Reservation reform: ସଂରକ୍ଷଣ ସଂସ୍କାର ଆନ୍ଦୋଳନକାରୀଙ୍କୁ ଭେଟିଲେ ଜେପି ନଡ୍ଡା

Aug 27, 2026 - 21:26
Reservation reform: ସଂରକ୍ଷଣ ସଂସ୍କାର ଆନ୍ଦୋଳନକାରୀଙ୍କୁ ଭେଟିଲେ ଜେପି ନଡ୍ଡା

"ନୂଆଦିଲ୍ଲୀ: ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବି କରି ନୂଆଦିଲ୍ଲୀର ଯନ୍ତରମନ୍ତରରେ ଅଗଷ୍ଟ ୨୧ରେ ହୋଇଥିବା ଆନ୍ଦୋଳନର କିଛି ଦିନ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ସଂରକ୍ଷଣ ସଂସ୍କାର ସମର୍ଥକଙ୍କ ଏକ ପ୍ରତିନିଧିମଣ୍ଡଳୀକୁ ଭେଟିଛନ୍ତି।

ଏଥିରେ ନିଟ୍‌ ପରୀକ୍ଷାର୍ଥୀ ହର୍ଷ ଦୁବେ, ରଣ ବାହାଦୁର ସିଂହ ଚୌହାନ, ମୃତ୍ୟୁଞ୍ଜୟ ପାଠକଙ୍କ ସମେତ ଅନ୍ୟମାନେ ଥିଲେ।

ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସମସ୍ତ ବର୍ଗ ପାଇଁ ସମାନ ସୁଯୋଗ ଦାବି କରି ଏହି ଆନ୍ଦୋଳନ ଚାଲିଛି।Advertisment ନଡ୍ଡା ସାମାଜିକ ଗଣମାଧ୍ୟମ "ଏକ୍ସ"ରେ କହିଛନ୍ତି ଯେ ଯନ୍ତରମନ୍ତରର ଅଗଷ୍ଟ ୨୧ ଆନ୍ଦୋଳନ ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହର୍ଷ ଦୁବେ ଓ ତାଙ୍କ ଦଳର ସଦସ୍ୟମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି।

ଏହି ପ୍ରସଙ୍ଗରେ ଖୁବ୍‌ଶୀଘ୍ର ପୁଣିଥରେ ବୈଠକ ହେବ ବୋଲି ସେ କହିଛନ୍ତି।

ତେବେ ବୈଠକରେ କେଉଁ ନିର୍ଦ୍ଦିଷ୍ଟ ଦାବି ନେଇ ଆଲୋଚନା ହୋଇଛି କିମ୍ବା ସରକାର ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇଛି କି ନାହିଁ, ନଡ୍ଡା ସେ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି।

ନଡ୍ଡାଙ୍କ ସହ ହୋଇଥିବା ବୈଠକକୁ ନେଇ ସଂରକ୍ଷଣ ସଂସ୍କାର ସମର୍ଥକ ଅଜିତ ଭାରତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ହର୍ଷ ଦୁବେଙ୍କୁ ଆନ୍ଦୋଳନର ମୁଖ୍ୟ ନେତା ଭାବେ ଦର୍ଶାଇ ବିଜେପି ଆଲୋଚନାର "ନାଟକ" କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଦୁବେ ଦେଇଥିବା ଚିଠିରେ "ସଂରକ୍ଷଣ" ଶବ୍ଦଟି ମଧ୍ୟ ନଥିବା ଏବଂ ସେଥିରେ ଆନ୍ଦୋଳନର ମୁଖ୍ୟ ଦାବି ପ୍ରତିଫଳିତ ହୋଇନଥିବା ଭାରତୀ କହିଛନ୍ତି।

ଏହି ଆଲୋଚନାରେ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ସ୍ୱାମୀ ଆନନ୍ଦ ସ୍ୱରୂପଙ୍କୁ କାହିଁକି ସାମିଲ କରାଯାଇନାହିଁ ବୋଲି ମଧ୍ୟ ଭାରତୀ ପ୍ରଶ୍ନ କରିଛନ୍ତି।

H1N1 case: ଦିଲ୍ଲୀରେ ଦିନକରେ ୧୧୪ ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ: ସଂକ୍ରମଣ ବୃଦ୍ଧି ନେଇ ଜେପି ନଡ୍ଡାଙ୍କ ଜରୁରୀ ସମୀକ୍ଷା ବୈଠକ ଏହା ପୂର୍ବରୁ ହର୍ଷ ଦୁବେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ଲକ୍ଷ୍ନୌରେ ଭେଟିଥିଲେ।

ପାଠକ ଆନ୍ଦୋଳନକାରୀଙ୍କ ଦାବି କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ରଖିବା ସହ ୪୮ ଘଣ୍ଟା ମଧ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ କରାଇବାର ଆଶ୍ୱାସନା ଦେଇଥିଲେ।ଅଗଷ୍ଟ ୨୧ର ଆନ୍ଦୋଳନରେ ସାଧାରଣ ବର୍ଗର ହଜାର ହଜାର ଲୋକ ଯନ୍ତରମନ୍ତରରେ ଏକାଠି ହୋଇଥିଲେ।

ସଂରକ୍ଷଣ ବ୍ୟବସ୍ଥାର ପୁନଃସମୀକ୍ଷା, ଆର୍ଥିକ ମାନଦଣ୍ଡକୁ ଗୁରୁତ୍ୱ ଏବଂ ଜାତିଭିତ୍ତିକ ସଂରକ୍ଷଣରେ ପରିବର୍ତ୍ତନ ଦାବି ନେଇ ଏହି ଆନ୍ଦୋଳନ ହୋଇଥିଲା।

ଏପଟେ "କକ୍ରୋଚ୍‌ ଜନତା ପାର୍ଟି"ର ପ୍ରତିଷ୍ଠାତା ତଥା ଆବାହକ ଅଭିଜିତ ଦିପ୍‌କେ ପ୍ରଶ୍ନ କରିଛନ୍ତି ଯେ ଅଗଷ୍ଟ ୨୧ର ଯନ୍ତରମନ୍ତର ଆନ୍ଦୋଳନ କେଉଁ ପ୍ରସଙ୍ଗ ପାଇଁ ହୋଇଥିଲା, ସେ ବିଷୟରେ ନଡ୍ଡା କାହିଁକି କିଛି କହିନାହାନ୍ତି।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତ କ"ଣ, ଦେଶ ତାହା ଜାଣିବାକୁ ଚାହୁଛି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)