RamTemple: ରାମମନ୍ଦିର ଦାନ ଚୋରି ଘଟଣା: ଅଯୋଧ୍ୟାକୁ ବଦନାମ କରିବା ଉଦ୍ୟମକୁ ଯୋଗୀଙ୍କ ନିନ୍ଦା
"ଲକ୍ଷ୍ନୌ: ଅଯୋଧ୍ୟା ରାମମନ୍ଦିରରେ ଦାନ ଅର୍ଥ ଚୋରି ଘଟଣା ଭକ୍ତମାନଙ୍କ ଭାବାବେଗକୁ ଗଭୀର ଭାବେ ଆଘାତ ଦେଇଛି ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ସେହିସହ ସେ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାକୁ ଆଧାର କରି ଅଯୋଧ୍ୟାର ଛବିକୁ ମଳିନ କରିବା ଏବଂ ରାମମନ୍ଦିରକୁ ବଦନାମ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି।Advertisment ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା।
ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ଏବଂ ଚୋରି ହୋଇଥିବା ଅର୍ଥର ବଡ଼ ଅଂଶ ଉଦ୍ଧାର କରାଯାଇଛି।
ଆଇନ ନିଜ ବାଟରେ କାମ କରୁଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ।
ତେବେ ଏହା କେବଳ ସାଧାରଣ ଅର୍ଥ ଚୋରି ଘଟଣା ନୁହେଁ, ବରଂ କୋଟି କୋଟି ରାମଭକ୍ତଙ୍କ ଆସ୍ଥା ସହ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ।
ସେଥିପାଇଁ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି ଓ ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି।
ଆହୁରି ପଢନ୍ତୁ: Judgement: ଆନିମେଟେଡ ସିନେମା "ମହାପ୍ରଭୁ ଜଗନ୍ନାଥ" ରିଲିଜ ଉପରେ ଅନ୍ତରୀଣ ରୋକ ସେ ଅଭିଯୋଗ କରିଛନ୍ତି ଯେ, କିଛି ରାଜନୈତିକ ଦଳ ଓ କିଛି ବ୍ୟକ୍ତି ଏହି ଘଟଣାକୁ ନେଇ ଅଯୋଧ୍ୟା ବିରୋଧରେ ଅପପ୍ରଚାର କରୁଛନ୍ତି।
ଏଭଳି ପ୍ରଚାର ମାଧ୍ୟମରେ ସହରର ସୁନାମ ଓ ରାମମନ୍ଦିରର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବାର ଚେଷ୍ଟା ହେଉଛି।
କିନ୍ତୁ ଏଭଳି ଉଦ୍ୟମ କେବେ ବି ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାମମନ୍ଦିର କେବଳ ଉତ୍ତର ପ୍ରଦେଶ କିମ୍ବା ଅଯୋଧ୍ୟାର ନୁହେଁ, ଏହା ସମଗ୍ର ଦେଶର କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର।
ସେଥିପାଇଁ ମନ୍ଦିରର ସୁରକ୍ଷା, ପରିଚାଳନା ଓ ଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବାକୁ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି।
ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ।
ଦୋଷୀ ଯିଏ ହୋଇଥାଉ ନା କାହିଁକି, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭକ୍ତମାନଙ୍କ ଆସ୍ଥା ସହ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ଯୋଗୀ କହିଛନ୍ତି।
ଆହୁରି ପଢନ୍ତୁ: Offer: ଡୁରିଆନ୍ରେ ୬୦% ପର୍ଯ୍ୟନ୍ତ ରିହାତି ଅନ୍ୟପଟେ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିଯୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି।
ଏହି ପଦ ପାଇଁ ୧,୦୦୦ରୁ ଅଧିକ ଆବେଦନ ଆସିଥିବାବେଳେ, ସେଥିରୁ ଅଧିକାଂଶ ଆବେଦନ ପୂର୍ବତନ ଅମଲାଙ୍କର ବୋଲି ଜଣାପଡ଼ିଛି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଏକ ତିନିଜଣିଆ ଚୟନ କମିଟି ଗଠନ କରିଛି।
ଟ୍ରଷ୍ଟ ସୂତ୍ର ଅନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସ୍, ଭାରତୀୟ ରାଜସ୍ୱ ସେବା, ପ୍ରତିରକ୍ଷା ବାହିନୀ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ପଦ ପାଇଁ ଆବେଦନ କରିଛନ୍ତି।
ମନ୍ଦିରର ପ୍ରଶାସନ, ଭକ୍ତଙ୍କ ସୁବିଧା, ସୁରକ୍ଷା, ଆର୍ଥିକ ପରିଚାଳନା ଓ ବିଭିନ୍ନ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସିଇଓଙ୍କ ଉପରେ ରହିବ।ଏହି ପଦ ପାଇଁ ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ଟ୍ରଷ୍ଟ ତିନିଜଣ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ଚୟନ କମିଟି ଗଠନ କରିଛି।
ଏହି କମିଟି ପ୍ରଥମେ ସମସ୍ତ ଆବେଦନ ଯାଞ୍ଚ କରିବ।
ଏହା ପରେ କିଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରି ସାକ୍ଷାତ୍କାର ପାଇଁ ଡକାଯିବ।
ଶେଷରେ କମିଟିର ସୁପାରିସ ଆଧାରରେ ଟ୍ରଷ୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।