RamTemple: ରାମ ମନ୍ଦିରରେ ଚାକିରି ପାଇଁ କମିସନ ବି ଖାଉଥିଲେ? କୁମ୍ଭମେଳା ସମୟରେ ହୋଇଥିଲା ସର୍ବାଧିକ ହେରଫେର
"ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ଚୋରି ମାମଲାର ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି।
ସମ୍ପ୍ରତି ରାମ ମନ୍ଦିରରେ ଚାକିରି ଦେବା ନାଁରେ ବିପୁଳ ପରିମାଣର କମିସନି (ଲାଞ୍ଚ) ଆଦାୟ ହୋଇଥିବା ଅଭିଯୋଗ ଆସିଛି।
ଏହି ଅଭିଯୋଗରେ ପୂର୍ବତନ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ନାଁ ସର୍ବାଗ୍ରେ ରହିଛି, କାରଣ କେବଳ ତାଙ୍କରି ସୁପାରିସରେ ୧୨୫ ଜଣଙ୍କୁ ଚାକିରି ମିଳିଥିଲା, ଯେଉଁଥିରେ ତାଙ୍କ ସମ୍ପର୍କୀୟ ବି ଥିଲେ।
ଏଣୁ ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏ ବାବଦରେ ଅନିଲ ମିଶ୍ରଙ୍କୁ ପଚରାଉଚରା କରିବା ପାଇଁ ପ୍ରସ୍ତୁତି ଚଳାଇଛି, ଯଦିଚ ପୂର୍ବରୁ ମଧ୍ୟ ତାଙ୍କୁ ଓ ଚମ୍ପତ ରାୟଙ୍କୁ ପଚରାଉଚରା କରାଯାଇଥିଲା।
ତଦନ୍ତରେ ମିଳୁଥିବା ସୂଚନା ଆଧାରରେ ଏସ୍ଆଇଟି ବିଭିନ୍ନ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଏହି ମାମଲାରେ ଆଉ କେତେକ ଲୋକଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି।Advertisment ତଦନ୍ତକାରୀ ସଂସ୍ଥାର ସନ୍ଦେହ ଯେ, ରାମ ମନ୍ଦିରରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଇଥିଲା।
ଦାନ ଚୋରି ମାମଲାରେ ପୂର୍ବରୁ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସେମାନଙ୍କୁ ଜେରା ବେଳେ ମିଳିଥିବା ସୂଚନା ଆଧାରରେ ତଦନ୍ତର ପରିସର ବଢ଼ାଯାଇଛି।
ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ, ବ୍ୟାଙ୍କ କାରବାର ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରାଯାଉଛି।
କାହାକାହାଠାରୁ କେତେ ଟଙ୍କା ନିଆଯାଇଛି ଏବଂ ସେହି ଟଙ୍କା କେଉଁଠି ବ୍ୟବହାର ହୋଇଛି, ତାହାର ମଧ୍ୟ ଖୋଳତାଡ଼ କରାଯାଉଛି।
ତଦନ୍ତକାରୀମାନଙ୍କ କହିବା ଅନୁସାରେ, ମାମଲାରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ତାହାକୁ ଲୁଚାଯିବ ନାହିଁ।
ପ୍ରମାଣ ଆଧାରରେ ଯେଉଁମାନଙ୍କ ଭୂମିକା ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ଆହୁରି ପଢନ୍ତୁ: axe attack ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତରଅନ୍ୟପଟେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ପୁଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।
ଏସ୍ଆଇଟି ତଦନ୍ତ ଅନୁଯାୟୀ, ୨୦୨୫ ପ୍ରାରମ୍ଭରେ ଅନୁଷ୍ଠିତ କୁମ୍ଭମେଳା ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦାନର ସୁଅ ଛୁଟିଥିବା ବେଳେ ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ବଡ଼ ଧରଣର ଚୋରି ପାଇଁ ଷଡ୍ଯନ୍ତ୍ର କରିଥିଲେ।
ଏହି ଘଟଣାରେ ଏସ୍ଆଇଟି ବର୍ତ୍ତମାନ ସୁଦ୍ଧା ଅବିନାଶ ଶୁକ୍ଲା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରମାଶଙ୍କର ମିଶ୍ର, ସୁଭାଷ ଶ୍ରୀବାସ୍ତବ ଏବଂ ରାମଶଙ୍କର ଯାଦବ ଓରଫ ଟିନ୍ନୁ ଯାଦବଙ୍କ ସମେତ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର ବ୍ୟାପକ ଜେରା କରିଛି।
ଆହୁରି ପଢନ୍ତୁ: BJP Joining ବିଜେପିରେ ମିଶିଲେ ଭଦ୍ରକ, ଭୁବନେଶ୍ବର, ନୟାଗଡ଼, ଗଞ୍ଜାମ ଜିଲ୍ଲାର ବହୁ ନେତା ପୁଲିସର ସୂଚନା ଅନୁଯାୟୀ, ଏହି ସମଗ୍ର ଚୋରିର ମୁଖ୍ୟ ସୂତ୍ରଧର ସମ୍ପର୍କରେ ଦୁଇ ଶଢ଼ୁ ଭାଇ ଲବକୁଶ ମିଶ୍ର ଓ ଅନୁକଳ୍ପ ମିଶ୍ର ଥିଲେ।
ଏହି ଦୁଇ ଅଭିଯୁକ୍ତ ଚୋରି ଅର୍ଥରେ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ପ୍ରାୟ ଅଧା ଡଜନରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କିଣିଛନ୍ତି।
ଅଭିଯୁକ୍ତମାନଙ୍କର ଏହି ବେଆଇନ ଆର୍ଥିକ କାରବାରର ଗଭୀର ତଦନ୍ତ ପାଇଁ ଅଯୋଧ୍ୟା ପୁଲିସ ଏବେ ଆୟକର ବିଭାଗର ସହାୟତା ନେଉଥିବା ବେଳେ ମନି ଲଣ୍ଡରିଂର ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହାୟତା ନିଆଯିବ ବୋଲି ଜଣାପଡ଼ିଛି।
ମନ୍ଦିରର ଦାନ ଅର୍ଥ ଗଣତି ପାଇଁ ଏସ୍ବିଆଇ ଦ୍ବାରା ନିୟୋଜିତ ଏକ ବେସରକାରୀ ସଂସ୍ଥାର କେତେକ କର୍ମଚାରୀ ମଧ୍ୟ ଏହି ଚୋରିରେ ସାମିଲ ଥିବା ସନ୍ଦେହ କରାଯାଉଛି।
ତଦନ୍ତ ବେଳେ ଅଭିଯୁକ୍ତ ଅବିନାଶଙ୍କ ଭାଇ ଅଭିଷେକ ଦ୍ବାରା ପରିଚାଳିତ ଏକ ଯୋଗ କେନ୍ଦ୍ର ପରିସରରୁ ପୁଲିସ ସର୍ବାଧିକ ନଗଦ ଟଙ୍କା ଜବତ କରିଛି।
ଗତ ଜୁନ୍ ୫ ତାରିଖରେ ହୋଇଥିବା ଚଢ଼ଉ ବେଳେ ସେଠାରେ ରଖାଯାଇଥିବା ଚାରୋଟି ବାକ୍ସ ଭିତରେ ଥିବା କମ୍ବଳ ମଧ୍ୟରୁ ଲକ୍ଷ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା।
ଏହି ବାକ୍ସଗୁଡ଼ିକ ମଧ୍ୟରୁ ଗୋଟିକ ଉପରେ "ରାମ ରାଜ୍ୟ କୋଷ" ବୋଲି ଲେଖାଯାଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ମନ୍ଦିର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଗାଡ଼ି ଚାଳକ ଟିନ୍ନୁ ଯାଦବ ମଧ୍ୟ ଏହି ଚୋରିରେ ସିଧାସଳଖ ସାମିଲ ଥିଲା।
ଟୁନ୍ନୁ ଯାଦବଙ୍କ ଘରୁ ମଧ୍ୟ ପୁଲିସ ବିପୁଳ ନଗଦ ଟଙ୍କା ଜବତ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ ଟଙ୍କା ଗଣତି ରୁମ୍ର ଗୋଟିଏ ଚାବି ଟିନ୍ନୁ ପାଖରେ ରହୁଥିବା ବେଳେ ଦ୍ବିତୀୟ ଚାବି ବ୍ୟାଙ୍କ କର୍ମଚାରୀଙ୍କ ପାଖରେ ରହୁଥିଲା।
ବ୍ୟାଙ୍କ କର୍ମଚାରୀଙ୍କ ସହ ମଧୁଚନ୍ଦ୍ରିକା କରି ଦୀର୍ଘ ଏକ ବର୍ଷ ଧରି ମନ୍ଦିରର ଦାନ ଅର୍ଥକୁ ହେରଫେର କରାଯାଉଥିଲା।"