Rath Yatra Cordon Passes Reduce To 50%: ଅଧା ହେବ ରଥ କର୍ଡନ ପାସ୍, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

Jul 08, 2026 - 21:32
Rath Yatra Cordon Passes Reduce To 50%: ଅଧା ହେବ ରଥ କର୍ଡନ ପାସ୍, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଏଥର ଅଧାକୁ କମିବ ରଥ କର୍ଡନ ପାସ୍ । ଚଳିତ ବର୍ଷ ଭିଆଇପି ଓ ଭିଭିଆଇପି ରଥ କର୍ଡନ ପାସ୍ ସଂଖ୍ୟା ଅଧା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ପୂର୍ବ ବର୍ଷ ତୁଳନାରେ କର୍ଡନ୍ ପାସ୍ ଅଧା କରି ଦିଆଯାଇଛି ।ଯାହାଦ୍ବାରା କିଛି ମାତ୍ରାରେ ଭିଡ଼ ନିୟନ୍ତ୍ରଣ ସହଜ ହେବ। ଏହାସହିତ ଭିଡ଼ ନିୟନ୍ତ୍ରଣ ପାଇଁ ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। 

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ସେବାୟତ ନିଯୋଗଙ୍କ ସହିତ ଏକାଧିକ ଥର ଆଲୋଚନା ସରିଛି । ସମସ୍ତଙ୍କ ସହଯୋଗ ଏବଂ ସହମତିରେ ନୀତିକାନ୍ତି ସୁରୁଖୁରରେ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଗତ ୬ ତାରିଖରେ ଚୂଡ଼ାନ୍ତ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ, ସୁରକ୍ଷିତ ଓ ଅଘଟଣ ଶୂନ୍ୟ ରଥଯାତ୍ରା ଉପରେ ସିଏମ୍ ମୋହନ ମାଝୀ ଫୋକସ୍ କରିଥିଲେ। ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ୍ ସହିତ ରଥ ଇନର୍ କର୍ଡନ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।