Road Accident ଗଛକୁ ପିଟିଲା ଯାତ୍ରୀବାହୀ ଅଟୋରିକ୍ସା, ୫ ଯାତ୍ରୀ ଆହତ

Aug 27, 2026 - 19:32
Road Accident ଗଛକୁ ପିଟିଲା ଯାତ୍ରୀବାହୀ ଅଟୋରିକ୍ସା, ୫ ଯାତ୍ରୀ ଆହତ

"ବିଷମକଟକ:  ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ଗ୍ରାମପଂଚାୟତ ଥୁଆଗୁଡା ଘାଟି ଉପରେ ଏକ ଅଟୋରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଅଟୋରେ ବସିଥିବା ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

Advertisment ଅଟୋରିକ୍ସାକୁ ଧକ୍କା ଦେଲା ଅଜଣା ଗାଡି; ୯ ମୃତ, ୬ ଆହତ ଘଟଣାରୁ ପ୍ରକାଶ, ହଜରିଡାଙ୍ଗ ଗ୍ରାମ ପଞ୍ଚାୟତର ଆଙ୍କୁଲ ପଦର ଗ୍ରାମର କିଛି ଯୁବତୀ କୁର୍ଲୀ ପାହାଡ ଉପରେ ରହିଥିବା ଏକ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ଫେରୁଥିଲେ।

ସନ୍ଧ୍ୟା ପ୍ରାୟ ୬ଘଟିକା ସମୟ ଘାଟି ରାସ୍ତାରେ ଅଟୋରିକ୍ସାଟି ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇ ଓଲଟି ପଡ଼ିଥିଲା।

ବିଏସ୍‌ପି ରାଜ୍ୟ ପ୍ରଭାରୀ ଜିତୁ ଜାକସିକା ଏବଂ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାରେ ସହାୟତା କରିଥିଳେ।

ଆହତଙ୍କୁ ଆମ୍ବୁଲାନସ୍ ଏବଂ କମାଣ୍ଡରରେ  ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅଟୋ ରିକ୍ସାରୁ ୭୦ କିଲୋ ଗଂଜେଇ ଜବତ, ୨ଗିରଫ  ଅଟୋରିକ୍ସାରେ ମୋଟ ୧୧ଜଣ ଯାତ୍ରୀ ବସିଥିବା ବେଳେ ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଚିକିତ୍ସା ପରେ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ସୁତ୍ରର ସୂଚନା ପ୍ରଦାନ କରାଯାଇଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)