Rising Mahanadi Waters Put Low-Lying Areas on High Alert: ମହାନଦୀରେ ମାଡ଼ି ଆସୁଛି ବନ୍ୟା, ମୁଣ୍ଡଳୀରେ ପାସ୍ କରିବ ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ

Jul 31, 2026 - 10:02
Rising Mahanadi Waters Put Low-Lying Areas on High Alert: ମହାନଦୀରେ ମାଡ଼ି ଆସୁଛି ବନ୍ୟା, ମୁଣ୍ଡଳୀରେ ପାସ୍ କରିବ ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ

ମହାନଦୀରେ ମାଡି ଆସୁଛି ବନ୍ୟା। ଆଉ କିଛି ସମୟ ପରେ ବନ୍ୟା ଜଳ ମୁଣ୍ଡଳୀ ଦେଇ ପାସ୍ କରିବ। ସାଢେ ୯ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ଅତିକ୍ରମ କରିବା ସମ୍ଭାବନା ରହିଛି। ତେଣୁ ଆଜି ବେଶ୍ ଗୁରୁତ୍ବପୂର୍ଣ୍ଣ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ଏବଂ ଦେବୀ ନଦୀରେ ମଧ୍ୟ ବନ୍ୟା ଆସିବ। କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢ଼ିବ। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ।

କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ଅଂଚଳ ମଧ୍ୟ ମହାନଦୀ ପାଇଁ ପ୍ରଭାବିତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାର ତଳିଆ ଅଂଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ଯୋବ୍ରା ଆନିକଟରେ ମହାନଦୀରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୩ ଲକ୍ଷ ୯୭ ହଜାର ୨୪ କ୍ୟୁସେକ୍  ପାଣି ନିଷ୍କାସିତ ହେଉଥିବା ବେଳେ ଜଳସ୍ତର ୨୧.୨୦ ମିଟର ରହିଛି।

ବଡ଼ମ୍ବାର ଯୋଡୁମ୍ ରେ ବୁଧବାର ରାତିରେ ମହାନଦୀ ବନ୍ଧରେ ଘାଇ ହେବା ସହିତ ଚାଷ ଜମି ବୁଡ଼ିଯାଇଛି। ମହାନଦୀରେ ବନ୍ୟାପାଣି ବଢୁଥିବାରୁ ଧବଳେଶ୍ବର, ଭଟ୍ଟାରିକା ଓ ସିଂହନାଥ ପୀଠରେ ଆଜିଠାରୁ ବିଏନ୍ ଏସ୍  ୧୬୩ ଧାରା ଲାଗୁ କରାଯାଇଛି। 

ମହାନଦୀରେ ମାଡ଼ି ଆସୁଛି ମଧ୍ୟମ ଧରଣର ବନ୍ୟା
ଆଉ କିଛି ସମୟ ପରେ ପହଞ୍ଚିବ ବନ୍ୟା ଜଳ
ମୁଣ୍ଡଳୀରେ ପାସ୍ କରିବ ସାଢେ ୯ ଲକ୍ଷ କ୍ୟୁସେକ୍ ଜଳ 
ଫୁଲିବ ଶାଖା ନଦୀ, ପ୍ରଭାବିତ ହେବ ଖୋର୍ଦ୍ଧା, ପୁରୀ
ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପଡ଼ିବ ପ୍ରଭାବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।