Ramlila Maidan: ଦିଲ୍ଲୀର ଐତିହାସିକ ରାମଲୀଳା ମଇଦାନର ମାଲିକାନା କାହା ହାତରେ?

Oct 14, 2026 - 20:16
Ramlila Maidan: ଦିଲ୍ଲୀର ଐତିହାସିକ ରାମଲୀଳା ମଇଦାନର ମାଲିକାନା କାହା ହାତରେ?

"ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ତଥା ଐତିହାସିକ "ରାମଲୀଳା ମଇଦାନ" ସର୍ବଦା ବିଭିନ୍ନ ରାଜନୈତିକ ରାଲି, ବିକ୍ଷୋଭ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାରେ ରହିଥାଏ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ପ୍ରକୃତ ମାଲିକ କିଏ ଏବଂ ଏଠାରେ ହେଉଥିବା କାର୍ଯ୍ୟକ୍ରମ କିମ୍ବା ରାଲି ପାଇଁ ଦିଆଯାଉଥିବା ଟଙ୍କା କାହା ପାଖକୁ ଯାଏ, ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ।Advertisment ମାଲିକାନା ଏବଂ ପରିଚାଳନା କାହା ହାତରେ?ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ରାମଲୀଳା ମଇଦାନର ପରିଚାଳନା ଏବଂ ମାଲିକାନା ମୁଖ୍ୟତଃ ସ୍ଥାନୀୟ ପ୍ରଶାସନ ଅର୍ଥାତ୍ ମ୍ୟୁନିସିପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ (MCD) ଅଧୀନରେ ରହିଥାଏ।

ଏହି ମଇଦାନକୁ ବ୍ୟବହାର କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ, ସଂଗଠନ କିମ୍ବା ଆୟୋଜକମାନଙ୍କୁ ସରକାରୀ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଶୁଳ୍କ ଦେବାକୁ ପଡିଥାଏ।

ଆହୁରି ପଢନ୍ତୁ: Bhadrak: କଲେଜ ଛାତ୍ର ସଂସଦ ନିର୍ବାଚନ: ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର ଟଙ୍କା କାହାକୁ ଦିଆଯାଏ?ଆୟୋଜକମାନେ ରାଲି କିମ୍ବା ସଭା ପାଇଁ ଯେଉଁ ଅର୍ଥ ଦେଇଥାନ୍ତି, ତାହା ସିଧାସଳଖ ଏମସିଡି (MCD) ବା ନଗର ନିଗମର ପାଣ୍ଠିକୁ ଜମା ହୋଇଥାଏ।

ଏହି ଅର୍ଥକୁ ମଇଦାନର ରକ୍ଷଣାବେକ୍ଷଣ, ପରିଚାଳନା ଏବଂ ଅନ୍ୟାନ୍ୟ ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

ରାଜନୈତିକ ହଟଚମଟ ଏବଂ ପ୍ରତିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ମଇଦାନ କେବଳ ଭାରତୀୟ ରାଜନୀତିର ଇତିହାସରେ ନୁହେଁ, ବରଂ ସରକାରୀ ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)