Rijiju: ଆପଣ ସୁଟ୍, କୋଟ୍ ପିନ୍ଧି ପହଁରନ୍ତି କି: ପୱନ ଖେଡ଼ାଙ୍କ ଅର୍ଦ୍ଧନଗ୍ନ ଟିପ୍ପଣୀର ଜବାବ ଦେଲେ ରିଜିଜୁ
"ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କୀରଣ ରିଜିଜୁ ଅରୁଣାଚଳ ପ୍ରଦେଶର ଏକ ନଦୀରେ ପହଁରୁଥିବା ନିଜର ଏକ ଭିଡିଓ ପୋଷ୍ଟ କରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସେହିପରି କରିବାକୁ ଆହ୍ୱାନ ଦେବା ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂସଦ ପୱନ ଖେଡ଼ାଙ୍କ ସହ ତାଙ୍କର ବାକ୍ଯୁଦ୍ଧ ହୋଇଛି।
କର୍ଣ୍ଣାଟକରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଖେଡ଼ା, ରିଜିଜୁଙ୍କ ପହଁରିବା ପୋଷାକକୁ ନେଇ ଟିପ୍ପଣୀ ଦେଇ ତାଙ୍କୁ "ଅର୍ଦ୍ଧନଗ୍ନ" ବୋଲି ବର୍ଣ୍ଣନା କରିଥିଲେ।
ପହଁରୁଥିବା ସମୟରେ ମଧ୍ୟ ଲୋକସଭାରେ ବିରୋଧୀ ଦଳର ନେତାଙ୍କ ନାମ ଉଲ୍ଲେଖ କରିଥିବାରୁ ସେ ରିଜିଜୁଙ୍କୁ ପରିହାସ କରିଥିଲେ।
Advertisment ଆହୁରି ପଢନ୍ତୁ: High Court: ସ୍କୁଲ୍ ପାଖରେ ଜଙ୍କ୍ ଫୁଡ୍ ବିକ୍ରି ବନ୍ଦ କଲେ ରାଜସ୍ଥାନ ହାଇକୋର୍ଟ ଏକ୍ସରେ ଏକ ପୋଷ୍ଟ୍ କରି ଖେଡ଼ା କହିଥିଲେ ,"ଭାବନ୍ତୁ, ରାହୁଲ ଜୀ ବିଜେପିର ମନରେ କେତେ ଗଭୀର ପ୍ରଭାବ ପକାଇଛନ୍ତି।
ରାହୁଲ ଜୀ, ଆପଣ ଏମାନଙ୍କର କ"ଣ ଅବସ୍ଥା କରିଦେଲେ ବୋଲି ଖେଡ଼ା ଏକ୍ସରେ ଲେଖିଛନ୍ତି।
ତେବେ ନିଜ ପୋଷାକକୁ ନେଇ ଖେଡ଼ାଙ୍କ ଟିପ୍ପଣୀରେ ଆପତ୍ତି ଜଣାଇ ରିଜିଜୁ ପଚାରିଥିଲେ ଯେ କଂଗ୍ରେସ ନେତା ସୁଟ୍ ଓ କୋଟ୍ ପିନ୍ଧି ପହଁରନ୍ତି କି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ ଉଭୟଙ୍କ ରାଜନୈତିକ କ୍ୟାରିୟରକୁ ମଧ୍ୟ ତୁଳନା କରିଥିଲେ।
ସେ କହିଥିଲେ ଯେ ଖେଡ଼ା କଂଗ୍ରେସ ଟିକେଟରେ ନିର୍ବାଚିତ ପ୍ରଥମ ଥରର ରାଜ୍ୟସଭା ସାଂସଦ, ଯେତେବେଳେ ସେ ଆଠଟି ନିର୍ବାଚନ ଲଢ଼ିଛନ୍ତି।
ଆହୁରି ପଢନ୍ତୁ: India-China: ଅଜିତ ଡୋଭାଲ ଓ ଚୀନ୍ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସୀମା କଥାବାର୍ତ୍ତା ରିଜିଜୁ କହିଛନ୍ତି, " ଏହା ଆପଣଙ୍କୁ ଅଶାଳୀନ ଟିପ୍ପଣୀ କରିବାର ଅଧିକାର ଦେଉନାହିଁ" ।
ସେ କହିଛନ୍ତି, ଲୋକମାନଙ୍କୁ ଏବଂ ନିଜ ଅନୁଗାମୀମାନଙ୍କୁ ପ୍ରେରଣା ଦେବା ପାଇଁ ସେ ଗ୍ରାମବାସୀଙ୍କ ସହ ପହଁରିଥିଲେ।
ରିଜିଜୁ କହିଥିଲେ ଯେ ନିଜ ଗୃହରାଜ୍ୟର ଲୋକମାନଙ୍କ ସହ ସମୟ କାଟାଉଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ମନରେ ନଥିଲେ।
କଂଗ୍ରେସ ସମର୍ଥକମାନେ ତାଙ୍କର ଏବଂ ଗାନ୍ଧୀଙ୍କ ପହଁରିବା କ୍ଷମତାକୁ ତୁଳନା କରିବା ପରେ ହିଁ ସେ ତାଙ୍କ ନାମ ଉଲ୍ଲେଖ କରିଥିବା ଦାବି କରିଥିଲେ।
ରିଜିଜୁ କହିଛନ୍ତି, ମୁଁ କୌଣସି କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ନିଏ ନାହିଁ।
ଆମର ଶକ୍ତିଶାଳୀ ନଦୀଗୁଡ଼ିକରେ ମୁଁ ଜଣେ ସ୍ୱାଭାବିକ ଖେଳାଳି।
ସବୁବେଳେ ଅନାବଶ୍ୟକ ଭାବେ ଅପମାନଜନକ ଭାଷା ବ୍ୟବହାର କରନ୍ତୁ ନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
