Rath Yatra: ବଡ଼ଜୋବ ଠାକୁରଙ୍କୁ ନେଇ ଚାଲିଛି ବିଭିନ୍ନ ତିଥିରେ ୩ଟି ଗ୍ରାମର ରଥଯାତ୍ରା

Jul 16, 2026 - 22:49
Rath Yatra: ବଡ଼ଜୋବ ଠାକୁରଙ୍କୁ ନେଇ ଚାଲିଛି ବିଭିନ୍ନ ତିଥିରେ ୩ଟି ଗ୍ରାମର ରଥଯାତ୍ରା

"ବ୍ରଜରାଜନଗର (ଉପେନ ସାହୁ): ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ମଧ୍ୟ କିଭଳି ପ୍ରଭାବ ପକାଇଥିଲା ତାହା ଝାରସୁଗୁଡ଼ା ଜିଲ୍ଲାର ଏକଦା ବଣ ଜଙ୍ଗଲଘେରା ବଡ଼ଜୋବ ଅଞ୍ଚଳକୁ ଦେଖିଲେ ଜଣାପଡ଼େ।

ରାଜପୁର ଜମିଦାର ବଂଶଜ ସୂର୍ଯ୍ୟ କୁମାରୀ ସାଏ ବଡ଼ଜୋବ ରଥଯାତ୍ରା ଆରମ୍ଭ କରିଥିଲେ।

ଏହା ପାଖାପାଖି ୮୫ ବର୍ଷରୁ ଅଧିକ ହେବ।

ସେ ଏଥିପାଇଁ ପୁରୀରୁ ବିଗ୍ରହମାନଙ୍କୁ ଆଣିଥିଲେ।

କିନ୍ତୁ ରାଜପୁର ରଥଯାତ୍ରା ଦ୍ଵିତୀୟା ତିଥିରେ ହେଉଥିବାରୁ ସୁବିଧା ଦୃଷ୍ଟିରୁ ବଡ଼ଜୋବ ରଥଯାତ୍ରା ଚତୁର୍ଥୀ ତିଥିରେ କରିଥିଲେ।

ସେହି ପରମ୍ପରା ଏବେ ବି ଚାଲିଆସିଛି।Advertisment ବଡ଼ଜୋବ ରଥଯାତ୍ରାକୁ ଦେଖି ଗାନ୍ଧିଛକରେ ରଥଯାତ୍ରା କରିବାକୁ ରାମଚନ୍ଦ୍ର ସିଂହ, ନନ୍ଦୁ ସାହୁ, ହରିଶ୍ଚନ୍ଦ୍ର ସାଏ ନିଷ୍ପତ୍ତି ନେଇଥିଲେ।

ବଡ଼ଜୋବ ଠାକୁରଙ୍କୁ ନେଇ ଗାନ୍ଧିଛକ ରଥଯାତ୍ରା କରିବାକୁ ସୂର୍ଯ୍ୟ କୁମାରୀ ସାଏଙ୍କୁ ଜଣାଇଥିଲେ।

ସେ ରାଜି ହେବାରୁ ବିଗ୍ରହମାନଙ୍କୁ ଦେବସ୍ନାନ ପୂର୍ଣ୍ଣିମା ପରଦିନ ଝାମ୍ପିରେ ତିନି ଠାକୁରଙ୍କୁ ରଖି ଶିକା ବାହୁଙ୍ଗିରେ ଗଉଡ଼ମାନଙ୍କ ଦ୍ୱାରା ଗାନ୍ଧିଛକ ଅଣାଯାଇଥିଲା।

ଠାକୁରମାନେ ରାମଚନ୍ଦ ସିଂହଙ୍କ ଘରେ ନେତ୍ରଉତ୍ସଵ ପର୍ଯ୍ୟନ୍ତ ରହିବା ପରେ ଦ୍ୱିତୀୟରେ ଗାନ୍ଧିଛକ ରଥଯାତ୍ରା ଆରମ୍ଭ ହୋଇଥିଲା।

Rath Yatra: ଭକ୍ତିମୟ ପରିବେଶରେ ଭବ୍ୟ ରଥଯାତ୍ରା ପାଳିତ କିଛି ବର୍ଷ ପରେ ଚନ୍ଦିନୀମାଲ ପଂଚାୟତର କେଛୋବାହାଲଠାରେ ଜମିଦାର ବଂଶଜ ପ୍ରସନ୍ନ ସାଏ ବଡ଼ଜୋବ ଠାକୁରଙ୍କୁ ନେଇ ରଥଯାତ୍ରା କରିବାକୁ ସୂର୍ଯ୍ୟ କୁମାରୀ ସାଏଙ୍କୁ କହିବାରୁ ସେ ରାଜି ହୋଇଥିଲେ।

ଫଳରେ କେଛୋବାହାଲ ରଥଯାତ୍ରା ପଞ୍ଚମୀ ତିଥିରେ ବଡ଼ଜୋବ ଠାକୁରଙ୍କୁ ନେଇ କରାଯାଉଛି।

ଆଜି ମଧ୍ୟ ସେହିପରମ୍ପରା ଚାଲିଆସିଛି।

ବଡ଼ଜୋବ ତିନି ଠାକୁରଙ୍କୁ ନେଇ ଏବେ ବି ଚାଲିଛି ତିନି ଗ୍ରାମରେ ରଥଯାତ୍ରା।

ହେଲେ ଭିନ୍ନ ତିଥିରେ।

ଏବେ କେବଳ ଜିଉମାନେ ଯାତ୍ରା ଉଦ୍ଦେଶ୍ୟରେ ଝାମ୍ପି ଭାରରେ ଗଉଡ଼ମାନେ ନେଉନାହାନ୍ତି।

ସୁସଜ୍ଜିତ ଗାଡ଼ିରେ ମନ୍ଦିରରୁ ଗାନ୍ଧିଛକ ଓ କେଛୋବାହାଲ ଯାଉଛନ୍ତି।

ସମୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେହି ପୁରୁଣା ପରମ୍ପରାକୁ ନେଇ ଚାଲିଛି ରଥଯାତ୍ରା।

ସମୟ ବଦଳିଛି, ହେଲେ ପୁରୁଣା ପରମ୍ପରା ଆଜି ବି ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।