RBI : ଦେଶରେ ନୂଆ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ସ୍ଥାପନ ହେବାର ବାଟ ଖୋଲିଛି

Jun 11, 2026 - 20:33
RBI : ଦେଶରେ ନୂଆ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ସ୍ଥାପନ ହେବାର ବାଟ ଖୋଲିଛି

"ମୁମ୍ବାଇ: ଦେଶରେ ନୂଆ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ (ୟୁସିବି) ସ୍ଥାପନ ହେବାର ବାଟ ଖୋଲିଛି।

ପୁଣି ଥରେ ଏଭଳି ବ୍ୟାଙ୍କ ପାଇଁ ଲାଇସେନ୍ସ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ ହେଉଛି।

୨୦୦୪ ପରଠାରୁ ଅର୍ବାନ କୋଅପରେଟିଭ୍‌ ବ୍ୟାଙ୍କ ଲାଇସେନ୍ସ ଦେବା ବନ୍ଦ ରହିଛି।

ତେବେ ତାପରଠାରୁ ସେଭଳି ବ୍ୟାଙ୍କର ପରିଚାଳନାରେ ବିଶେଷ ଉନ୍ନତି ହୋଇଛି।

ସେଥିପାଇଁ ନୂଆ ଲାଇସେନ୍ସ ଜାରି କରିବାକୁ ରିଜର୍ଭ ବ୍ୟାଙ୍କ ଚାହୁଛି।ଗତ ଜାନୁଆରିରେ ଏକ ନେଇ ଏକ ଆଲୋଚନା ପେପର ଜାରି କରାଯାଇଥିଲା।

ତାହା ଉପରେ ସକାରାତ୍ମକ ପ୍ରତିକ୍ରିୟା ମିଳିଛି।

ତେବେ ନୂଆ ବ୍ୟାଙ୍କ ଖୋଲିବା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସର୍ବନିମ୍ନ ପୁଞ୍ଜି ଆବଶ୍ୟକତାକୁ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।Advertisment ୪୪୦୦ ସ୍ପେସ୍‌ଏକ୍ସ କର୍ମଚାରୀ ହେବେ ମିଲିଓନେୟାର ଆଲୋଚନା ପେପରରେ ୟୁସିବି ଖୋଲିବାର ଭଲ ଦିଗ ଓ ଖରାପ ଦିଗ ବିଷୟରେ ଆଲୋଚନା କରାଯାଇଥିଲା।

ସକାରାତ୍ମକ ଦିଗଗୁଡ଼ିକ ହେଉଛି ନୂଆ ୟୁସିବି ଖୋଲିବା ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁଦୃଢ଼ ହେବ, ୟୁସିବିଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ଖରାପ ଦିଗଗୁଡ଼ିକ ହେଉଛି ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହେବ।

ପ୍ରବେଶ ଓ ପ୍ରସ୍ଥାନ ନୀତି ପାଇଁ ନିବେଶକମାନେ ବିଶେଷ ଲାଭବାନ ହେବେ ନାହିଁ।

ୟୁସିବିର ଯୋଗଦାନ କମ୍‌ ରହିବ।

ପ୍ରଶାସନିକ ସମସ୍ୟା ଦେଖାଦେବାର ମଧ୍ୟ ଆଶଙ୍କା ରହିଛି।

୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ୧୪୫୭ଟି ୟୁଏଲ୍‌ବି ରହିଛି।

ସେମାନଙ୍କ ପାଖରେ ୭.୩୮ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଓ ୫.୮୪ ଲକ୍ଷ କୋଟି ଟଙ୍କାର ଜମା ରାଶି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।