RamTemple: ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟ ଗଲେ, ବଜରଙ୍ଗ ବାଗ୍ରା ଆସିଲେ

Jul 06, 2026 - 21:26
RamTemple: ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟ ଗଲେ, ବଜରଙ୍ଗ ବାଗ୍ରା ଆସିଲେ

"ଅଯୋଧ୍ୟା: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ଘଟିଛି।

ରାମ ମନ୍ଦିରର ଦାନ ଅର୍ଥ ଚୋରି ଘଟଣାକୁ ନେଇ ଚାଲିଥିବା ତଦନ୍ତ ମଧ୍ୟରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଇସ୍ତଫାକୁ ଟ୍ରଷ୍ଟ ଗ୍ରହଣ କରିଛି।

ସେହିପରି, ତାଙ୍କ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ବାଗ୍ରାଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।

ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।Advertisment ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ବିବାଦ ବଢ଼ିବା ପରେ ଚମ୍ପତ ରାୟ ଗତ ଜୁନ୍ ୨୬ ତାରିଖରେ ନୈତିକ ଦାୟିତ୍ବ ସ୍ୱୀକାର କରି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

ଏହି ମାମଲାରେ ତାଙ୍କ ଡ୍ରାଇଭରଙ୍କ ସମେତ ୮ ଜଣଙ୍କୁ ପୁଲିସ ଗିରଫ କରିଥିଲା।

ଏହାପରେ ତଦନ୍ତକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ଉଦ୍ଦେଶ୍ୟରେ ସେ ପଦ ଛାଡ଼ିଥିଲେ।

ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଅନିଲ ମିଶ୍ର ମଧ୍ୟ ଇସ୍ତଫା ଦେଇଥିଲେ।

ତେବେ ଏପର୍ଯ୍ୟନ୍ତ ଚମ୍ପତ ରାୟ କିମ୍ବା ଅନୀଲ ମିଶ୍ରଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇନାହିଁ।

ନୂଆ ସାଧାରଣ ସମ୍ପାଦକ ବଜରଙ୍ଗ ବାଗ୍ରା ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ।

ସେ ପୂର୍ବରୁ ନାଲ୍‌କୋ ଓ ରାଇଟ୍ସ ଲିମିଟେଡ୍‌ ପରି ସରକାରୀ କମ୍ପାନିରେ ଆର୍ଥିକ ପରିଚାଳନା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।

ଆର୍ଥିକ ପରିଚାଳନା, ପ୍ରଶାସନିକ ଦକ୍ଷତା ଓ ସୁଶାସନ କ୍ଷେତ୍ରରେ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ତାଙ୍କୁ ଏହି ଦାୟିତ୍ବ ଦେଇଛି।

ଟ୍ରଷ୍ଟର କାର୍ଯ୍ୟପ୍ରଣାଳୀକୁ ଅଧିକ ସ୍ୱଚ୍ଛ, ଦାୟିତ୍ବବାନ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ: anti liquor movement ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର: ଖାଲି ପଞ୍ଚାୟତ ନୁହେଁ, ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର ଏହି ନେତୃତ୍ୱ ପରିବର୍ତ୍ତନ ଏଭଳି ସମୟରେ ହୋଇଛି, ଯେତେବେଳେ ରାମ ମନ୍ଦିରର ଦାନ ଅର୍ଥ ଚୋରି ଘଟଣାର ତଦନ୍ତ ଜାରି ରହିଛି।

ଟ୍ରଷ୍ଟ ବୈଠକରେ ତଦନ୍ତର ଅଗ୍ରଗତି ସମୀକ୍ଷା ସହ ସ୍ୱଚ୍ଛତା ବଢ଼ାଇବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ନୂଆ ନେତୃତ୍ୱ ଅଧୀନରେ ଟ୍ରଷ୍ଟ ଭକ୍ତଙ୍କ ବିଶ୍ୱାସକୁ ଅକ୍ଷୁଣ୍ଣ ରଖିବା ସହ ଆର୍ଥିକ ପରିଚାଳନାରେ ଅଧିକ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରିବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦାନ ଅର୍ଥ ଚୋରି ଅଭିଯୋଗକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଳ ଦାସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସୋମବାର ସେ କହିଛନ୍ତି ଯେ, ରାମଲାଲାଙ୍କ ମନ୍ଦିରରେ ଭକ୍ତମାନେ ଅର୍ପଣ କରିଥିବା ଦାନ ଅର୍ଥ ଚୋରି ହେବା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା।

ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କୁ ସବୁଠାରୁ କଠୋର ଦଣ୍ଡ ମିଳିବା ଉଚିତ।

ଏଥି ସହ ସେ କହିଛନ୍ତି ଯେ, କୋଟି କୋଟି ହିନ୍ଦୁଙ୍କ ଆସ୍ଥା ସହ ଜଡ଼ିତ ଏହି ପ୍ରସଙ୍ଗକୁ କେହି ରାଜନୈତିକ ଲାଭ ପାଇଁ ବ୍ୟବହାର କରିବା ଉଚିତ ନୁହେଁ।

ଆହୁରି ପଢନ୍ତୁ: Manipur:ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି।

ସେମାନେ ଏହି ଘଟଣାରେ ଜଡ଼ିତ ଯେକୌଣସି ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେଇ ନ୍ୟାୟ ସୁନିଶ୍ଚିତ କରିବେ।

ତାଙ୍କ କହିବା ଅନୁସାରେ, ଏହା କେବଳ ଆର୍ଥିକ ଅନିୟମିତତାର ପ୍ରସଙ୍ଗ ନୁହେଁ, ବରଂ କୋଟି କୋଟି ରାମଭକ୍ତଙ୍କ ଭାବାବେଗ ଓ ଆସ୍ଥା ସହ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ।

ଏହି ବିବାଦ ଗତ ଜୁନ୍‌ ୭ରେ ଆରମ୍ଭ ହୋଇଥିଲା।

ସେତେବେଳେ ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ପବନ ପାଣ୍ଡେ ରାମମନ୍ଦିରର ଦାନ ଅର୍ଥ ଚୋରି ହୋଇଥିବା ଅଭିଯୋଗ କରିଥିଲେ।

ଏହାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ସେମାନେ ଫୈଜାବାଦ ଜେଲରେ ଅଛନ୍ତି।

ଘଟଣାର ତଦନ୍ତ ପାଇଁ ଗଠିତ ତିନି ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ: TRUMP : ବିଶ୍ବକପ୍‌ରେ ଟ୍ରମ୍ପଙ୍କ ହସ୍ତକ୍ଷେପ !

ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ ଏହି ବିବାଦ ମଧ୍ୟରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ଅବହେଳା ଅଭିଯୋଗକୁ ନେଇ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏହି ପ୍ରସଙ୍ଗ ସହ ଜଡ଼ିତ ଜରୁରୀ ବିଷୟ ଉପରେ ଆଲୋଚନା ଓ ଆବଶ୍ୟକ ନିଷ୍ପତ୍ତି ନେବା ପାଇଁ ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଚମ୍ପତ ରାୟଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ବିଶ୍ବହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସମ୍ପାଦକ ବଜରଙ୍ଗ ବାଗ୍ରାଙ୍କୁ ନିଯୁକ୍ତ କରାଯାଇଥିଲା।

ଏଥି ସହ ଏସ୍‌ଆଇଟିର ଅନ୍ତରୀଣ ରିପୋର୍ଟ, ଭବିଷ୍ୟତରେ ମନ୍ଦିର ପରିଚାଳନା ବ୍ୟବସ୍ଥା, ଦାନ ଅର୍ଥ ପରିଚାଳନା ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଅଡିଟ୍‌ ହୋଇ ନ ଥିବା ଆୟ-ବ୍ୟୟ ବିବରଣୀ ସମେତ ଅନ୍ୟାନ୍ୟ ଜରୁରୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ମହନ୍ତ ନୃତ୍ୟଗୋପାଳ ଦାସ ବର୍ତ୍ତମାନ ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କ ଅନୁମତିକ୍ରମେ ଏହି ବୈଠକ ଆୟୋଜିତ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।