Ratna Bhandar Counting Concludes: ଆଜିର ରତ୍ନଭଣ୍ଡାର ଗଣତିମଣତି ଶେଷ; ମୋଟାମୋଟି ଭାବେ ୩ ଘଣ୍ଟା ୧୦ ମିନିଟ୍ ଧରି ଗଣତିମଣତି ହୋଇଛି
ଶେଷ ହେଲା ଆଜିର ରତ୍ନଭଣ୍ଡାର ଗଣତିମଣତି।
ଦିନ ୧୧ଟା ୨୬ ମିନିଟ୍ ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍ ରେ ସରିଛି ଗଣତି ପ୍ରକ୍ରିୟା।
ମୋଟ ୩ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିଲା ଗଣତିମଣତି।
ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଗୋଟିଏ ଅଳଙ୍କାରରେ ଏକାଧିକ ରତ୍ନ ରହିଥିବାରୁ ଗଣତି ପ୍ରକ୍ରିୟାରେ ଅଧିକ ସମୟ ଲାଗୁଛି।
Advertisment ଅନେକ ଅଳଙ୍କାରରେ ହୀରା, ନୀଳା, ମୋତି ଓ ମାଣିକ ଭଳି ମୂଲ୍ୟବାନ ରତ୍ନ ରହିଛି।
ତେଣୁ ପ୍ରତ୍ୟେକ ଅଳଙ୍କାରର ଗଣତି ଓ ଯାଞ୍ଚ ଏକ ସମୟସାପେକ୍ଷ ପ୍ରକ୍ରିୟା ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ସେହିପରି କିଛି ମୂଲ୍ୟବାନ ସାମଗ୍ରୀ ସିନ୍ଦୁକ ଭିତରେ ରହିଛି।
ସେସବୁକୁ ରଖିବା ପାଇଁ ନୂଆ ବାକ୍ସ ତିଆରି ସରିଥିବା ବେଳେ ସାମଗ୍ରୀ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଆସନ୍ତାକାଲି ପୁଣି ଥରେ ଗଣତିମଣତି ଜାରି ରହିବ।
ଏଥିପାଇଁ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ।
Advertisment ଆଜିର ରତ୍ନଭଣ୍ଡାର ଗଣତିମଣତି ଶେଷ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 'ଦିନ ୧୧ଟା ୨୬ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୬ ମିନିଟ୍ ରେ ସରିଛି' 'ଆଜି ମୋଟାମୋଟି ଭାବେ ୩ ଘଣ୍ଟା ୧୦ ମିନିଟ୍ ଧରି ଗଣତିମଣତି ହୋଇଛି' 'କାଲି ପୁନର୍ବାର ଗଣତିମଣତି ହେବ, ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ' 'ଗଣତିରେ ସମୟ ଲାଗୁଛି, କାରଣ ଗୋଟିଏ ଅଳଙ୍କାରରେ ଅନେକ ରତ୍ନ ରହିଛି' 'ତେଣୁ ପ୍ରତିଟି ଅଳଙ୍କାରର ଗଣତି କଷ୍ଟସାଧ୍ୟ ଓ ସମୟସାପେକ୍ଷ' 'ଅନେକ ଅଳଙ୍କାରରେ ହୀରା, ନୀଳା, ମୋତି, ମାଣିକ ରହିଛି' 'କିଛି ମୂଲ୍ୟବାନ ସାମଗ୍ରୀ ସିନ୍ଦୁକ ଭିତରେ ରହିଛି, ସେସବୁ ପାଇଁ ନୂଆ ବାକ୍ସ ତିଆରି ସରିଛି' 'ନୂଆ ବାକ୍ସକୁ ମୂଲ୍ୟବାନ ସାମଗ୍ରୀ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
