Rapido Fine: 'ରାପିଡୋ' ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା: ଗ୍ରାହକଙ୍କଠୁ ଅଧିକ ଭଡା ନେଉଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

Sep 16, 2026 - 12:14
Rapido Fine: 'ରାପିଡୋ' ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା: ଗ୍ରାହକଙ୍କଠୁ ଅଧିକ ଭଡା ନେଉଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

"ନୂଆଦିଲ୍ଲୀ: ଭ୍ରାମକ ଓ ଅସାଧୁ ବ୍ୟବସାୟିକ ଆଚରଣ ଏବଂ 'ଡାର୍କ ପ୍ୟାଟର୍ନ' ବ୍ୟବହାର କରି ଗ୍ରାହକଙ୍କଠାରୁ ଅଧିକ ଭଡ଼ା ନେବା ଅଭିଯୋଗରେ ରାଇଡ୍-ହେଲିଂ ଆପ୍ 'ରାପିଡୋ' ଉପରେ ସେଣ୍ଟରାଲ୍ କଷ୍ଟମର୍ ପ୍ରୋଟେକ୍ସନ୍ ଅଥୋରିଟି (ସିସିପିଏ) ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ଗାଡ଼ି ବୁକ୍ ହେବା ପୂର୍ବରୁ ଗ୍ରାହକଙ୍କୁ ଅଧିକ ଟଙ୍କା କିମ୍ବା ଟିପ୍ସ ଦେବା ପାଇଁ ଆପ୍ ମାଧ୍ୟମରେ ଚାପ ପକାଯାଉଥିବା ନେଇ ସିସିପିଏ ନିଜ ତଦନ୍ତରୁ ପ୍ରମାଣ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ରାପିଡୋ ପରିଚାଳନା କରୁଥିବା 'ରୋପେନ୍ ଟ୍ରାନ୍ସପୋର୍ଟେସନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍' କମ୍ପାନୀ ବିରୋଧରେ ଗ୍ରାହକ ସୁରକ୍ଷା ଆଇନ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି।Advertisment ଗ୍ରାହକ ସୁରକ୍ଷା ଆଇନ ଅନୁସାରେ ଏହି ପଦକ୍ଷେପ ତଦନ୍ତ ଅନୁସାରେ, ବୁକିଂ ସମୟରେ ଡ୍ରାଇଭରମାନେ ଗାଡ଼ି ସ୍ୱୀକାର କରୁନାହାନ୍ତି ଦର୍ଶାଇ ଗ୍ରାହକଙ୍କୁ ୧୦ କିମ୍ବା ୨୦ ଟଙ୍କା ଅଧିକ ଦେବା ପାଇଁ ମେସେଜ୍ ଦେଖାଯାଉଥିଲା, ଯାହା ଗ୍ରାହକଙ୍କ ମନରେ ମାନସିକ ଚାପ ସୃଷ୍ଟି କରୁଥିଲା।

ଏହା ବ୍ୟତୀତ ଆପର ଡିଜାଇନରେ ଭାଡ଼ା ବଢ଼ାଇବା ପାଇଁ ସବୁଜ ରଙ୍ଗ ଓ କମାଇବା ପାଇଁ ଲାଲ୍ ରଙ୍ଗର ସଙ୍କେତ ଦେଇ ଗ୍ରାହକଙ୍କୁ ଅଧିକ ଟଙ୍କା ବାଛିବାକୁ ପ୍ରରୋଚିତ କରାଯାଉଥିଲା।

ରାଇଡ୍ ଶେଷ ହେବା ପୂର୍ବରୁ ହିଁ ଟିପ୍ସ ମାଗିବା ନିୟମବିରୋଧୀ ବୋଲି ସିସିପିଏ ସ୍ପଷ୍ଟ କରିଛି।

ସେହିପରି ଅଧିକ ଟଙ୍କା ଦେଲେ ଗାଡ଼ି ମିଳିବାର ସମ୍ଭାବନା ଅଧିକ ବୋଲି ରାପିଡୋ କରୁଥିବା ଦାବିର କୌଣସି ସଠିକ୍ ତଥ୍ୟ କମ୍ପାନୀ ଦେଇପାରିନଥିଲା।

କେବଳ ରାପିଡୋ ନୁହେଁ, ଓଲା, ଉବର ଏବଂ ନମ୍ମା ଯାତ୍ରୀ ପରି ଅନ୍ୟ ପ୍ଲାଟଫର୍ମଗୁଡ଼ିକ ଉପରେ ମଧ୍ୟ ଏହିପରି ଅନୁସନ୍ଧାନ ଜାରି ରହିଛି।

PM Modi: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କିଛି ଦିନ ପରେ ବିଜେପି ବିଧାୟକଙ୍କଠାରୁ ଜମି ଫେରି ପାଇଲେ ସହପାଠୀ ଅସଗର ଭୋରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)