Rayagada Hospital Negligence Allegation ରକ୍ତହୀନତା ରୋଗୀଙ୍କୁ ତଡ଼ିଦେଲେ ସରକାରୀ ହସ୍ପିଟାଲ୍ କର୍ମଚାରୀ, ସମୂହ ଆତ୍ମାହୁତି ଉଦ୍ୟମ
"ରାୟଗଡା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି।
ଜଣେ ରକ୍ତହୀନତାରୋଗରେ ପୀଡ଼ିତ ନାବାଳିକାଙ୍କୁ ଡିଏଚ୍ଏଚ୍ କର୍ତ୍ତୃପକ୍ଷ ଚିକିତ୍ସା ନକରି ତଡ଼ିଦେଇଥିଲେ।
ଏହି ଘଟଣାରେ ବ୍ୟଥିତ ପରିବାର ନାଗାବଳୀ ନଦୀରେ ସମୂହ ଡେଇଁ ପ୍ରାଣତ୍ୟାଗ କରିବାକୁ ଉଦ୍ୟମ କରିଛନ୍ତି।
ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।
Advertisment Puri Hospital: ପୁରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭୁଲ ରକ୍ତ: ଗୁରୁତର ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ସୂଚନାନୁସାରେ, କାଶୀପୁର ବ୍ଲକ୍ କାହ୍ନୁଗୁଡ଼ା ଗ୍ରାମର ନାବାଳିକା ପଦ୍ମାବତୀ ମାଝୀ (୧୬)ଙ୍କ ରକ୍ତରେ ହିମୋଗ୍ଲୋବିନ୍ ଓ ପ୍ଲେଟଲେଟ୍ ସ୍ତର ଗୁରୁତର ଭାବେ କମିଯାଇଥିଲା।
ଚଳିତ ମାସ ୧୬ ତାରିଖରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
ପରୀକ୍ଷାରୁ ତାଙ୍କର ହିମୋଗ୍ଲୋବିନ୍ ୮.୬ ଥିଲା ଓ ପ୍ଲେଟଲେଟ୍ ମାତ୍ର ୬୩ ହଜାରକୁ କମିଯାଇଥିଲା।
ଆଜି ରକ୍ତ ପରୀକ୍ଷା ବେଳେ ହିମୋଗ୍ଲୋବିନ କମି ୭.୨ହୋଇଥିଲା ।
ଆଜି (ଶୁକ୍ରବାର) ହସ୍ପିଟାଲ୍ କର୍ମଚାରୀକୌଣସି ଚିକିତ୍ସା ନକରି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରିଦେଇଥିଲେ ।
ଏହାପରେ ନାବାଳିକା ଓ ପିତାମାତା ବ୍ୟଥିତ ହୋଇ ନାଗାବଳୀରେ ନଦୀରେ ଡେଇଁ ପ୍ରାଣତ୍ୟାଗ କରିବାକୁ ଯାଉଥିଲେ।
ଏନେଇ ସୂଚନା ପାଇ ସାମାଜିକ କର୍ମୀ ବଳରାମ ପଣ୍ଡା ସେମାନଙ୍କୁ ବୁଝାସୁଝା କରି ପୁଣି ହସ୍ପିଟାଲ୍ରେ ଭର୍ତ୍ତିକରାଇଥିଲେ।ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଏହା ଏକ ଗୁରୁତର ଭୁଲ୍ ବୋଲି ସ୍ୱୀକାର କରିଛନ୍ତି।
ନାବାଳିକାଙ୍କୁ ମେଡିସିନ୍ ୱାର୍ଡରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
Hospital: ଛତ୍ରପୁର ହସ୍ପିଟାଲର ଡାକ୍ତର ସଙ୍କଟ ନେଇ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ଘଟଣା ସମ୍ପର୍କରେ ପଦ୍ମାବତୀଙ୍କ ବାପା ଶଙ୍କର ମାଝି କହିଛନ୍ତି, ସେ ଆଜି ତାଙ୍କ ଝିଅର ଶଯ୍ୟା ନିକଟରେ ନଥିଲେ।
ଏହି ସମୟରେ ଡାକ୍ତରଖାନା କର୍ମଚାରୀ ତାଙ୍କ ସ୍ତ୍ରୀ ଓ ଝିଅକୁ ଜବରଦସ୍ତି ଡିସଚାର୍ଜ କରି ତଡ଼ିଦେଇଥିଲେ।
କର୍ମଚାରୀଙ୍କୁ ଅନୁରୋଧ କରିବାରୁ ସେମାନେ କହିଥିଲେ, ଏହା ଶୋଇବା ପାଇଁ ଲଜ୍ ନୁହେଁ' କହି ଦୁର୍ବ୍ୟବହାର କରିଥିଲେ।
ଏଭଳି ଦୁର୍ବ୍ୟବହାର ଓ ଅବହେଳାରେ ନିରାଶ ହୋଇ ସମ୍ପୂର୍ଣ୍ଣ ପରିବାର ନାଗାବଳୀ ନଦୀକୁ ଆତ୍ମହତ୍ୟା କରିବାକୁ ଯାଉଥିଲେ ।
Governor visits Unit-2 : ଝିଅଙ୍କ ରକ୍ତହୀନତା ଦୂର ପାଇଁ ସ୍ବତନ୍ତ୍ର ଅଭିଯାନ, ୟୁନିଟ୍-୨ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ ମେଡିସିନ୍ ସ୍ପେସିଆଲିଷ୍ଟ ଗୌରୀ ଶଙ୍କର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଡାକ୍ତରଖାନାର ଜଣେ ନର୍ସ ନାବାଳିକାଙ୍କ ସ୍ବାସ୍ଥ୍ୟ ଠିକ ହୋଇଯାଇଥିବା ନେଇ ଡାକ୍ତରଙ୍କୁ ସୂଚନା ଦେଇଥିଲେ ଓ ଡିସଚାର୍ଜ କରିବାକୁ କହିଥିଲେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
