Rasgola: ଓଡ଼ିଆ ଅସ୍ମିତାର ପ୍ରତୀକ ରସଗୋଲା

Jul 28, 2026 - 08:33
Rasgola: ଓଡ଼ିଆ ଅସ୍ମିତାର ପ୍ରତୀକ ରସଗୋଲା

"ପୁରୀ: ରସଗୋଲା ଆମ ଓଡ଼ିଆ ଅସ୍ମିତାର ପ୍ରତୀକ।

ଷୋଡ଼ଶ ଶତାବ୍ଦୀରେ ଦାଣ୍ଡି ରାମାୟଣର ସ୍ରଷ୍ଟା ବଳରାମ ଦାସ ର‌ସଗୋଲା ସମ୍ପର୍କରେ ବ୍ୟାଖ୍ୟା କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲା ପ୍ରଚଳନର ପ୍ରାଚୀନତା ସମ୍ପର୍କରେ ପ୍ରମାଣ ଦେଇଛନ୍ତି।

ମହାପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାକୁ ମାଧ୍ୟମ କରିବା ହିଁ ରସଗୋଲାର ମହନୀୟତାକୁ ପ୍ରତିପାଦିତ କରୁଛି।

ରସଗୋଲାର ଉତ୍ପତ୍ତି କ୍ଷେତ୍ର‌ ଯେ ଓଡ଼ିଶା, ଏଥିରେ ଦ୍ବିରୁକ୍ତି ନାହିଁ। "ରସଗୋଲା" ଆମର ବୋଲି କହିଦେଲେ ହେବ ନାହିଁ।

ଏହାକୁ ସମଗ୍ର ବିଶ୍ବବାସୀଙ୍କ ପାଖରେ "ଶ୍ରୀଜଗନ୍ନାଥଙ୍କ ରସଗୋଲା" ପରିଚୟରେ ପହଞ୍ଚାଇବା ସହ ଏହାର ପ୍ରାଚୀନତା ସମ୍ପର୍କରେ ଜଣାଇବାକୁ ପଡ଼ିବ।

ଏଥିପାଇଁ ପ୍ରତ୍ୟେକ ନିଜ ସ୍ତରରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି ଗବେଷକ, ଲେଖକ ଓ ସାଂସ୍କୃତିକ ସଂଗଠକ। "ସମ୍ବାଦ", "କନକ ନ୍ୟୁଜ" ଓ "ରେଡ଼ିଓ ଚକଲେଟ୍‌" ପକ୍ଷରୁ ପୁରୀ ସେବା ସମିତି ପରିସରରେ ଆୟୋଜିତ "ରସଗୋଲା ଦିବସ"ରେ ଏହି ମତ ପ୍ରକାଶ ପାଇଛି।

Advertisment Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି ନିମନ୍ତ୍ରିତ ଗବେଷକ, ଲେଖକ, ସେବକମାନେ କହିଛନ୍ତି, ବଙ୍ଗଳାବାସୀ ରସଗୋଲାକୁ ନିଜର ବୋଲି ଦାବି କରୁଥିଲେ ହେଁ ସେମାନେ ଉନବିଂଶ ଶତାବ୍ଦୀର ତଥ୍ୟ ଆଧାରରେ ଏକଥାକୁ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି।

ମାତ୍ର ବଳରାମ ଦାସ ଦାଣ୍ଡି ରାମାୟଣରେ ଷୋଡ଼ଶ ଶତାବ୍ଦୀରୁ ହିଁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିସାରିଛନ୍ତି।

ଏହି ବାର୍ତ୍ତା ସମଗ୍ର ବିଶ୍ବକୁ ପରିବ୍ୟାପ୍ତ ହେବା ଆବଶ୍ୟକ ବୋଲି ଅତିଥିମାନେ କହିଛନ୍ତି।

ଶହଶହ ବର୍ଷ ଧରି ଶ୍ରୀମନ୍ଦିର ଭୋଗ ପରମ୍ପରାରେ ରସଗୋଲା ଭୋଗ ନୀଳାଦ୍ରି ବିଜେ ଦିନ ହେବାର ପରମ୍ପରା ପ୍ରଚଳିତ।

ଏପରିକି ନିମ୍ବାର୍କ, ରାମାନନ୍ଦୀ, ରାମାନୁଜ, ଅତିବଡ଼ୀ ଭଳି ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ରଥାରୂଢ଼ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୀଳାଦ୍ରି ବିଜେ ଦିନ ରସଗୋଲା ଭୋଗ ଅର୍ପଣ କରିଆସୁଛନ୍ତି।

ଅତିଥିଙ୍କ ମତାନୁଯାୟୀ, ଜିଆଇ ଟ୍ୟାଗ ପାଇଗଲା ବୋଲି ଏତିକିରେ ଆମେ ଉତ୍ସାହିତ ହୋଇ ବସିଗଲେ ହେବ ନାହିଁ।

ବରଂ ସମଗ୍ର ବିଶ୍ବରେ ଏହା ପଛରେ ଥିବା ସଂସ୍କୃତି ଓ ପ୍ରାଚୀନତାକୁ ବ୍ୟାପକ ପ୍ରଚାର କରିବାକୁ ପଡ଼ିବ।

ମହାପ୍ରଭୁ ଏହି ମିଠା ମହାଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଦେଉଥିବା ବେଳେ ଖାଲି ଏକ ନୈବେଦ୍ୟ ରୂପରେ ଦେଉନାହାନ୍ତି, ବରଂ ପ୍ରେମ, ସଂପ୍ରୀତି ଓ ସଦ୍‌ଭାବନାର ଉଦ୍ରେକ ପାଇଁ ଏହାକୁ ପ୍ରଦାନ କରାଯାଉଥିବାର ଗାଥା ପହଞ୍ଚାଇବାକୁ ପଡ଼ିବ।

ବିଦେଶରେ ରହୁଥିବା ଓଡ଼ିଆମାନେ ଏହି ଦିନ ବିଦେଶରେ ରସଗୋଲା ବାଣ୍ଟି ଏହା ପଛର ମହନୀୟତାକୁ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି।

ଅଦିନିଆ ରଥଯାତ୍ରାକୁ ବିରୋଧ କରି ଯେପରି ବିଦେଶରେ ରହୁଥିବା ଓଡ଼ିଓ ଓ ଭାରତୀୟ ଜଗନ୍ନାଥପ୍ରେମୀ ସେମାନଙ୍କର ସମର୍ଥନ ଦେଖାଇ‌ଲେ, ବିଦେଶରେ ମଧ୍ୟ "ଶ୍ରୀଜଗନ୍ନାଥଙ୍କ ରସଗୋଲା"ର ବ୍ରାଣ୍ଡିଂ କରି, ଦିବସ ପାଳନ କରି ଏହାର ପ୍ରଚାର ପ୍ରସାର କରନ୍ତୁ ବୋଲି ଅତିଥିମାନେ କହିଛନ୍ତି।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି ସାରଙ୍ଗଧର ରାୟଗୁରୁ, ଭାସ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗୋଛିକାର, ବଦ୍ରି ମିଶ୍ର, ସଂଗ୍ରାମ ପଟ୍ଟନାୟକ, ଅନାମ ଚନ୍ଦ୍ର ସାହୁ, ମନୋଜ ରଥ, ଚିତ୍ତରଂଜନ ସାହାଣି, ସନ୍ତୋଷ ସେଠୀ, ଶିବସୁନ୍ଦର ମିଶ୍ର, ଶ୍ୟାମପ୍ରକାଶ ସେନାପତି, ସଞ୍ଜୀବ ମହାନ୍ତି, ଶ୍ରୀନିବାସ ଘଟୁଆରୀ, ବିପିନ ବିହାରୀ ଦଳାଇ, ଡ.ସିଦ୍ଧାର୍ଥ ଶେଖର ପାତ୍ର, ପଦ୍ମନାଭ ପଣ୍ଡା, ନାରାୟଣ ମହାପାତ୍ର, ସନ୍ତୋଷ ମହାନ୍ତି ପ୍ରମୁଖ ରସଗୋଲା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ମଙ୍ଗରାଜ, ରାଜକିଶୋର ପାତ୍ର, ରଞ୍ଜିତା ପାଢ଼ୀ, ସୌମେନ୍ଦ୍ର ଦାସ, ହରିଶଙ୍କର ମିଶ୍ର, ସିଦ୍ଧାର୍ଥ ରାୟ, ଡ.କୁମାର ଅରୋଜ୍ୟୋତି, ଜିତେନ୍ଦ୍ର କୁମାର ସାହୁ, ହରେକୃଷ୍ଣ ପ୍ରତିହାରୀ, ନିହାରିକା ତ୍ରିପାଠୀ, ଜ୍ୟୋତ୍ସ୍ନା ମହାପାତ୍ର, ଡ.ଶଶିକାନ୍ତ ରଥ ଓ ସନ୍ତୋଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ସେବା ସମିତିର ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ ଯୋଗାଇ ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।