River: ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଜଣେ ମୃତ, ୨ ନିଖୋଜ

Jun 08, 2026 - 15:55
River: ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଜଣେ ମୃତ, ୨ ନିଖୋଜ

"ତାଳଚେର: ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ  l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣା ପଡ଼ିଛି  l ଉଦ୍ଧାର ହୋଇ ସ୍ଥାନୀୟ  ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।Advertisment ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର  ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି ।

ମୃତକଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର  ହୋଇଥିବା ଜଣାପଡିଛି ।

ଆଖଣ୍ଡଳମଣି ମନ୍ଦିର ନିକଟ ତୁଠକୁ ସାତ ଜଣ ସାଙ୍ଗ  ଗାଧୋଇବାକୁ ଆସିଥିବା  ବେଳେ ଗଭୀର ସ୍ରୋତରେ ତିନି ଜଣ ବୁଡ଼ି ଯାଇଥିଲେ ।

ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଅଧିକ ପଢ଼ନ୍ତୁ: Attack: ଦୁଇ ବାଇକ୍‌ରେ ଆସିଲେ, ଯୁବକଙ୍କୁ ହାଣିଲେ ୫ ଦୁର୍ବୃତ୍ତ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।