Rayagada: ଗ୍ରୋସେରୀ ଦୋକାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

Jun 26, 2026 - 10:00
Rayagada: ଗ୍ରୋସେରୀ ଦୋକାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

"ରାୟଗଡା:ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଏକ ଗ୍ରୋସରୀ ଦୋକାନରେ ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଅଗ୍ନିକାଣ୍ଡରେ ଦୋକାନର ସମସ୍ତ ସାମଗ୍ରୀ ସହ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।

ଘଟଣା ସ୍ଥଳରେ ରାଜସ୍ବ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟ କ୍ଷତିର ଆକଳନ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ଜଣା ପଡିଛି ।Advertisment ଆହୁରି ପଢନ୍ତୁ: IB Chief: ମହେଶ ଦୀକ୍ଷିତ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ନିଯୁକ୍ତ ମିଳିଥିବା ସୂଚନା ଅନୁଯାୟୀ କେ ଗୁରୁନାଥ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରେ ଆଜି ସକାଳ ସମୟରେ ଦୋକାନ ଭିତରୁ ଧୁଆଁ ବାହାରୁଥିବା ସ୍ଥାନୀୟ ବାସିନ୍ଦା ଦେଖିବା ପରେ ବ୍ୟବସାୟୀଙ୍କୁ ଖବର ଜଣାଇଥିଲେ ।

ବ୍ୟବସାୟୀ ଜଣକ ଆସି ଦେଖିଲା ବେଳକୁ ନିଆଁ ସମଗ୍ର ଦୋକାନକୁ ବ୍ଯାପୀ ଯାଇଥିଲା ।

ଗୁଣପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି ।

ପ୍ରାଥମିକ ସୂଚନାରୁ ଜଣାପଡିଛି ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଧ୍ଵ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି I ଗୁଣପୁର ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି I"