Road Accident ହାଇୱା ଧକ୍କାରେ ୨ ମୃତ, ଜଣେ ଆହତ, ପ୍ରତିବାଦରେ ରାସ୍ତା ଅବରୋଧ
"ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବ।ରି ଥାନ।
ଅନ୍ତର୍ଗତ କାଳିମାଟି ଛକ ଠାରେ ଆଜି (ବୁଧବାର) ଅପରାହ୍ନରେ ଏକ ହାଇୱା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି ।
ଏହି ଦୁର୍ଘଟଣା ଘଟିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ତୁରନ୍ତ କ୍ଷତିପୂରଣ, ସଡ଼କରେ ଉପଯୁକ୍ତ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ |Advertisment ମିଳିଥିବା ସୂଚନା ଅନୁଯାୟୀ,ଟ୍ରକ୍ (ଓଡି ୦୯ ଏ ବି ୭୬୯୩) ଦବୁନା ଖଣିକୁ ଯାଉଥିଲା।
ସମ୍ମୁଖରେ ଯାଉଥିବା ଏକ ବାଇକ୍ (ଓଡି ୦୯ କେ ୫୯୮୯) ପଛପଟରୁ ଧକ୍କା ଦେଇଥିଲା ।
ଫଳରେ ବାଇକରେ ବସିଥିବା ବଳଦା ଗ୍ରାମର ରାମ କୃଷ୍ଣ ପୂର୍ତ୍ତି(୩୫) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତର ଖାନାକୁ ନେବା ରାସ୍ତାରେ ଦବୁନା ଗ୍ରାମର ରଥ ଆଙ୍ଗରାଇ (୫୦)ଙ୍କ ମୃତ୍ୟୁ ଘଟିଥିଲା ।
ବାଇକ୍ ଚାଳକ ଦବୁନା ଗ୍ରାମର ଚନ୍ଦନ ବାରିକଙ୍କ ଗୋଡ଼ ଭାଙ୍ଗିଥିବା ଜଣାପଡିଛି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ ଓ ଉତ୍ତେଜନା ଲାଗି ରହିଥିଲା ।
ବାମେବାରି ଥାନା ଆଇଆ ସି ଝସକେତନ ଭୋଇ ଓ ସ୍ଥାନୀୟ ଅଞ୍ଚଳର ଯୁବ ସଂଗଠକ ବଳଭଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ।
ସଂଧ୍ୟାପ୍ରାୟ ୭.୩୦ ମିନିଟ ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।
କ୍ଷତିପୂରଣ ବାବଦରେ ପରିବହନକ।ରୀ ସଂସ୍ଥା ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ କ୍ଷତି ପୂରଣ ଦେବାର ପ୍ରତିଶ୍ରୁତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କୁ ୪ଲକ୍ଷ ଟଙ୍କା ଦେବାର ଘୋଷଣା କରାଯାଇଥିଲା ।
ସେହିପରି ଦୁର୍ଘଟଣା ଘଟାଇ ଥିବା କୋଟପାଲି ଅଞ୍ଚଳର ଟ୍ରକ୍ ମାଲିକ କୋଡ଼ିଏ ହଜାର ଟଙ୍କାର କ୍ଷତି ପୂରଣ ଦେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇ ଥିଲା ।
ବଳଭଦ୍ର ପାତ୍ର, ଓ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ, ତିନି ଜଣ ଗୋଟିଏ ବାଇକ୍ରେ ଏଟିଏମ୍ରୁ ଟଙ୍କା ଉଠାଇ ଗାଁକୁ ଯାଉଥିଲେ।
ସ୍ଲରି ପାଇପ୍ ଲାଇନ୍ ବିଛାଯାଇ ଥିବା ସ୍ଥାନଗୁଡ଼ିକ ସମତଳ ହୋଇ ନଥିବାରୁ ବାଇକ୍ ବ୍ରେକ ମାରି ମନ୍ଥର ଗତିରେ ଯିବା ବେଳେ ପଛ ପଟୁ ଟ୍ରକଟି ଧ୍କକା ଦେଇଥିଲା।
ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।