁଚାଇ କାଢ଼ି ନିଆଯିବା ଘଟଣା ବି ବେଶ୍‌ ଚର୍ଚ୍ଚା ହେଉଛି।Advertisment NDA: ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ, ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା ବନମାଳୀପୁର ସରକାରୀ ଉଚ୍ଚବିଦ୍ୟାଳୟ ଠାରୁ ଭାକରସାହି ଦେଇ ଅପୂଜା ପର୍ଯ୍ୟନ୍ତ ପାଖାପାଖି ୫ କିମି ଲମ୍ବର ଏହି ରାସ୍ତା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା।

ନିଆଳି ଓ ବାଲିପାଟଣା ବ୍ଲକ୍‌ର ୩୦ରୁ ଅଧିକ ଗାଁର ଲୋକ ନିର୍ଭର କରୁଥିବା ଏହି ରାସ୍ତା ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ଏବଂ ଭୁବନେଶ୍ବର ସାଇ ୟୁନିକ୍ କନ୍‌ଷ୍ଟ୍ରକସନ୍ ଏହି କାମ ଠିକା ନେଇଥିଲା।

ତତ୍କାଳୀନ ବିଧାୟକ ଅରବିନ୍ଦ ଢାଲି ୨୦୨୪ ଫେବ୍ରୁଆରିରେ ଶିଳାନ୍ୟାସ କରିଥିଲେ।

୨୦୨୪ ଜୁଲାଇ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଥିଲା।

କିନ୍ତୁ  ଠିକାସଂସ୍ଥାର ମନମାନି ଯୋଗୁ ୨୦୨୬ ମାର୍ଚ୍ଚରେ କାମ ସରିଲା।

ଏବେ ରାସ୍ତା ଫାଟି ଆଁ କରିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ପଡ଼ିଥିବା ନୂଆ ମାଟିକୁ ଭଲ ଭାବେ ରୋଲିଂ କରାଯାଇନଥିଲା।

ମେଟାଲିଂ ଓ ପିଚୁ କାମ ବି ନିମ୍ନମାନର ହୋଇଛି।

ତୁରନ୍ତ ରାସ୍ତାର ପୁନଃନିର୍ମାଣ ଓ ନିମ୍ନମାନର କାମ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଲାଗି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ବିଭାଗୀୟ ଯନ୍ତ୍ରୀ ସଞ୍ଜୟ ସାହୁଙ୍କ ସୂଚନାନୁସାରେ ଠିକାସଂସ୍ଥା ରାସ୍ତାର ୫ବର୍ଷିଆ ରକ୍ଷଣାବେକ୍ଷଣ କରିବା ନିୟମ ରହିଛି।

ତେଣୁ ପୁନଃମରାମତି କରିବା ପାଇଁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ଠିକାସଂସ୍ଥା ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ ଦିନରାତି ବାଲି, ମାଟି ବୋଝେଇ ହାଇୱା ଭଳି ଭାରୀଯାନ ଚଳାଚଳ ଯୋଗୁ ରାସ୍ତା ଦବିଯାଇଛି।

ଆବଶ୍ୟକ ଅନୁସାରେ ମରାମତି କରାଯିବ।

Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।