Welcome!

Unlock your personalized experience.
Sign Up

River: ଜବରଦଖଲରେ ନଦୀପଠା: ମାଡ଼ି ବସିଲେଣି କୁଆଖାଇ, କୁଶଭଦ୍ରା ନଦୀପଠା

Aug 28, 2026 - 04:52
River: ଜବରଦଖଲରେ ନଦୀପଠା: ମାଡ଼ି ବସିଲେଣି କୁଆଖାଇ, କୁଶଭଦ୍ରା ନଦୀପଠା

ଭୁବନେଶ୍ବର: ମାଡ଼ି ବସିଲେଣି ନଦୀପଠା। ଜମି ମାଫିଆମାନେ କୁଆଖାଇ ନଦୀପଠାର ଏକର ଏକର ଜାଗାକୁ ମାଡ଼ି ବସି ସିମେଣ୍ଟ ଖୁଣ୍ଟ ପୋତି ଓ ତାର ବାଡ଼ ବୁଲାଇ ଦଖଲରେ ରଖିଛନ୍ତି। ରାସ୍ତା ପାଖ ଦର୍ଶାଇ ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ଉଠିଛି। ସେପଟେ ଅନେକ ସ୍ଥାନରେ ନଦୀ ଭିତରକୁ ମଡ଼ାଇ ଘର ତିଆରି ହୋଇଛି। ହାଇଟେକ୍‌ ରୋଡ୍‌ରୁ କୋରଡ଼ାକଣ୍ଟା ଦେଇ ଯାଇଥିବା ନଦୀବନ୍ଧ ଏହାର ଜ୍ବଳନ୍ତ ଉଦାହରଣ। ତଥାପି ନା ଏହା ଉପରେ ରାଜସ୍ବ ବିଭାଗର ନଜର ପଡ଼ୁଛି, ନା ଜଳସେଚନ ବିଭାଗର। କାର୍ଯ୍ୟାନୁଷ୍ଠାନ ତ’ ଦୂରର କଥା କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ଭୁବନେଶ୍ବର ଜଳସ୍ରୋତ କହିଲେ, କୁଆଖାଇ, କୁଶଭଦ୍ରା ଓ ଦୟାକୁ ବୁଝାଏ। ଏସବୁର ଜଳଧାରା ମହାନଦୀର ଜଳ ଉପରେ ନିର୍ଭର କରୁଛି। କିନ୍ତୁ କୁଆଖାଇ ବ୍ରିଜ୍‌ଠାରୁ କାନପୁର ପର୍ଯ୍ୟନ୍ତ ପ୍ରଶସ୍ତ ନଦୀପଠା ଜବରଦଖଲକୁ ଚାଲିଗଲାଣି। ବହୁ ଜାଗାରେ ସିମେଣ୍ଟ ଖୁଣ୍ଟି, ଲୁହାର ତାର ବାଡ଼ ବୁଲାଯାଇଛି। ବରିମୁଣ୍ଡ, କଲ୍ୟାଣପୁର ଅଞ୍ଚଳରେ ସର୍ବାଧିକ ଜବରଦଖଲ ହୋଇଛି। ନଦୀ ଭିତରେ ଏକାଧିକ ଜାଗାରେ ବାଡ଼ା ବୁଲାଯାଇଛି। ପ୍ଲଟିଂ ଉଦ୍ଦେଶ୍ୟରେ ଏଭଳି ‌କରାଯାଇଥିବା ଅଭିଯୋଗ ହୋଇଛି। ଖୁଆଖାଇ-କାନପୁର ମୁଖ୍ୟ ରାସ୍ତାରୁ ବି ଏହି ଜାଗାକୁ ଚଉଡ଼ା ଅସ୍ଥାୟୀ ରାସ୍ତା ତିଆରି କରାଯାଇଛି।

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ପୋତାଯାଇଛି ସିମେଣ୍ଟ ଖୁଣ୍ଟ, ବୁଲିଛି ତାରବାଡ଼
ଗଢ଼ି ଉଠିଛି ଘର, ମଣ୍ଡପ
ଇଟା ପାଇଁ ବିଦାରି ଦେଲେଣି ନଦୀବନ୍ଧ

ନଦୀକୁ ଲାଗି ଏଭଳି ଜବରଦଖଲ ଜଳସ୍ରୋତକୁ ଅବରୋଧ କରିବା ଆଶଙ୍କା ରହିଛି। ନଦୀପଠା ଦଖଲ ଆଇନ ଆଖିରେ ଦଣ୍ଡନୀୟ ହୋଇଥିବାବେଳେ ଅଧିକାରୀମାନେ ମୋଟା ଅଙ୍କର ଚାନ୍ଦା ନେଇ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ, ଅନେକ ତଞ୍ଚକତା ପଦାକୁ ଆସିବ ବୋଲି କହିଛନ୍ତି। କୁଆଖାଇର ନଦୀପଠା ବି କଂକ୍ରିଟ୍‌ ଜଙ୍ଗଲ ପାଲଟିଲାଣି। ବହୁ କୋଠା ଏହା ଉପରେ ଠିଆ‌ ହେଲାଣି। ଅନେକ ଜାଗାରେ କଲ୍ୟାଣମଣ୍ଡପ ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଲାଣି।  ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ତିଆରି ଗାଧୁଆ ତୁଠଗୁଡ଼ିକର ଅସ୍ଥିତ୍ବ ବି ହଜିଗଲାଣି। କୁଶଭଦ୍ରାରେ ମହାତ୍ମା ସେତୁଠାରୁ ବାଲିପାଟଣା ପାର୍ଶ୍ବକୁ ବହୁ ସ୍ଥାନରେ ଲୋକେ ନଦୀ ଭିତରକୁ ମାଡ଼ି ଆସିଲେଣି। ମହାତ୍ମା ସେତୁ ନିକଟ ବଜାରର ଦୋକାନ ଘରର କଂକ୍ରିଟ୍‌ ପିଲାର ବି ନଦୀ ଭିତରେ ଠିଆ ହୋଇଛି। ‌ସେପଟେ ଏଠାରେ ଏକାଧିକ ଇଟାଭାଟି ଚାଲିଛି, ଯାହାର ମାଟି ନିୟମିତ ନଦୀପଠାରୁ ଉଠୁଛି। ଫଳରେ ନଦୀବନ୍ଧ ଦୁର୍ବଳ ହେବା ସହ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ବିପଦ ଆଣିଦେଇଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ପ୍ରାଚୀ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଇଂ କଲ୍ୟାଣ ମିଶ୍ର କହିଛନ୍ତି, ଆମେ ନଦୀବନ୍ଧ ଜବରଦଖଲ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛୁ। ତେବେ ନଦୀପଠା ଜବରଦଖଲ ଉଚ୍ଛେଦ ଓ କାର୍ଯ୍ୟାନୁଷ୍ଠାନ ରାଜସ୍ବ ବିଭାଗର। ତଥାପି ଏବେ ନଦୀପଠା ଜବରଦଖଲ  ସମ୍ପର୍କରେ ରାଜସ୍ବ ବିଭାଗକୁ ଅବଗତ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)