Rath Yatra 2026 : ଚିତ୍ରକରଙ୍କ ତୂଳୀର ସ୍ପର୍ଶରେ ଝଟକୁଛି କଳସ, ରଥ ଚାଳିରେ ଚାଲିଛି ‘ମାଲ’ ତିଆରି
ପୁରୀ, ୧/୭ : ବିଶ୍ୱକର୍ମାମାନେ ରଥ କଳସ ତିଆରିବା ପରେ ଏବେ ଚିତ୍ରକରଙ୍କ ରଙ୍ଗ ଓ ତୂଳୀର ସ୍ପର୍ଶରେ ବେଶ୍ ସୁନ୍ଦର ଦିଶିଲାଣି। ଦୁଇ ଭାଗ କରି କଳସରେ ରଙ୍ଗ ଦିଆଯାଉଥିବା କୁହନ୍ତି ମହାପ୍ରଭୁଙ୍କ ଚିତ୍ରକର ସେବକ ଚିତ୍ତରଞ୍ଜନ ମହାରଣା । କଳସରେ ପଦ୍ମ ପାଖୁଡ଼ା ଶୋଭାପାଉଛି । ତିନି ରଥର ତିନୋଟି କଳସ ୬ ଭାଗ ହୋଇ ରଙ୍ଗ ଜାରି ରହିଛି । ତିନୋଟି ଯାକ ପ୍ରସ୍ତୁତ ହେଲା ପରେ ଦୁଇ ଭାଗ ହୋଇ ରଥ ଉପରକୁ ଉଠିଲା ପରେ ଯୋଡ଼ା ହୋଇ ଗୋଟା କଳସ ହେବ ।
ରଥ ଚାଳିରେ ‘ମାଲ’ ତିଆରି ଚାଲିଛି । ବିଶ୍ୱକର୍ମାମାନେ ବାରିସିରେ ହାଣି ଶାଳ ମାଲ ଚଉପଟ କରୁଛନ୍ତି । ଠାକୁରଙ୍କ ପହଣ୍ଡି ସମୟରେ ଚାରମାଳ ଆବଶ୍ୟକ ଥାଏ । ସିଂହାସନରୁ ଦାରୁଦିଅଁ ଚାରମାଳ ଦେଇ ବିଜେ ହୋଇଥାନ୍ତି । ଏଥର ୮ଟି ମାଲ ନୂଆ ତିଆରି ହେଉଛି । ଚାରମାଳ ନିମ୍ନ ଭାଗରେ ଶାଳ ମାଲ ରହିଥାଏ । ମଙ୍ଗଳବାର ନିର୍ମାଣକାରୀମାନେ ରଥରେ ଧୂଳି ଦଣ୍ଡା ଲଗାଇଛନ୍ତି । ରୂପକାରଙ୍କ ପ୍ରଭା ଖୋଦେଇ ଓ ପଲିସ୍ କାର୍ଯ୍ୟ ଶେଷ ହେବା ଉପରେ । ଓଝା ସେବକମାନେ ଧୂଳି ଦଣ୍ଡା କଣ୍ଟା ତିଆରି ବିଶ୍ୱକର୍ମାଙ୍କୁ ଯୋଗାଇବା ପରେ ପ୍ରଭା କଣ୍ଟା ଓ ବ୍ରେକ୍ରେ ଲାଗିବାକୁ ଥିବା ବଳା ତିଆରୁଛନ୍ତି । ଦୋଳବେଦି ପରିସରରେ ପାହି ମହାରଣାମାନେ ଠାକୁରଙ୍କ ନୀତି ପାଇଁ ଆବଶ୍ୟକ କାଠ ସାମଗ୍ରୀ ତିଆରୁଛନ୍ତି।
ଆହୁରି ପଢନ୍ତୁ- BMC ବୈଠକରେ ବଡ଼ ନିଷ୍ପତ୍ତି : ଡ୍ରେନରେ ଲାଗିବ ସେନସର୍, ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ଖୋଲିବ ପ୍ଲାଣ୍ଟ
ଶ୍ରୀମନ୍ଦିର ଶବ୍ଦାବଳୀ
ଦର୍ପଣିଆ: ଠାକୁରଙ୍କ ନିତ୍ୟ ବ୍ୟବହୃତ ବାସନ ସଫା କରୁଥିବା ସେବକ
ଛତାର: ନୀତି ସମୟରେ ଛତା ଧରି ଠିଆ ହେଉଥିବା ସେବକ
କାହାଳିଆ: ନୀତି ସମୟରେ କାହାଳି ବଜାଉଥିବା ସେବକ
ଫୁଟା: ଠାକୁରଙ୍କ ନିତ୍ୟ ବ୍ୟବହୃତ ବସ୍ତ୍ର
ହଂସକେଳି: ଠାକୁରଙ୍କ କୋଠ ଭୋଗରେ ଲାଗିହେଉଥିବା ପିଠା
କାହିଁକି ହେଲେ ଅଲାରନାଥ ? ମହାପ୍ରଭୁଙ୍କ ନିକଟରେ ୬୦ ଘର ସେବକ ନିୟୋଜିତ ..