Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ

Aug 27, 2026 - 01:13
Relief distribution: ଯାଜପୁର ଇନରହୁଇଲ କ୍ଲବ ପକ୍ଷରୁ ବରୀରେ ରିଲିଫ୍ ବଣ୍ଟନ

"ବରୀ (ସଂଜୟ ବେହେରା): ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ବନ୍ୟାରେ ବାଙ୍କସାହି ଘାଇ ପ୍ରଖରତ୍ସୋତ ସାଙ୍ଗକୁ ଖରତ୍ସୋତା ନଦୀର ବନ୍ୟାରେ ପ୍ରଭାବିତ ହୋଇଥିବା ଯାଜପୁର ଜିଲ୍ଲା ବରୀ ବ୍ଲକର ଭଅଁରା ପଞ୍ଚାୟତର ଅତ୍ୟନ୍ତ କ୍ଷତିଗ୍ରସ୍ତ ପଣସପଡ଼ା ଗ୍ରାମର ୧୨୦ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି।

Advertisment ଇଣ୍ଟରନ୍ୟାସନାଲ ଇନରହୁଇଲ ଡିଷ୍ଟ୍ରିକ୍ଟ ୩୨୬ ଆନୁକୂଲ୍ୟରେ ଯାଜପୁର ଇନରହୁଇଲ କ୍ଲବ ମାଧ୍ୟମରେ ରିଲିଫ ବଣ୍ଟନ କରାଯାଇଛି।

ବିସ୍କୁଟ, ଅଟା, ଡାଲି, ଆଳୁ, ଲୁଣ, ସର୍ଫ, ସାବୁନ, ଶାଢ଼ି, ଲୁଙ୍ଗି, ଗାମୁଛା, ସାନିଟାରୀ ନାପକିନ ଥିବା ଏକ କିଟ୍‌ ବ୍ୟାଗ ଗତ ସୋମବାର ଦିନ ବଣ୍ଟନ କରାଯାଇଛି।

ଉକ୍ତ ରିଲିଫ ସାମଗ୍ରୀ ଓଡ଼ିଶାର ସମସ୍ତ ଇନରହୁଇଲ କ୍ଲବ, ଛତିଶଗଡ଼ ଇନରହୁଇଲ କ୍ଳବ ଏବଂ ମଧ୍ୟପ୍ରଦେଶର କିଛି କ୍ଲବ ସଦସ୍ୟାମାନଙ୍କ ସହାୟତାରେ ଓଡ଼ିଶାର ବିଭିନ୍ନ  ବନ୍ୟା ପ୍ରପୀଡ଼ିତ ପରିବାର ମାନଙ୍କୁ ବଣ୍ଟନ କରାଯିବାକୁ ପ୍ରୟାସ ଜାରି ରହିଛି।

ଏହି ନିସ୍ଵାର୍ଥପର ମାନବିକ ପୂର୍ଣ୍ଣ କାର୍ଯ୍ୟ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଡା.

ମଞ୍ଜୁସାଙ୍କ ଆନ୍ତରିକ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛ।

ଉକ୍ତ ରିଲିଫ ବଣ୍ଟନ କାର୍ଯ୍ୟରେ ପିଡ଼ିସି ସଂଘମିତ୍ରା ସାହୁ, ପିଡ଼ିସି ଇନା ପୁରୋହିତ, ପ୍ରେସିଡେଣ୍ଟ ସଂଗୀତା ପଟ୍ଟନାୟକ, ସେକ୍ରେଟାରୀ ସଂଗୀତା ଦାସ (କଟକ ସିଲଭର୍ସିଟି), ସେକ୍ରେଟାରୀ ପୁଷ୍ପା ସାମଲ (କଟକ ମିଡ଼ଟାଉନ୍), ଯାଜପୁର ଇନରହୁଇଲ କ୍ଲବର ପ୍ରେସିଡେଣ୍ଟ ବିଜୟାଲକ୍ଷ୍ମୀ ସ୍ୱାଇଁ, ସେକ୍ରେଟାରୀ ଚିକିମିକି ହୀରା ସାହୁ, ସୁରୁଚି ପାଣି, ତୁଷାରକାନ୍ତି ନାୟକ, ପ୍ରେମଲତା ପଣ୍ଡା, ଯାଜ୍ଞସେନୀ ମହାନ୍ତି, ଚିତ୍ରଲେଖା ନାୟକ, ପ୍ରତିମା ସାହୁ, ସ୍ୱୟଂପ୍ରଭା ପଣ୍ଡା, ସତ୍ୟଭାମା ପତି, ଝରଣା ସ୍ୱାଇଁ  ଓ ଯାଜପୁର ରୋଟାରୀ କ୍ଲବର ପ୍ରେସିଡେଣ୍ଟ ଡ଼.

ଗିରିଶ ବିହାରୀ ମିଶ୍ର, ସୁବାସ ଚନ୍ଦ୍ର ମହାପାତ୍ର, ଡ଼.

ହରିଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Nepal flood: ନେପାଳରେ ୪୦୦ ଶ୍ରଦ୍ଧାଳୁ ବନ୍ୟାରେ ନିଖୋଜ, ୧୦୫ ଜଣ ଭାରତୀୟ ସାମିଲ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)