Rath Yatra In Dhenkanal: ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲେନି ଠାକୁର
"ଢେଙ୍କାନାଳ (ସ୍ବର୍ଣ୍ଣପ୍ରଭା ସେଠୀ): ମାଉସୀ ମା" ଘରକୁ ଯିବାକୁ ଆଜି ଶ୍ରୀମନ୍ଦିରରୁ ଜଗତର ନାଥ ଜଗନ୍ନାଥ ପ୍ରତିକୂଳ ପାଗସତ୍ୱେ ଅହରହ ବର୍ଷାରେ ଓଦାହୋଇ ରଥଯାତରେ ବଡଦାଣ୍ଡରେ ବିଜେ ହୋଇଥିଲେ।
ନିର୍ଦ୍ଧିଷ୍ଟ ସମୟ ନିର୍ଘଂଟକୁ ପଛରେ ପକାଇ ବିଳମ୍ବରେ ହେଉ ମଧ୍ୟ ମହାବାହୁଙ୍କ ରଥ ଆଗକୁ ଗଡିଚାଲିଲା।
ଲୀଳାମୟ ବଡଠାକୁର, ଶ୍ରଦ୍ଧାଳୁଭକ୍ତଙ୍କ ଭାବବେଗରେ ବାନ୍ଧିହୋଇ ଲୀଳାଖେଳା କରିବା ଲାଗି ମାଉସୀ ମା"ଙ୍କ ମନ୍ଦିରରେ ପହଂଚିବା ପୂର୍ବରୁ ବଡଦାଣ୍ଡର ଅଧାରେ ମୀନାବଜାର ଠାରେ ଅଟକି ରହିଛନ୍ତି।
ବଡରଥକୁ ଅଟକିବା ଦେଖି ପଛରେ ଆସୁଥିବା ସାନରଥ ମଧ୍ୟ ଲକ୍ଷ୍ମୀବଜାର ଠାରେ ଅଟକି ରହିଛନ୍ତି।
Advertisment ଦିନଯାକ ବର୍ଷା ଲାଗିରହିଥିବାରୁ ପୂର୍ବାହ୍ନରେ ପହଣ୍ଡିରେ ବହୁ ବିଳମ୍ବ ହୋଇଥିଲା।
ଶ୍ରୀଶ୍ରୀ ବଳରାମ ଜୀଉଙ୍କ ମନ୍ଦିରରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ, ପହଣ୍ଡି ସେବାୟତଙ୍କ ସହଯୋଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଆଣି ବଡ଼ରଥରେ ବିଜେ କରାଇଥିଲେ।
ରାଜାଙ୍କ ଉଆସରୁ ଆସିଥିବା ପ୍ରତିମାଙ୍କୁ ସାନରଥରେ ବିଜେ କରାଯାଇଥିଲା।
ନିର୍ଦ୍ଧିଷ୍ଟ ସମୟର ଦେଢଘଂଟା ବିଳମ୍ବରେ ଠାକୁରଙ୍କ ରଥଭିହା ଆରମ୍ଭ ହୋଇଥିଲା।
ସଂଧ୍ୟା ସାଢେ ୬ଟା ସୁଧା ବଡରଥ ବଡଦାଣ୍ଡର ମୀନା ବଜାର ଠାରେ ଏବଂ ସାନ ରଥ ଲକ୍ଷ୍ମୀବଜାର ଠାରେ ଅଟକି ରହିଛନ୍ତି।
ଆସନ୍ତାକାଲି ସକାଳ ୯ଟାରୁ ପୁଣି ରଥଭିଡା ଆରମ୍ଭ ହେବ ବୋଲି ସମୟ ନିର୍ଘଂଟ ସ୍ଥିର କରାଯାଇଛି।
ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ ସଦର ଉପଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀ ପଦ୍ମଚରଣ ସାହୁ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।