RBI Orders: ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଆଦାୟ କରିପାରିବେନି ବ୍ୟାଙ୍କ

Jul 08, 2026 - 21:40
RBI Orders: ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଆଦାୟ କରିପାରିବେନି ବ୍ୟାଙ୍କ

"ମୁମ୍ବାଇ: ଗ୍ରାହକମାନଙ୍କଠାରୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ଚାର୍ଜ ଆଦାୟ ନ କରିବାକୁ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି।

ନିୟମପାଳନ, ସଚେତନତା ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା ଏସ୍‌ଏମ୍‌ଏସ୍‌ ପାଇଁ ବ୍ୟାଙ୍କ ଶୁଳ୍କ ଅସୁଲ କରିପାରିବେ ନାହିଁ।

ଏସ୍‌ଏମ୍‌ଏସ୍‌ ଖର୍ଚ୍ଚ ପାଇଁ ବ୍ୟାଙ୍କଗୁଡ଼ିକ ପ୍ରତି ତିନି ମାସରେ ଗ୍ରାହକଙ୍କଠାରୁ ୧୫-୧୮ ଟଙ୍କା ଆଦାୟ କରୁଥିଲେ।Advertisment ଏଥି ସହିତ ୫୦୦ ଟଙ୍କା କିମ୍ବା ତାଠାରୁ କମ୍‌ ମୂଲ୍ୟର କାରବାର ପାଇଁ ବ୍ୟାଙ୍କଗୁଡ଼ିକ ଏସ୍‌ଏମ୍ଏସ୍‌ ପଠାଇବାକୁ ବାଧ୍ୟ ହେବେ ନାହିଁ।

ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ ପ୍ରଭାବରେ ବ୍ୟାଙ୍କଗୁଡ଼ିକର ଫି ଆୟ କମିବ ଓ ଟେଲିକମ୍‌ କମ୍ପାନିଗୁଡ଼ିକର ଆୟ ମଧ୍ୟ ପ୍ରଭାବିତ ହେବ।

ସୁନା କିଣିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁଠାରୁ ଆଗରେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।