Red Fort: ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ଧମକ: ମୁମ୍ବାଇ ପୁଲିସକୁ ଫୋନ୍ କଲ୍
"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାକୁ ବୋମା ମାଡ଼ କରି ଉଡ଼ାଇବାକୁ ଧମକ ମିଳିଛି।
ଏହି ଧମକ ମୁମ୍ବାଇ ପୁଲିସକୁ ଫୋନ୍ କରି ଦିଆଯାଇଛି।
ଜଣେ ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଲାଲକିଲ୍ଲା ଉପରେ ବୋମା ମାଡ଼ କରିବାକୁ ଧମକ ଦେଇଛନ୍ତି।
ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ ତୁରନ୍ତ ଏହି ଧମକ ବିଷୟରେ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ।
ତା"ପରେ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମ ଉତ୍ତର ଜିଲ୍ଲା ପୁଲିସକୁ ଏନେଇ ସୂଚନା ପ୍ରଦାନ କରିଥିଲା।
ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।Advertisment Trump Warns: ୧୦୦୦ କ୍ଷେପଣାସ୍ତ୍ର ଲୋଡ୍ କରାଯାଇ ଇରାନ ମୁହାଁ ରଖାଯାଇଛି: ମୁଁ ବି ଦିନେ ଚାଲିଯିବି ଭାବପ୍ରବଣ ହୋଇ କହିଲେ ଟ୍ରମ୍ପ ପୁଲିସ ଏହି ଧମକକୁ ମିଥ୍ୟା ବୋଲି କହିଛି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ, ଉତ୍ତର ଜିଲ୍ଲା ପୁଲିସ ଏହି ଧମକକୁ ମିଥ୍ୟା ବୋଲି କହିଛି ତେବେ ଏହାକୁ କିଏ ଦେଇଥିଲେ ସେ ନେଇ ତଦନ୍ତ ଜାରି ରହିଛି।।
ଅତୀତରେ ମିଥ୍ୟା ବୋମା ମାଡ଼ ଧମକ ରିପୋର୍ଟ କରାଯାଇଛି।
ସମ୍ପ୍ରତି, ଦିଲ୍ଲୀ ଏବଂ ନୋଏଡାର ପ୍ରମୁଖ ସ୍କୁଲଗୁଡ଼ିକରେ ଏଭଳି ମିଥ୍ୟା ବୋମା ଧମକ ଦିଆଯାଇଥିଲା।
ପରବର୍ତ୍ତୀ ସମୟରେ ଏହି ଇମେଲ୍ ଧମକ ଏକ ମିଥ୍ୟା ବୋଲି ଜଣାପଡ଼ିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।