RBI Recruitment: ରିଜର୍ଭ ବ୍ୟାଙ୍କରେ ଚାକିରି ସୁଯୋଗ

ନୂ୍ଆଦିଲ୍ଲୀ: ଯଦି ଆପଣ ସିଭିଲ୍ କିମ୍ବା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରି କରିଛନ୍ତି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅଭିଜ୍ଞତା ରଖିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏକ ଉତ୍କୃଷ୍ଟ ସୁଯୋଗ ଆସି ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କନସଲଟାଣ୍ଟ ସାଇଟ୍ ଇଞ୍ଜିନିୟର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତିର ଏକ ପ୍ରମୁଖ ଆକର୍ଷଣ ହେଉଛି ଯେ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଜୁଲାଇ ୨୦ ସନ୍ଧ୍ୟା ୬:୦୦ ଟା ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।
ଖାଲି ପଦବି
ଏହି ଆରବିଆଇ ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୮ଟି ପଦବୀ ପୂରଣ କରାଯିବ। ଏଥିରେ ସିଭିଲ୍ ଏବଂ ଇଲେକ୍ଟ୍ରିକାଲ୍ ଉଭୟ କ୍ଷେତ୍ରରେ ଇଞ୍ଜିନିୟରଙ୍କ ପାଇଁ ଭୂମିକା ଅନ୍ତର୍ଭୁକ୍ତ ରହିଛି। ଚାକିରିଟି ପୂର୍ଣ୍ଣକାଳୀନ ଚୁକ୍ତିନାମା ଆଧାରରେ ହେବ। ପ୍ରାରମ୍ଭିକ ନିଯୁକ୍ତି ତିନି ବର୍ଷ ପାଇଁ ହେବ, ଆବଶ୍ୟକ ହେଲେ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି।
ବାଇକ୍ ଉପରେ ପଡ଼ିଲା ନଡ଼ିଆ ଗଛ; ଚାପି ହୋଇ ପୂର୍ବତନ ଡେପୁଟି ମେୟରଙ୍କ ପୁଅଙ୍କ ମୃତ୍ୟୁ
ଆବେଦନ କରିବାକୁ କିଏ ଯୋଗ୍ୟ?
ଏହି ପଦବି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କର ସିଭିଲ୍ କିମ୍ବା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ କିମ୍ବା ସମକକ୍ଷ ଡିଗ୍ରି କରିଥିବା ଆବଶ୍ୟକ। ଏହା ସହିତ ପ୍ରାର୍ଥୀମାନଙ୍କର ନିର୍ମାଣ କାର୍ଯ୍ୟ ଏବଂ କୋଠା ପ୍ରକଳ୍ପ ପରିଚାଳନାରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ବାଧ୍ୟତାମୂଳକ । କିଛି ପଦବି ପାଇଁ ସରକାରୀ ବିଭାଗ କିମ୍ବା ଏହା ସହିତ ଜଡ଼ିତ ଥିବା ସଂସ୍ଥାରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଥିବା ଆବଶ୍ୟକ।
ବୟସ ସୀମା କେତେ?
ପ୍ରାର୍ଥୀଙ୍କ ବୟସ ୪୦ ରୁ ୬୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମନୋନୀତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସହରରେ ପୋଷ୍ଟିଂ କରାଯିବ। କିଛି ସିଭିଲ୍ ଇଞ୍ଜିନିୟର ପଦବି ପାଇଁ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି ରାୟପୁର, ଚଣ୍ଡିଗଡ଼, ଜମ୍ମୁ, ଲକ୍ଷ୍ନୌ ଏବଂ ମୁମ୍ବାଇ। ପ୍ରାର୍ଥୀମାନେ ଆବେଦନ କରିବା ସମୟରେ ସେମାନଙ୍କର ସ୍ଥାନ ପସନ୍ଦ ଅନୁଯାୟୀ ସୂଚାଇ ପାରିବେ।
ଦରମା କେତେ?
ଏହି ନିଯୁକ୍ତି ପାଇଁ ମନୋନୀତ ପ୍ରାର୍ଥୀମାନେ ସ୍ତର-୨ ପଦବି ପାଇଁ ପ୍ରାୟ ୨.୪୦ ଲକ୍ଷ ରୁ ୩.୪୦ ଲକ୍ଷ ଏବଂ ସ୍ତର-୩ ପଦବି ପାଇଁ ପ୍ରାୟ ୩.୧୦ ଲକ୍ଷ ରୁ ୪.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଇବେ। ଏହା ସହିତ, ଅନ୍ୟାନ୍ୟ ସରକାରୀ ଭତ୍ତା ପ୍ରଦାନ କରାଯିବ।
ଚୟନ କିପରି ହେବ?
ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ନାହିଁ। ପ୍ରାରମ୍ଭରେ, ପ୍ରାର୍ଥୀଙ୍କ ଆବେଦନ ଏବଂ ଅଭିଜ୍ଞତା ଯାଞ୍ଚ କରାଯିବ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ତା'ପରେ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯିବ, ତା'ପରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଏକ ସାକ୍ଷାତକାର ପାଇଁ ଡକାଯିବ। ସାକ୍ଷାତକାରରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ଶେଷ ଚୟନ କରାଯିବ।
ଆବେଦନ ଫି କେତେ?
ସାଧାରଣ, ଓବିସି ଏବଂ ଇଡବ୍ଲୁଏସ ବର୍ଗର ପ୍ରାର୍ଥୀମାନଙ୍କୁ ୬୦୦ ଆବେଦନ ଫି ଦେବାକୁ ପଡିବ। ଏହି କ୍ରମରେ ଏସସି, ଏସଟି ଏବଂ ପିଡବ୍ଲୁବିଡି ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ଟଙ୍କା୍ ଦେବାକୁ ପଡିବ।
କିପରି ଆବେଦନ କରିବେ?
rbi.org.in ରେ ଆରବିଆଇର ସରକାରୀ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଆବେଦନ କରି ପାରିବେ।