Relentless Rains Submerge North Odisha: ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ, ବୈତରଣୀରେ ଆସିଛି ବଡ଼ ବନ୍ୟା

Jul 29, 2026 - 11:31
Relentless Rains Submerge North Odisha: ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ, ବୈତରଣୀରେ ଆସିଛି ବଡ଼ ବନ୍ୟା

ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ। ବୈତରଣୀରେ ଆସିଛି ବଡ଼ ବନ୍ୟା। ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା ପାଣିରେ ଉବୁଟୁବୁ । ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଂଝାରପୁର ବ୍ଲକରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ବିପଦ ସଙ୍କେତ ଟପିଛି ଜଳକା। ବାଲେଶ୍ବର ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୬ ମିଟରରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗରେ ବନ୍ୟା ଯୋଗୁଁ ସଦର ଓ ରେମୁଣାର ବ୍ୟାପକ ଅଞ୍ଚଳ ପାଣି ଘେରରେ। ଫୁଲାଡ଼ି ଦେଇ ବାଲେଶ୍ୱରରୁ ଜାତୀୟ ରାଜପଥ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୪ ଫୁଟର ପାଣି ।

ସେପଟେ ବାଲିଘାଟ ପରେ ଗୁଜୁରୀ ବଜାର ନିକଟରୁ ଯୋଗାଯୋଗ ବିଛିନ୍ନ।  ଗତକାଲି ସନ୍ଧ୍ୟାରୁ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ବୁଢ଼ାବଳଙ୍ଗ । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମିଟର ଥିବାବେଳେ ଏବେ ଜଳସ୍ତର ୮.୬୬ ମିଟରରେ ପହଞ୍ଚିଛି । ତଳିଆ ଅଞ୍ଚଳରେ ପାଣି ପଶିବାରୁ ପ୍ରସାଶନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି। ଆନନ୍ଦପୁର ବ୍ଲକର ବୁଢୀକୁଦ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିଭଳି ଶାଳପଡା ସରେଇ ରାସ୍ତାର ମୂଷଳ ନଦୀ ପୋଲ ଭାସିଯାଇ ଯୋଗାଯୋଗ ବିଛିନ୍ନ ହୋଇଛି।

ବୈତରଣୀ ନଦୀରେ ବନ୍ୟା ପରିସ୍ଥିତିକୁ ଦେଖି ଧାମନଗର ନିର୍ବାଚନମଣ୍ଡଳୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ଥାନୀୟ ବିଧାୟକ କହିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏସଆରସିଙ୍କ ପକ୍ଷରୁ ୧୦ଟି ବୋଟ୍ ଯୋଗାଇ ଦିଆଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ତିହିଡି ଓ ଧାମନଗର ବ୍ଲକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। 

ବୈତରଣୀରେ ଆସିଛି ବଡ଼ ବନ୍ୟା

ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା ପାଣିରେ ଉବୁଟୁବୁ
ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ପାର୍
ବିପଦ ସଙ୍କେତ ଟପିଛି ଜଳକା ନଦୀର ଜଳସ୍ତର
ମଥାନୀ ଠାରେ ବିପଦ ସଙ୍କେତ ୬.୮୬ ମିଟରରେ ଉପରେ ପ୍ରବାହିତ

ଯାଜପୁର, ଦଶରଥପୁର, ବିଂଝାରପୁରରେ ବଡ଼ ବନ୍ୟା ଆଶଙ୍କା 
ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
ଧାମନଗର ନିର୍ବାଚନମଣ୍ଡଳୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ତିହିଡି, ଧାମନଗର ବ୍ଲକର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।