Raod Accident ଜୟପୁର ଲକ୍ଷ୍ମୀପଣ୍ଡା ଛକରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Jul 15, 2026 - 17:30
Raod Accident ଜୟପୁର ଲକ୍ଷ୍ମୀପଣ୍ଡା ଛକରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

"ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରର ବ୍ୟସ୍ତବହୁଳ ଲକ୍ଷ୍ମୀପଣ୍ଡା ଛକଠାରେ ଆଜି (ବୁଧବାର) ଏକ କାର୍ ଏବଂ ମୋଟରସାଇକଲ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଏହି ଦୁର୍ଘଟଣାରେ ମୋଟରସାଇକଲ୍‌ ଚାଳକ ଜଣକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Advertisment Road Accident: ଦୁର୍ଘଟଣାରେ ପ୍ରାଣ ହାରିଲେ ବାପା-୨ପୁଅ, ବଡ଼ପୁଅ ସହ ଜୀବନ ସହ ସଂଘର୍ଷ କରୁଛନ୍ତି ମା" ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗାଗନାପୁର ରୋଡ୍ ପଟରୁ ତିନି ଜଣ ଯୁବକ ଏକ ୟୁନିକର୍ନ ମୋଟରସାଇକଲ୍‌ ଯୋଗେ କାଳିଆ ପେଟ୍ରୋଲ ପମ୍ପ ଆଡ଼କୁ ଆସୁଥିଲେ।

ସେହି ସମୟରେ ଜୟପୁର ପଟରୁ ବୋରିଗୁମ୍ମା ଅଭିମୁଖେ ଯାଉଥିବା ଏକ ଧଳା ରଙ୍ଗର ହୋଣ୍ଡା ଆମେଜ୍ କାର୍ (ଓଡ଼ି-୦୨-ସିଇ-୫୦୯୦) ସହ ବାଇକ୍‌ର ଧକ୍କା ହୋଇଥିଲା।

ଏହି ଧକ୍କାରେ ମୋଟରସାଇକଲ୍‌ ଚାଳକ ଛିଟିକି ପଡ଼ିଥିଲେ ଏବଂ କାର୍‌ର ସମ୍ମୁଖ ଭାଗ ଭାଙ୍ଗିଯିବା ସହ ଏୟାରବ୍ୟାଗ୍ ଖୋଲିଯାଇଥିଲା।

ମୋଟରସାଇକଲ୍‌ ଚାଳକଙ୍କ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Hospital: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ "ଇଣ୍ଡସ୍ କଫ୍" ମେସିନ୍ ଉଦ୍‌ଘାଟିତ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ଜୟପୁର ସହରର ଏହା ଏକ ପ୍ରମୁଖ ବଡ଼ ଗୋଲେଇ ଛକ।

ଏଠାରେ ଦୈନିକ ହଜାର ହଜାର ଗାଡ଼ି ଚଳାଚଳ କରୁଛି।

ତେବେ ଏଠାରେ ନା ଅଛି ଟ୍ରାଫିକ ସିଗନାଲ ନା ଅଛନ୍ତି କୌଣସି ଟ୍ରାଫିକ ପୋଲିସ।

ପ୍ରଶାସନର ଏହି ବେପରୁଆ ମନୋଭାବ ଯୋଗୁଁ ଏଠାରେ ନିତିଦିନ ଏଭଳି ଛୋଟବଡ଼ ଦୁର୍ଘଟଣା ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।