Road Block: ବେହେଡ଼ା ପୋଲ ଉପରେ ୫ ଫୁଟର ପାଣି, ଉମରକୋଟ ଓ ରାଇଘର ମଧ୍ୟରେ ଯାତାୟତ ବନ୍ଦ
"ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ାଠାରେ ନିର୍ମାଣ ହେଇଥିବା ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଉମରକୋଟ ଓ ରାଇଘର ମଧ୍ୟରେ ଯାତାୟତ ବନ୍ଦ ହେଇ ଯାଇଛି।
ଗତକାଲି ରାତିଠୁ ଉମରକୋଟ ଅଞ୍ଚଳରେ ଭୀଷଣ ବର୍ଷା ଲାଗି ରହିଥିବାରୁ ତେଲ ନଦୀ ଉପରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଲଟି ସଂପୂଣ୍ଣ ରୂପରେ ବୁଡ଼ି ଯାଇଛି।Advertisment Heavy Rain: ଲଗାଣ ବର୍ଷାରେ ଘର ଭାଙ୍ଗି ଦୁଇ ଗୁରୁତର ଉଲ୍ଲେଖଯୋଗ୍ୟ ଏହିକି ଯେ ଦୀର୍ଘ ୨ ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି ବେହେଡ଼ା ନିକଟରେ ଥିବା ତେଲ ନଦୀ ଉପରେ ଥିବା ପୁରାତନ ପୋଲକୁ ଭାଙ୍ଗି ଦିଅଯାଇ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା।
ତେବେ ପ୍ରଥମେ ଉକ୍ତ ପୋଲ ଉପରେ ପାଇଲ ସିଷ୍ଟମରେ ପୋଲ ନିର୍ମାଣ କାର୍ଯ୍ୟ ବର୍ଷରୁ ଅଧିକ ଧରି କାର୍ଯ୍ୟ ଚାଲି ଥିଲେ ହେ ତାହା ବିଫଳ ହେବା ପରେ ଦୀର୍ଘ ଦିନ ଧରି କାର୍ଯ ବନ୍ଦ ଥିଲା।
ତେବେ ୩ ମାସ ହେଲା ପୁଣି ନୂତନ ଭାବେ ପିଲର ତିଆରି କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ତେବେ ଏହି ପୁରୁଣା ପୋଲ ଭାଙ୍ଗିଦେବା ଯୋଗୁ ସେଠାରେ ଏକ ଡାଇଭରସନ ରାସ୍ତା କରି ଏକ କମ୍ ଉଚ୍ଚତା ବିଶିଷ୍ଟ ହୁମ୍ ପାଇପ୍ ବସାଇ ପୋଲ ନିର୍ମାଣ କରାଯାଇଥିଲା।
ସେତେ ବେଳେ ହିଁ ଅଧିକ ଉଚ୍ଚ ବିଶିଷ୍ଟ ପୋଲ ନିର୍ମାଣ କରିଥିଲେ ଆଜି ଏହି ଅସୁବିଧା ହେଇ ନ ଥାଆନ୍ତା।
ତେବେ ଭୀଷଣ ବର୍ଷ।
ଯୋଗୁ ସବୁ ରାସ୍ତା ଖରାପ ହେଇ ଯାଇଥିବା ବେଳେ ବର୍ତ୍ତମାନ ଛୋଟ ଗାଡ଼ି ଗୁଡିକ ଚାଲିପାରୁନି।
ତେଲ ନଦୀ ଉପରେ ଭୀଷଣ ବନ୍ୟା ଜଳ ଭିତରେ ପ୍ରବେଶ କରି ଦୀର୍ଘ ବାଟ ବୁଲି ବୁଲି ଚିକଲ୍ ପଦର ଛକ ଠାରେ ବାହାରୁଛି ।
ଯାତାୟତ କରିବା ଅସମ୍ଭବ ହେଇ ପଡିଛି।
ଅପରପକ୍ଷେ ଦୁର୍ଘଟଣା ବାରମ୍ୱାର ଘଟି ବହୁ ଲୋକଙ୍କର ଜୀବନ ଚାଲିଯିବ।
ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଭାରତମାଳ।
ରାସ୍ତାକୁ ବନ୍ଦ କରି ଦେଇଥିବା ବେଳେ ବର୍ତ୍ତମାନ ଏହି ରାସ୍ତାକୁ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି।
ଦୀର୍ଘ ବର୍ଷ ପରେ ଏହି ବେହେଡ଼ା ତେଲ ନଦୀ ଉପରେ ଏତେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି।
ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ୨ ପାର୍ଶ୍ୱରେ ଯାନବାହାନ ଓ ଯାତ୍ରୀମାନେ ଅଟକି ଯାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।