Remote Region Struggles Without Mobile Network: ନାହିଁ ମୋବାଇଲ୍ ନେଟୱାର୍କ, ଜରୁରୀକାଳୀନ ସେବାରୁ ବଞ୍ଚିତ ଉପାନ୍ତ ଅଞ୍ଚଳ ଲୋକେ
ନେଟୱାର୍କ ନଥିବାରୁ ଜରୁରୀକାଳୀନ ସେବାରୁ ବଞ୍ଚିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡା ପଞ୍ଚାୟତର ଲୋକ। ଡିଜିଟାଲ ଯୁଗରେ ଏଠାରେ ନେଟୱାର୍କ ସମସ୍ୟା ଏବେ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।
ପଞ୍ଚାୟତରେ BSNL ଓ Jio ଟାୱାର ଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନଥିବାରୁ ପ୍ରାୟ ୩ ହଜାରରୁ ଅଧିକ ଲୋକ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି। ଫଳରେ ଜରୁରୀ ସେବାଠାରୁ ଆରମ୍ଭ କରି ଶିକ୍ଷା ଓ ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଅସୁବିଧା ଭୋଗୁଛନ୍ତି।
ନେଟୱାର୍କ ପାଇଁ ଗ୍ରାମବାସୀମାନେ ପାହାଡ଼ ଉପରକୁ ଯିବା ସହ ଉଚ୍ଚ ସ୍ଥାନରେ ଅସ୍ଥାୟୀ ମଞ୍ଚ ବାନ୍ଧି ଫୋନ୍ କରୁଛନ୍ତି। ଡିଜିଟାଲ୍ ଯୁଗରେ ମଧ୍ୟ ଏଭଳି ପରିସ୍ଥିତି ଲୋକଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଛି। ତେବେ ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ଟାୱାରକୁ ସଂଯୋଗ କରାଯିବ।
ଡିଜିଟାଲ ଯୁଗରେ ଆଜିବି ନେଟୱାର୍କରୁ ବଞ୍ଚିତ
ମାଲକାନଗିରି ଜିଲ୍ଲା ରାଲେଗାଡା ପଞ୍ଚାୟତର ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।