Rashtra Mata status, ଗୋମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ଦାବିରେ ସ୍ମାରକପତ୍ର
"ଭଦ୍ରକ: ଗୋମାତାଙ୍କୁ "ରାଷ୍ଟ୍ରମାତା"ର ମାନ୍ୟତା ପ୍ରଦାନ କରିବା ସହ ଗୋସୁରକ୍ଷା ଓ ସଂରକ୍ଷଣକୁ ଅଧିକ ସୁଦୃଢ଼ କରିବା ଦାବିରେ ଅଞ୍ଚଳର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆଜି (ସୋମବାର) ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।Advertisment "ଗୋ ସମ୍ମାନ ଆହ୍ଵାନ ଅଭିଯାନ" ଦାବୀପତ୍ରରେ ଉଲ୍ଲେଖ କରାଯାଇଛି, ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଗାଈଙ୍କୁ "ଗୋମାତା" ଭାବେ ସମ୍ମାନ ଓ ପୂଜା କରାଯାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗୋମାତାଙ୍କର ମହତ୍ତ୍ୱ ଅତୁଳନୀୟ ଏବଂ ତାଙ୍କ ଶରୀରରେ ୩୩ କୋଟି ଦେବାଦେବୀଙ୍କ ବାସ ରହିଛି ବୋଲି ମାନ୍ୟତା ରହିଛି।
ଭାରତୀୟ କୃଷି, ପରିବେଶ, ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ଜୀବନରେ ଗୋମାତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ "ରାଷ୍ଟ୍ରମାତା"ର ମାନ୍ୟତା ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ବାଛୁରୀ ଜନ୍ମ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏପରି କୃତଜ୍ଞତା ଜଣାଇଲେ ଗୋମାତା ସଂଗଠନର କହିବା ଅନୁଯାୟୀ, ଗୋମାତା ନିଃସ୍ୱାର୍ଥ ଭାବେ ମାନବ ସମାଜର ସେବା କରିଆସୁଛନ୍ତି।
କ୍ଷୀର, ଗୋବର, ଗୋମୂତ୍ର ସମେତ ବିଭିନ୍ନ ଉପାଦାନ କୃଷି, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାରେ ଉପଯୋଗୀ ହୋଇଥାଏ।
ସେଥିପାଇଁ ଗୋମାତାଙ୍କ ସୁରକ୍ଷା, ସେବା ଓ ସଂରକ୍ଷଣ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି।
ଏହାସହ ଗୋହତ୍ୟା ନିୟନ୍ତ୍ରଣ ଓ ଗୋ ସୁରକ୍ଷା ପାଇଁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ମଧ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି।
ଗୋମାତା ସେବା ନିଶାରେ ଚାକିରି ଛାଡ଼ିଲେ ଦୁଇବନ୍ଧୁ; ଡାଏରୀ ଫାର୍ମ କରି ନିଜେ ଆତ୍ମନିର୍ଭର ହେବା ସହ ୨୦ଜଣଙ୍କୁ ଦେଲେ ନିଯୁକ୍ତି ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସରଧାଶ୍ରୀ ସ୍ବୟଂସୁଧା, ମମତା ବଳ, ସିପ୍ରା ରାଉତ, ଅହଲ୍ୟା ଘଡେଇ, ପଦ୍ମାଳୟା ନାୟକ, କଲ୍ୟାଣୀ ବେହେରା, ସଞ୍ଜୀବ ଦାସ, ମାନସ ରଞ୍ଜନ ମହାନ୍ତି, ଅପୂର୍ବ ବେହେରା, ପ୍ରଶାନ୍ତ ସାହୁ, ସନ୍ତୋଷ ପରିଡା, ଭାସ୍କର ସାହୁ, ବଳରାମ ଜେନା, ଯୋଗେଶ ଶର୍ମା, ଦଶରଥ ସାହୁ, ବିକାଶ ଯୋଶୀ, ଦୀପକ ଭାଇ, ପ୍ରକାଶ ସ୍ୱାଇଁ, ତପନ ମହାନ୍ତି, ଦିଲୁ ସାହୁ, ଜ୍ଞାନ ପ୍ରକାଶ ପାଣି, ବୁଲୁ ସାହୁ, ରଞ୍ଜନ ବେହେରା, ନିମାଇଁ ଦାସ, ସୌମ୍ୟରଞ୍ଜନ ବାରିକ, ସମେତ ଗୋ ସମ୍ମାନ ଓ ଗୋ ସୁରକ୍ଷା ଅଭିଯାନର ବହୁ ସଦସ୍ୟ ଏବଂ ସମର୍ଥକ ଉପସ୍ଥିତ ରହିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।