World-Famous Rath Yatra Tomorrow: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ସମସ୍ତ ପ୍ରସ୍ତୁତି ଶେଷ
ସିଂହଦ୍ବାର ସମ୍ମୁଖରେ ତିନି ରଥ। ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଜେ କାହାଳୀ ବାଜିବା ପରେ ଦିନ ପ୍ରାୟ ଗୋଟାଏ ବେଳକୁ ଶ୍ରୀମନ୍ଦିରରୁ ୩ ରଥ ପାଇଁ ଆଜ୍ଞାମାଳ ଆସିବାର ପର୍ବ ଆରମ୍ଭ ହୋଇଥିଲା। ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଶ୍ରଦ୍ଧାର ସହ ୩ ରଥରେ ବିଜେ କରିଥିଲେ।
ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ବଜ, ପରେ କାଳିଆ ଠାକୁରଙ୍କର ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ ପରେ ରଥଖଳାରୁ ସିଂହଦ୍ବାର ସାମ୍ନାକୁ ଗଡ଼ିଥିଲେ ଗୋଟିଏ ପରେ ଗୋଟିଏ ରଥ।
ପ୍ରଥମ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ସୁରକ୍ଷା ବାହିନୀଙ୍କ ଦ୍ବାରା ସିଂହଦ୍ବାର ସାମ୍ନାରେ ଲାଗିଥିଲା। ଆସନ୍ତାକାଲି ରଥ ଉପରେ ନିଜ ପ୍ରିୟ ଠାକୁରଙ୍କୁ ଟିକିିଏ ଆଖି ପୂରେଇ ଦେଖିବ, ଆଉ ମନର କଥା କହିବାକୁ ଅପଲକ ନୟନରେ ଅପେକ୍ଷା କରିଛି ଭକ୍ତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।