Riamaal Ganja Seizure: ୩ କ୍ବିଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ, ଗାଡ଼ି ଛାଡ଼ି ଚାଳକ ଫେରାର

Sep 16, 2026 - 22:03
Riamaal Ganja Seizure:  ୩ କ୍ବିଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ, ଗାଡ଼ି ଛାଡ଼ି ଚାଳକ ଫେରାର

"ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପସି ଗାଁ ମୁଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ଟ୍ରକ୍ ଜବତ ହୋଇଛି।

ପୁଲିସ ଦେଖି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।

ଉକ୍ତ ଟ୍ରକରୁ ୩ କ୍ଵିଣ୍ଟାଲ୍ ୩୨ କେଜି ଗେଞ୍ଜେଇ ଜବତ କରାଯାଇଛି।Advertisment Ganja: ବସ୍ତା ବସ୍ତା ଗଞ୍ଜେଇ ସହ ପୁଳା ପୁଳା ଟଙ୍କା ଜବତ ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତ୍ରିରେ କୁଣ୍ଢେଇଗୋଳା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୁରଡ଼ପସି ଗାଁ ମୁଣ୍ଡରେ ଏକ ଟ୍ରକ(ଗାଡ଼ି ନଂ ଡବ୍ଲ୍ୟୁବି-୨୫-ଏଲ୍-୭୬୭୬) ସମ୍ବଲପୁର ଆଡେ ମୁହଁ କରି ଠିଆ ହୋଇଥିବା ଦେଖିବାକୁ ପାଇଥିଲେ l ମାତ୍ର ଉକ୍ତ ଟ୍ରକ ନିକଟରେ କୌଣସି ଚାଳକ କି ହେଲପର ନଥିବା ଦେଖି ପୁଲିସ ସନ୍ଦେହରେ ଟ୍ରକ୍‌କୁ ଯାଞ୍ଚ କରିଥିଲେ।

ଟ୍ରକରୁ ଗଞ୍ଜେଇ ବାସ୍ନା ହେଉଥିବ‌ାରୁ ଗାଡ଼ିକୁ ନିଜର ହେଫାଜତରେ ନେଇଥିଲେ।

ମଙ୍ଗଳବାର ରାତିରୁ ପୁଲିସ ଟ୍ରକକୁ ଜଗି ରହିଥିଲେ।

Ganja Cultivation ଦକ୍ଷିଣ ଓଡ଼ିଶାରେ ଗଞ୍ଜେଇ ଚାଷ ବିରୋଧରେ ହେବ ସଣ୍ଡୁଆଶି ଆକ୍ରମଣ ଆଜି (ବୁଧବାର) ମାଜିଷ୍ଟ୍ରେଟ୍ ଭାବେ ତହସିଲ ବିଜୟଲକ୍ଷ୍ମୀ ନାୟକଙ୍କ ଉପସ୍ଥିତରେ ଟ୍ରକ୍‌ଟି ଖୋଲାଯାଇଥିଲା।

ଏଥିରୁ ୩ କ୍ବିଣ୍ଟାଲ୍ ୩୨ କେଜି ଗଞ୍ଜେଇ ମିଳିଥିଲା।

ଗାଡ଼ି ଟି କୋଲକୋତାରୁ ପୁନେ ଅଞ୍ଚଳକୁ ଯାଉଥିବା ସନ୍ଦେହ କରାଯାଉଛି।

ପୁଲିସ ଗାଡ଼ି ନମ୍ବରକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଜୋହ୍ନ କୁଜୁର ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)