Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

Jul 02, 2026 - 23:29
Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

"ନୂଆଦିଲ୍ଲୀ: ଅଯୋଧ୍ୟାର ରାମମନ୍ଦିର ଦାନ ଅନିୟମିତତା ମାମଲାର ତଦନ୍ତ ଜୋରଦାର ଚାଲିଛି।

ଏହି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ପୁଲିସ ପଚରାଉଚରା କରିଛି।

ତେବେ ପଚରାଉଚରା ସମୟରେ କ"ଣ ଆଲୋଚନା ହେଲା କିମ୍ବା ଚମ୍ପତ ରାୟ କ"ଣ ସୂଚନା ଦେଲେ, ସେ ସମ୍ପର୍କରେ କୌଣସି ବିବରଣୀ ଦେବାକୁ ପୁଲିସ ମନା କରିଛି।

ତଦନ୍ତ ସ୍ୱାର୍ଥରେ ସମସ୍ତ ତଥ୍ୟ ଗୋପନୀୟ ରଖାଯାଇଥିବା ପୁଲିସ ସ୍ପଷ୍ଟ କରିଛି।Advertisment ପୁଲିସ କମିସନର କହିଛନ୍ତି, ଚମ୍ପତ ରାୟଙ୍କୁ ତଦନ୍ତ ପ୍ରକ୍ରିୟାର ଅଂଶ ଭାବେ ପଚରାଉଚରା କରାଯାଇଛି।

ସେ ତଦନ୍ତରେ ସହଯୋଗ କରୁଛନ୍ତି।

ତେବେ ପଚରାଉଚରାରୁ ମିଳିଥିବା ସୂଚନା ବର୍ତ୍ତମାନ ସାର୍ବଜନୀନ କରାଯିବ ନାହିଁ, କାରଣ ଏହା ତଦନ୍ତକୁ ପ୍ରଭାବିତ କରିପାରେ।

ତଦନ୍ତ ଶେଷ ହେବା ପରେ ସବୁ ତଥ୍ୟ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

Ram Mandir: ଜୁଲାଇ ୬ରେ ରାମମନ୍ଦିର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଚମ୍ପତ ରାୟଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଆପରାଧିକ ମାମଲା ରୁଜୁ ହୋଇନାହିଁ।

ତଦନ୍ତରେ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପୃକ୍ତି କିମ୍ବା ଅବହେଳା ଥିଲା କି ନାହିଁ, ସେହି ଦିଗରେ ପୁଲିସ ତଦନ୍ତ କରୁଛି।

ଆବଶ୍ୟକ ହେଲେ ଆଗାମୀ ଦିନରେ ତାଙ୍କୁ ପୁଣି ଥରେ ପଚରାଉଚରା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ଜାରି ରହିଛି।

ବିରୋଧୀ ଦଳଗୁଡ଼ିକ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଦୋଷୀଙ୍କୁ କୌଣସି ପ୍ରକାର ସୁରକ୍ଷା ଦିଆଯିବ ନାହିଁ।

ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ଚାଲିଛି ଏବଂ ପ୍ରମାଣ ଆଧାରରେ ଯାହାଙ୍କ ସମ୍ପୃକ୍ତି ମିଳିବ, ତ‌ାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

"