Religious: ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ

Jul 03, 2026 - 09:28
Religious: ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ

"ରାୟଗଡା: ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନିୟ ଚିତ୍ର ସାମ୍ନାକୁ ଆସିଛି ।

ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ ।

ସୂଚନାରୁ ଜଣାପଡିଛି ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର  ଜାକାକା ଦାମ (୬୫ ବର୍ଷ )୪/୫ ବର୍ଷ ତଳେ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ ।

କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

ସକାଳ ପ୍ରାୟ ୭ଟା ସମୟରେ ସେ ମୃତ୍ୟୁବରଣ କରିଥ‌ିଲେ ।

ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ।

ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଥିଲେ ।

ଗ୍ରାମବାସୀମାନେ ବିରୋଧ କରୁଥିବାରୁ ବର୍ତ୍ତମାନ ସୁଦ୍ଧା ଶବର ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି ।Advertisment ଗ୍ରାମରେ ବୈଠକ ପରେ ସମାଧାନ ମିଳିନାହିଁ ଏଠାରେ ସୂଚନାଯୋଗ୍ୟଯେ ଗ୍ରାମରେ ୪/୫ ଆଦିବାସୀ ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି ।

ମୃତ ଦାମଙ୍କ ୩ପୁଅ ଏବଂ ଅନ୍ୟ ସଂପର୍କିୟ ମାନେ ରହିଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରାଯାଇନାହିଁ ।

ସ୍ଥାନୀୟ ପରମ୍ପରା ଅନୁଯାୟି ଗ୍ରାମରେ କେହି ମୃତ୍ୟୁବରଣ କରି‌ଲେ ରୋଷେଇ ହୁଏ ନାହିଁ ।

ଗୋଟିଏ ପଟେ ଗ୍ରାମରେ ରୋଷେଇ ବନ୍ଦ ରହିଛି ଏବଂ ଅନ୍ୟପଟେ ପ୍ରାୟ ୧୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ  ପାଇଁ ଶ୍ମଶାନ ମିଳିନପାରିବା ଭଳି ଅଭାବନିୟ ପରିସ୍ଥିତି ସୃ‌ଷ୍ଟି ହୋଇଛି ।

ଆଜି ଦିନ ସାରା ‌ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିବା ବେଳେ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ ।

Temple Theft: ମାବାୟାଣୀଙ୍କ ୨ ମୁକୁଟ ଚୋରି "