06 JULY 2026

Welcome!

Unlock your personalized experience.
Sign Up

Ram Mandir: ଅଭିଯୁକ୍ତଙ୍କ ସହ ଅଖିଳେଶଙ୍କ ସମ୍ପର୍କ ନେଇ ପ୍ରଶ୍ନକଲା ବିଜେପି. ପ୍ରିୟଙ୍କାଙ୍କୁ ଘେରିଲା ଭିଏଚ୍‌ପି

Jul 05, 2026 - 20:44
Ram Mandir: ଅଭିଯୁକ୍ତଙ୍କ ସହ ଅଖିଳେଶଙ୍କ ସମ୍ପର୍କ ନେଇ ପ୍ରଶ୍ନକଲା ବିଜେପି. ପ୍ରିୟଙ୍କାଙ୍କୁ ଘେରିଲା ଭିଏଚ୍‌ପି

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲାକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ରାମଶଙ୍କର ଯାଦବ ଓରଫ ଟିନ୍ନୁଙ୍କ ସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମ୍ପର୍କ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ବିଜେପିର ଅଭିଯୋଗ ଅନୁଯାୟୀ, ଟିନ୍ନୁଙ୍କ ସହ ଅଖିଳେଶ ଯାଦବଙ୍କ ଫଟୋ ସାମ୍ନାକୁ ଆସିଛି ଏବଂ ସେ ଦୀର୍ଘ ଦିନ ଧରି ସମାଜବାଦୀ ପାର୍ଟି ସହ ଜଡ଼ିତ ଥିଲେ। ଦଳର ନେତାମାନେ କହିଛନ୍ତି, ମନ୍ଦିର ଦାନ ଚୋରି ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ୍ କରିବା ପୂର୍ବରୁ ଅଖିଳେଶ ନିଜ ଦଳ ସହ ଅଭିଯୁକ୍ତଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟୀକରଣ ଦେବା ଉଚିତ।

ଏପଟେ ଅଖିଳେଶ ଯାଦବ ପୂର୍ବରୁ ଏହି ମାମଲାକୁ ନେଇ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ରାମମନ୍ଦିର ଭଳି ପବିତ୍ର ସ୍ଥାନରେ ଦାନ ଚୋରି ଘଟଣା ଅତ୍ୟନ୍ତ ଗୁରୁତର। ଏହାର ନିରପେକ୍ଷ ତଦନ୍ତ ହେବା ସହ ଦୋଷୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ। ଏହି ବିବାଦ ମଧ୍ୟରେ ଭିଏଚ୍‌ପିର ଆନ୍ତର୍ଜାତିକ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି, ଯେଉଁ ବିରୋଧୀ ନେତାମାନେ ରାମମନ୍ଦିର ପରିଚାଳନା ଓ ଦାନ ଚୋରିକୁ ନେଇ ଅଭିଯୋଗ କରୁଛନ୍ତି, ସେମାନଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବା ଉଚିତ। ସେ କହିଛନ୍ତି, ଯଦି କାହା ପାଖରେ ପ୍ରମାଣ ରହିଛି, ତେବେ ତାହା ତଦନ୍ତକାରୀ ସଂସ୍ଥାକୁ ଦେବା ଦରକାର।

Ayodhya Ram Mandir: ରାମମନ୍ଦିର ପାଣ୍ଠି ହେରଫେର୍‌ ମାମଲାରେ: ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା

କେବଳ ରାଜନୈତିକ ଉଦ୍ଦେଶ୍ୟରେ ଅଭିଯୋଗ କରିବା ଉଚିତ ନୁହେଁ। ତେଣେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ସେ ରାମ ମନ୍ଦିର ନିର୍ମାଣ ସମୟରେ ଯେଉଁ ଦାନ ଦେଇଥିଲେ ତାହା ଫେରାଇ ନେବାକୁ କୋର୍ଟରେ କେସ୍ କରିବେ। ଏହାର ଜବାବରେ ବିଶ୍ବ ହିନ୍ଦୁ ପରିଷଦ କହିଛି, ଦିଗ୍‌ବିଜୟ ସିଂହ ଜଣେ ନାସ୍ତିକ। ଯଦି ସେ କିଛି ଦାନ ଦେଇଛନ୍ତି, ତା’ର ରସିଦ ଦେଖାନ୍ତୁ ଓ ଏକ ଖବରକାଗଜରେ ଛାପନ୍ତୁ। ତୁରନ୍ତ ତାଙ୍କ ଟଙ୍କା ସୁଧମୂଳ ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଫେରସ୍ତ ଦିଆଯିବ। କାରଣ ଏଭଳି ନାସ୍ତିକଙ୍କ ଦାନ ଭଗବାନ୍ ରାମ ଗ୍ରହଣ କରନ୍ତି ନାହିଁ। ତେଣେ ଭିଏଚ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରି କହିଛି ଯେ, ସେ ଏହି ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ବିରୋଧରେ ଯେଉଁ ମତ ରଖିଛନ୍ତି, ତାହାର ପ୍ରମାଣ ଉପସ୍ଥାପନ କରିବା ଉଚିତ। ଯଦି ତାଙ୍କ ପାଖରେ କୌଣସି ଠୋସ ପ୍ରମାଣ ଅଛି, ତେବେ ତାହା ତଦନ୍ତକାରୀ ଅଧିକାରୀଙ୍କୁ ଦେବାକୁ ଭିଏଚ୍‌ପି ଆହ୍ୱାନ କରିଛି। ପୁଲିସ ଏହି ମାମଲାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ ଏହାକୁ ନେଇ ବିଜେପି, ସମାଜବାଦୀ ପାର୍ଟି, କଂଗ୍ରେସ ଓ ଭିଏଚ୍‌ପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।