Riamaal Murder Case: ଝିଅର ପ୍ରେମିକକୁ ପୋଡ଼ି, ଜେଲ୍ ଗଲେ ନରୋତ୍ତମ

Sep 18, 2026 - 22:42
Riamaal Murder Case:  ଝିଅର ପ୍ରେମିକକୁ ପୋଡ଼ି, ଜେଲ୍ ଗଲେ ନରୋତ୍ତମ

"ରିଆମାଳ: ରିଆମାଳ ଥାନା ଲକ୍ଷ୍ମୀଛକ ଠାରେ ପ୍ରେମିକା ଘରେ ପ୍ରେମିକ ସିଲୁ ରାୟକୁ ଜାଳି ଦେବା ଘଟଣାରେ ପ୍ରେମିକାର ପିତା ନରୋତ୍ତମ ବେହେରାକୁ କୋର୍ଟ ଚାଲାଣ କରାଯାଇଛି।Advertisment ରିଆମାଳରେ ନୃଶଂସ ହତ୍ୟାକାଣ୍ଡ: ହାଣିବା ପରେ ବୃଦ୍ଧଙ୍କ ଆଖିଡୋଳା ତାଡ଼ି ଦେଲେ ହତ୍ୟାକାରୀ ପୁଲିସ ତଦନ୍ତର ପଚରାଉଚରା ସମୟରେ ନରୋତ୍ତମ ଏକା ହିଁ ହତ୍ୟା କରିଥିବା ସ୍ୱୀକାର କରିଥିଲା।ତାଙ୍କ ସ୍ୱୀକାରୋକ୍ତି ପରେ, ଘଟଣାକ୍ରମ ଯାଞ୍ଚ କରିବା ପାଇଁ ଦେବଗଡ଼ ପୁଲିସ ଏଏସପି ଧୀରଜ ଚୋପଦାର, ଡିଏସପି ରମେଶ ମାହାନାଙ୍କ ଉପସ୍ଥିତିରେ ନରୋତ୍ତମକୁ ଘଟଣା ସ୍ଥଳକୁ ନେଇ ଡେମୋ କରାଯାଇ ଭିଡିଓ କରାଯାଇ ଥିଲା।

Love Affair Odisha ବିବାହ ପରେ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ,  ଏବେ ପ୍ରେମିକ ଫେରାର୍‌, ଧାରଣାରେ ଯୁବତୀ ନରୋତ୍ତମର ବୟାନ ଅନୁସାରେ, ପ୍ରେମିକ ସିଲୁ ରାୟ ବୁଧବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ଘରକୁ ଯାଇଥିଲା ।

ପରିବାର ସହ ଘରେ ଝଗଡ଼ା ହୋଇଥିଲା।, ଏହି ସମୟରେ ନରୋତ୍ତମ ଏକ ଲୁହା ରଡ୍ ସାହାଯ୍ୟରେ ସିଲୁଙ୍କୁ ଆକ୍ରମଣ କରିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ମୃତଦେହକୁ ନରୋତ୍ତମ ପୋଡ଼ି ଦେଇଥିବା କହିଛନ୍ତି।

ଏହି ଘଟଣା ପରେ, ରିଆମାଳ ପୁଲିସ ସିଲୁଙ୍କ ପ୍ରେମିକା, ତାଙ୍କ ବାପା ନରୋତ୍ତମ ଏବଂ ତାଙ୍କ ମାଆଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା।

ସମସ୍ତ ପ୍ରକାର ତଦନ୍ତ ପରେ ନରୋତ୍ତମକୁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ଏହା ପରେ କୋର୍ଟ ଚାଲାଣ କରାଯାଇ ଥିଲା।

ଜାମିନ୍ ନାମଞ୍ଜୁର ହେବାରୁ ଦେବଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)