RMS Admission: ଜାତୀୟ ସାମରିକ ବିଦ୍ୟାଳୟରେ ନାମଲେଖା ସୁଯୋଗ

Oct 20, 2026 - 11:24
RMS Admission: ଜାତୀୟ ସାମରିକ ବିଦ୍ୟାଳୟରେ ନାମଲେଖା ସୁଯୋଗ

"ନୂଆଦିଲ୍ଲୀ: ଜାତୀୟ ସାମରିକ ବିଦ୍ୟାଳୟ (RMS)ରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ସୁଯୋଗ।

୨୦୨୭-୨୮ ଶିକ୍ଷାବର୍ଷରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (RMS CET 2026) ମାଧ୍ୟମରେ ଆବେଦନ କରାଯାଉଛି।

ଆବେଦନର ଶେଷ ତାରିଖ ଆଜି।ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ପ୍ରାର୍ଥୀ ପଞ୍ଚମ ଶ୍ରେଣୀ ପାସ୍ କରିଥିବା କିମ୍ବା ପଢ଼ୁଥିବା ଆବଶ୍ୟକ।

ତେବେ ନାମଲେଖା ପୂର୍ବରୁ ପଞ୍ଚମ ଶ୍ରେଣୀ ପାସ୍ କରିବା ବାଧ୍ୟତାମୂଳକ।

ନବମ ଶ୍ରେଣୀ ପାଇଁ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଦରକାର।

ଷଷ୍ଠ ଶ୍ରେଣୀ ପାଇଁ ପ୍ରାର୍ଥୀଙ୍କ ଜନ୍ମ ୧ ଏପ୍ରିଲ ୨୦୧୪ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ହୋଇଥିବା ଆବଶ୍ୟକ।

ନବମ ଶ୍ରେଣୀ ପାଇଁ ଜନ୍ମତାରିଖ ୧ ଏପ୍ରିଲ ୨୦୧୨ରୁ ୩୧ ମାର୍ଚ୍ଚ ୨୦୧୪ ମଧ୍ୟରେ ହେବା ଦରକାର।Advertisment ଆବେଦନ ଶୁଳ୍କ  ସାଧାରଣ, ଓବିସି ଓ ଓବିସି-ଏନ୍ସିଏଲ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧,୦୦୦ ଟଙ୍କା ରହିଛି।

ଏସ୍‌ସି,ଏସ୍‌ଟି ଏବଂ ଯୁଦ୍ଧରେ ସହିଦ ସୈନିକଙ୍କ ଆଶ୍ରିତଙ୍କୁ ୭୫୦ ଟଙ୍କା ଦେବାକୁ ପଡ଼ିବ।

କିପରି କରିବେ ଆବେଦନ?

ପ୍ରାର୍ଥୀମାନେ rashtriyamilitaryschools.edu.in ୱେବ୍ସାଇଟ୍କୁ ଯାଇ RMS CET 2026 ଆବେଦନ ଲିଙ୍କ୍ ରେ କ୍ଲିକ୍ କରନ୍ତୁ।

ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ଦେଇ ପଞ୍ଜୀକରଣ କରିବା ପରେ ବ୍ୟକ୍ତିଗତ ଓ ଶିକ୍ଷାଗତ ବିବରଣୀ ପୂରଣ କରନ୍ତୁ।

ଆବଶ୍ୟକ ଫଟୋ, ଦସ୍ତଖତ ଓ ଦସ୍ତାବିଜ ଦାଖଲ କରି ଶୁଳ୍କ ଜମା କରିବା ପରେ ଫର୍ମ ଦାଖଲ କରନ୍ତୁ।

କେଉଁଠି ରହିଛି ବିଦ୍ୟାଳୟ?

ଭାରତରେ ପାଞ୍ଚଟି ଜାତୀୟ ସାମରିକ ବିଦ୍ୟାଳୟ ରହିଛି।

ସେଗୁଡ଼ିକ ହିମାଚଳ ପ୍ରଦେଶର ଚୈଲ୍, ରାଜସ୍ଥାନର ଅଜମେର ଓ ଧୌଲପୁର ଏବଂ କର୍ଣ୍ଣାଟକର ବେଲଗାମ ଓ ବେଙ୍ଗାଲୁରୁରେ ଅବସ୍ଥିତ।

ଏହି ବିଦ୍ୟାଳୟଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଆବାସିକ ଶିକ୍ଷାନୁଷ୍ଠାନ।

ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ଅଧିକାରିକ ବିଜ୍ଞପ୍ତିରେ ସମସ୍ତ ନିୟମ ଯାଞ୍ଚ କରିନେବା ଉଚିତ।

US Green Card: ଆମେରିକାରେ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ଝଟକା, ୩୫ ହଜାରରୁ ଅଧିକଙ୍କ ୱାର୍କ ପରମିଟ୍ ଆବେଦନ ଖାରଜ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)