axe attack ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର

Jul 01, 2026 - 22:31
axe attack ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର

"ଦଶପଲ୍ଲା:  ଦଶପଲ୍ଲା ଥାନା ଅଧୀୀନ ଟାକେରା ଗାଁରେ ଦାଦାର ଟାଙ୍ଗିଆ ଛୋଟରେ ପୁତୁରା ଗୁରୁତର ହୋଇଥିବା ସୂଚନା ମିଳିଛି।

Advertisment ମିଳିଥିବା ସୂଚନା ଅନୁଯାୟୀ ଗାଁର ଅଶୋକ ମଲ୍ଲିକଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଥିବା  ବେଳେ ସେ ତାଙ୍କ ଦାଦା ଭାଗବତ ମଲ୍ଲିକ ଏବଂ ଖୁଡିଙ୍କୁ ସନ୍ଦେହ କରୁଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।

ଆଜି (ବୁଧବାର) ଅଶୋକ ମଲ୍ଲିକ କାମରୁ ଫେରି ଘରକୁ ଆସିଥିବା ବେଳେ ହଠାତ୍ କେହି କିଛି ବୁଝିବା ବେଳକୁ ଦାଦା ଭାଗବତ ମଲ୍ଲିକ ଏବଂ ଖୁଡି ଉଭୟ  ମିଶି ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅଶୋକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ  ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଛି।

ଚିକିତ୍ସା ହେଉଥିବା ସମୟରେ ଖବରପାଇ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହେଲେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା କହିଛନ୍ତି।

ସୂଚନାଥାଉ କି ପୂର୍ବରୁ ମଧ୍ୟ ଅଶୋକ ମଲ୍ଲିକ ତାଙ୍କ ଦାଦା ଭାଗବତ ମଲ୍ଲିକଙ୍କ ସହ ବିବାଦ ଲାଗି ରହିଥିଲା।

ବର୍ତ୍ତମାନ ପୂର୍ବ ଶତ୍ରୁତା ଏବଂ ହଜିଥିବା  ମୋବାଇଲକୁ କେନ୍ଦ୍ରକରି ଦାଦା ଖୁଡି ମିଶି ଟାଙ୍ଗିଆରେ ହାଣି ଦେଇଥିବା ଅଶୋକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।"