Rakhi Purnima: ସୂତାରେ ବନ୍ଧା ଭାଇ-ଭଉଣୀର ଅତୁଟ ସମ୍ପର୍କ

Aug 27, 2026 - 07:06
Rakhi Purnima: ସୂତାରେ ବନ୍ଧା ଭାଇ-ଭଉଣୀର ଅତୁଟ ସମ୍ପର୍କ

"ଭୁବନେଶ୍ବର: ରାଖୀ...ଏକ ଛୋଟିଆ ସୂତା।

ହେଲେ ଏହି ସୂତାରେ ବାନ୍ଧି ରହିଥାଏ ଅନେକ ବର୍ଷର ସ୍ନେହ, ଅଭିମାନ, ଝଗଡ଼ା, ହସ, ଲୁହ ଓ ଅସରନ୍ତି ଭଲପାଇବା।

ଭାଇର ହାତରେ ଭଉଣୀ ଯେତେବେଳେ ରାଖୀଟିଏ ବାନ୍ଧେ, ସେତେବେଳେ କେବଳ ଏକ ପରମ୍ପରା ପୂରଣ ହୁଏନାହିଁ ବରଂ ଦୁଇଟି ହୃଦୟ ମଧ୍ୟରେ ଥିବା ଅଦୃଶ୍ୟ ସମ୍ପର୍କଟି ଆହୁରି ମଜବୁତ ହୋଇଯାଏ।

ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳିତ ହୁଏ ରାଖୀ ପୂର୍ଣ୍ଣିମା।Advertisment ଜୀବନର ସବୁଠୁ ମିଠା ସ୍ମୃତି ପିଲାଦିନରେ ଭାଇ-ଭଉଣୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ଝଗଡ଼ା ହେବା ଯେତିକି ସାଧାରଣ, ପରସ୍ପର ବିନା ରହିପାରିବା ନାହିଁ ମଧ୍ୟ ସେତିକି ସତ।

କିନ୍ତୁ ଏହି ଛୋଟ ଛୋଟ ଝଗଡ଼ା ହିଁ ପରେ ଜୀବନର ସବୁଠୁ ମିଠା ସ୍ମୃତି ହୋଇ ରହିଯାଏ।

ରାଖୀ ପୂର୍ଣ୍ଣିମା ଆସିଲେ ସେହି ପିଲାଦିନର ସ୍ମୃତି ପୁଣି ସତେଜ ହୋଇଯାଏ।

ଭଉଣୀଟିଏ ରାଖୀ ଥାଳି ସଜାଡ଼ି ଭାଇ ହାତରେ  ରାଖୀ ବାନ୍ଧେ।

ରାଖୀ ବାନ୍ଧିବା ପରେ ମିଠା ଖୁଆଇ ଭଉଣୀ ଭାଇର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରେ।

ଭାଇ ମଧ୍ୟ ଭଉଣୀର ମୁହଁରେ ହସ ଦେଖିବାକୁ ନିଜ ସାମର୍ଥ୍ୟ ଅନୁସାରେ ଉପହାର ଦିଏ।

ସମୟ ବଦଳିବା ସହ ଭାଇ-ଭଉଣୀଙ୍କ ମଧ୍ୟରେ  ଦୂରତା ବଢ଼େ।

କେହି ପାଠପଢ଼ା ପାଇଁ ଦୂର ସହରରେ, କେହି ଚାକିରି ପାଇଁ ଅନ୍ୟ ରାଜ୍ୟରେ।

ବିବାହ ପରେ ଭଉଣୀ ଅନ୍ୟ ଘରର ହୋଇଯାଏ, ଭାଇ ମଧ୍ୟ ନିଜ ଜୀବନରେ ବ୍ୟସ୍ତ ହୋଇଯାଏ।

ହେଲେ ଦୂରତା କେବେ ଏହି ସମ୍ପର୍କକୁ ଦୁର୍ବଳ କରିପାରେନାହିଁ।

ଅସୁବିଧାରେ ଥିଲେ ଭଉଣୀର ବାପାଙ୍କ ପରେ ଭାଇ କଥା ମନେ ପଡ଼େ।

ଭାଇ ପାଖରେ ଥିଲେ ଭଉଣୀକୁ ଅଦୃଶ୍ୟ ସାହାସ ମିଳିଯାଏ।

ପୌରାଣିକ କଥାରେ ମଧ୍ୟ ରାଖୀର ମହତ୍ତ୍ୱମହାଭାରତରେ ମଧ୍ୟ ରାଖୀ ବନ୍ଧନ ସହିତ ଜଡିତ ଏକ କାହାଣୀ ଅଛି।

ରାଜସୂୟ ଯଜ୍ଞ ସମୟରେ - ଶିଶୁପାଳଙ୍କ ମୃତ୍ୟୁ ପରେ, କୃଷ୍ଣଙ୍କ ଆଙ୍ଗୁଠିରୁ ରକ୍ତସ୍ରାବ ହୋଇଥିଲା ଏବଂ ଦ୍ରୌପଦୀ ତାଙ୍କ ଶାଢ଼ୀରୁ ଏକ ଖଣ୍ଡ ଚିରି କୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ।

ଏହି ଇଙ୍ଗିତରେ ସ୍ପର୍ଶ କରି, କୃଷ୍ଣ ତାଙ୍କୁ ଋଣ ପରିଶୋଧ କରିବାକୁ ପ୍ରତିଜ୍ଞା କରିଥିଲେ।

ଯେଉଁ ଋଣ ସେ କୁରୁସଭାରେ ଦ୍ରୌପଦୀଙ୍କୁ ବସ୍ତ୍ର ଦାନକରି ମାନ ରଖି ପୁରଣ କରିଥିଲେ।

ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୁର୍ଣ୍ଣ ଅଶଂ ପାଲଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)